ଇଲେକ୍ଟ୍ରି ବିଲ୍‌ ଦେଖି ଚମକି ପଡ଼ିଲେ ତାପସୀ ପନ୍ନୁ

ସର୍ବଦା ଖୋଲାଖୋଲି ଭାବେ ମତ ପ୍ରକାଶ କରିବାକୁ ଭଲ ପାଉଥିବା ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ସେ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ନିଜର ବିଦ୍ୟୁତ୍‌ ବିଲ୍‌କୁ ନେଇ ତାପସୀ ଟୁଇଟର୍‌ରେ କ୍ଷୋଭ ପ୍ରକାଶ କରିଛନ୍ତି। ସାଧାରଣତଃ ଯେତେବେଳେ ବିଦ୍ୟୁତ ବିଲ୍‌ ଆଶାତୀତ ଭାବେ ବଢ଼ିକି ଆସିଥାଏ ତାହା ସାଧାରଣ ଜନତାକୁ ବାଧିଥାଏ। ଯାହା ଏବେ ତାପସୀଙ୍କ କ୍ଷେତ୍ରରେ ହୋଇଛି। ତାପସୀଙ୍କ ଇଲେକ୍ଟ୍ରି ବିଲ୍‌ ଏତେମାତ୍ରାରେ ବଢ଼ିକି ଆସିଛି ଯେ, ଯାହାକୁ ଦେଖି ସେ ଚମକି ପଡ଼ିଛନ୍ତି। ଏହାପରେ ଟୁଇଟର୍‌ରେ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ‘ଲକ୍‌ ଡାଉନକୁ ତିନି ମାସ ହୋଇଛି ଏବଂ ମୁଁ ଆପାର୍ଟମେଣ୍ଟରେ ଏମିତି କ’ଣ ଉପକରଣ ବ୍ୟବହାର କରୁଛି କିମ୍ବା ନୂଆ ଜିନିଷ କିଣିକି ଆଣିଛି ଯାହା ଫଳରେ କି ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ ବଢ଼ିକି ଆସିଛି। କେଉଁ ପ୍ରକାର ବିଦ୍ୟୁତ ଚାର୍ଜ କରାଯାଉଛି’ ବୋଲି ତାପସୀ ଆଦାନୀ ବିଦ୍ୟୁତ ମୁମ୍ବାଇକୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି। ସେହିଭଳି ଆଉ ଏକ ଟୁଇଟ୍‌ରେ ତାପସୀ ଉଲ୍ଲେଖ କରି କହିଛନ୍ତି, ଏହି ଆପାର୍ଟମେଣ୍ଟରେ କେହି ରହି ନ ଥାନ୍ତି। ସପ୍ତାହକୁ କେବଳ ଥରେ ସଫା କରିବା ପାଇଁ ଉଦ୍ଦେଶ୍ୟରେ ସେଠାକୁ ଯାଇଥାଉ। କିନ୍ତୁ ଏବେ ମୁଁ ଚିନ୍ତିତ ଯେ ଆମର ଅଜାଣତରେ କେହି ଆପାର୍ଟମେଣ୍ଟକୁ ବ୍ୟବହାର କରୁନାହାନ୍ତି। ଏହାକୁ ଉନ୍ମୋଚନ କରିବାରେ ଆମକୁ ସହାୟତା କରନ୍ତୁ’ ବୋଲି ତାପସୀ କହିଛନ୍ତି। ଏଠାରେ ଉଲ୍ଳେଖଯୋଗ୍ୟ, ତାପସୀ ଟୁଇଟର୍‌ରେ ପୋଷ୍ଟ କରିଥିବା ଇଲେକ୍ଟ୍ରି ବିଲ୍‌ରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ବାବଦକୁ ଯଥାକ୍ରମେ ୫୭୦, ୪୩୯୦ ଓ ୩୮୫୦ ଟଙ୍କା ବିଲ୍‌ ଆସିଛି। କିନ୍ତୁ ଚଳିତ ଜୁନ୍‌ ମାସ ବାବଦକୁ ୩୬ ହଜାର ଟଙ୍କା ଆସିଛି। ଯାହାକି ମେ ମାସ ବିଲ୍‌ର ୯ ଗୁଣାରୁ ଅଧିକ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ବାପା ମହେଶ ଭଟ୍ଟଙ୍କ ଜନ୍ମଦିନରେ ଆଲିଆ କହିଲେ ଏମିତି କିଛି କଥା

ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଆଜି ଅର୍ଥାତ ଶୁକ୍ରବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦ ସେପ୍ଟେମ୍ବର ୧୯୪୮ ମସିହାରେ ଜନ୍ମିତ ମହେଶ ଭଟ୍ଟଙ୍କ...

ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର

ତିରୁପତି ଦର୍ଶକ ପରେ ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି।...

ପୁଣି ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି: ‘ବଚ୍ଚନ ପାଣ୍ଡେ’ରେ କରିବେ କାମ

ବମ୍ବେ: ‘ହାଉସ୍‌ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ। ଆସନ୍ତାବର୍ଷ କ୍ରିସ୍‌ମାସ ଅବସରରେ ରିଲିଜ ହେବାକୁ ଯାଉଥିବା ‘ବଚ୍ଚନ...

ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ

ମୁମ୍ବାଇ : ଏକତା କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା...

ଦୀପିକାଙ୍କୁ ଦରକାର ମୋ ଭଳି ପରାମର୍ଶଦାତା: ବାବା ରାମଦେବ

ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ...

ଐଶର୍ଯ୍ୟା ରାଗିବାରୁ ୨ଦିନ ହଲ୍‌ରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ଇତିହାସରେ କେତେକ କପଲଙ୍କ ଯୋଡି ତିଆରି ହୋଇଛି ଓ ଭାଙ୍ଗିଛି। କିନ୍ତୁ କିଛି ଏଭଳି ଯୋଡି ଅଛନ୍ତି ଯାହାର ଅନ୍‌ସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ରେ...

କରୋନା ସଙ୍କଟ ଯୋଗୁ ସ୍ଥଗିତ ହେଲା ଅଜୟଙ୍କ ଏହି ଫିଲ୍ମ: ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: କରୋନା ଭାଇରସ୍‌ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏଭଳି ପ୍ରଭାବ ପକାଇଛି, ଯାହା ଦୀର୍ଘ ଦିନ ଧରି ଦେଖାଯିବ। କୋଟି କୋଟି ଟଙ୍କାର କ୍ଷତି ସହିଥିବା ଏଣ୍ଟରଟେନମେଣ୍ଟ...

ମା’ ଶ୍ରୀଦେବୀଙ୍କ ପରି ଶାଢ଼ିରେ ସୁନ୍ଦର ଦିଶୁଛନ୍ତି ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ମାନଙ୍କ ନିକଟତର ହେବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *