Posted inଜାତୀୟ

ଭୁଲ କରିଥିଲେ ଦଣ୍ଡ ଭୋଗିବି : ତାପସୀ

ମୁମ୍ବାଇ, ୮।୩ : ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଉପରେ ଗତ ସପ୍ତାହରେ ଚଢ଼ାଉ କରିଥିଲା ଆୟକର ବିଭାଗ (ଆଇଟି)। ଏ ସମ୍ପର୍କରେ ସୋମବାର ପ୍ରଥମ ଥର ମୁହଁ ଖୋଲିଛନ୍ତି ତାପସୀ। ” ମୋର ଡରିବାର କିଛି ନାହିଁ। କ’ଣ ପାଇଁ ଚଢ଼ାଉ ହୋଇଥିଲା, ମୋତେ ଜଣା ନାହିଁ। ଯଦି କିଛି ଭୁଲ କରିଛି, ତେବେ ମୁଁ ଦଣ୍ଡ ଭୋଗିବି “ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି।

୩୩ ବର୍ଷୀୟା ଆକ୍ଟ୍ରେସ କହିଛନ୍ତି, ମୁଁ ଓ ମୋ ପରିବାର ଆଇଟି ବିଭାଗର କର୍ମକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲି। ମୁଁ କିଛି ଭୁଲ କରିଥିଲେ ଚଢ଼ାଉରୁ ଜଣାପଡ଼ି ଯାଇଥାନ୍ତା। ମୁଁ କିଛି ଭୁଲ କରି ନାହିଁ, ତ ଲୁଚାଇବି କ’ଣ। ଯଦି ସେମାନଙ୍କୁ ମୋ ବିରୋଧରେ କିଛି ମିଳିଛି, ତେବେ ମୁଁ ବହୁତ ଖୁସି ହେବି। ଏହା ଆଇନର ଘର ବୋଲି ସେ କହିଛନ୍ତି।

ଚଢ଼ାଉ ବେଳେ ତାଙ୍କ ଘରୁ ୫ କୋଟି ଟଙ୍କା ସହ ପ୍ୟାରିସରେ ତାଙ୍କର ବାଙ୍ଗ୍‌ଲୋ ଥିବା ଜଣାପଡ଼ିଥିବା କିଛି ଗଣମଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା। ଉଲ୍ଲେଖଥାଉ କି, ଗତ ୩ ତାରିଖରେ ତାପସୀ ଓ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ଘର ଓ ଅଫିସ ସମେତ ୩୦ଟି ସ୍ଥାନରେ ଚଢ଼ାଇ କରିଥିଲା ଆଇଟି ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ଜାରି ହେଲା ରେଡ୍‌ ଆଲର୍ଟ

ଡେରାଡୁନ୍‌, ୧୭।୧୦: ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି। ଏପରି କି ୧୭...

ଲକ୍‌ଡାଉନ: ୮ ଦିନରେ ସଡ଼କ ଦୁର୍ଘଟଣାରେ ଗଲାଣି ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ,୧୬।୫: ଲକ୍‌ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ...

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ...

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ...

ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି: ୫ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ

ପୁନେ,୨୦।୯: ଆସନ୍ତା ମାସରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତ ଲୋକ ସଭା ନିର୍ବାଚନ ପରାଜୟକୁ...

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା...

ନୂଆଦଳ ଗଠନ କରିବେ ଅମରିନ୍ଦର: ଅସନ୍ତୁଷ୍ଟଙ୍କୁ ମିଳିବ ସ୍ଥାନ

ଚଣ୍ଡିଗଡ,୧।୧୦: ପ୍ରାୟ ଦୁଇ ଦଶନ୍ଧି ଧରି ପଞ୍ଜାବରେ କଂଗ୍ରେସ ସହ ରହିଥିବା କ୍ୟାପଟେନ ଅମରିନ୍ଦର ସିଂ ଏବେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ...

ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ

ବେଙ୍ଗାଲୁର୍‌,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟ ହେବା ପରେ ବାଚସ୍ପତି କେ. ଆର୍‌. ରମେଶ କୁମାର ନିଜ ପଦରୁ ଇସ୍ତଫା...

Advertisement


Archives

Model This Week