ସୁଷମାଙ୍କ ହ୍ୟାଟ୍ରିକ, ସଂଘର୍ଷରେ ମାନସ ବିଜୟୀ

ଖଇରା, ୨।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକର ୬ନଂ. ଗର୍ସଙ୍ଗ ଜୋନ ଓ ୫ନଂ. ତୁଡିଗଡିଆ ଜିଲାପରିଷଦ ଜୋନ ବିଜେଡି ସପକ୍ଷରେ ଯାଇଛି ା ୬ନଂ. ଜୋନର ବିଜେଡି ପ୍ରାର୍ଥତ୍ନୀ ସୁଷମା ମହାପାତ୍ର ତାଙ୍କର ନିକଟତମ ପ୍ରାର୍ଥତ୍ନୀ ଭାଜପାର ମିନାକ୍ଷୀ ମହାପାତ୍ରଙ୍କ ନିକଟରୁ ୧ହଜାର ୫୭୨ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ା ସୁଷମା ୧୩ହଜାର ୧୮୪ଖଣ୍ଡ ଭୋଟ ପାଇଥିବା ବେଳେ ମିନାକ୍ଷୀ ୧୧ହଜାର ୬୧୨ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ବୀଣାପାଣି ଶୁକ୍ଳ ୧ହଜାର ୭୭୬ଖଣ୍ଡ ଭୋଟ ପାଇଛନ୍ତି ା ୫୫୮ଖଣ୍ଡ ନାକଚ ହୋଇଛି। ତୃତୀୟ ଥର ପାଇଁ ଆସନ ହାତେଇ ସୁଷମା ହ୍ୟାଟ୍ରିକ ବିଜୟର ସ୍ବାଦ ଚାଖିଛନ୍ତି। ସେହିଭଳି ୫ନଂ. ଜୋନରେ କଡା ସଂଘର୍ଷ ପରେ ଭାଜପାର ରାଜେଶ ମହାକୁଡ ବିଜେଡିର ମାନସ କୁମାର ଦାଶଙ୍କ ନିକଟରୁ ୪୮୭ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ମାନସ ୧୩ହଜାର ୭୯୭ଖଣ୍ଡ, ରାଜେଶ ୧୩ହଜାର ୩୧୦ଖଣ୍ଡ ଓ କଂଗ୍ରେସର ବସନ୍ତ ଦତ୍ତ ୪୫୩ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମ ରାଉଣ୍ଡରୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଗଣତି ପର୍ଯ୍ୟନ୍ତ ଉଭୟ ଆଗପଛ ହୋଇ ଚାଲିଥିବାରୁ କିଏ ବିଜୟୀ ହେବ ସେନେଇ ଫଳାଫଳ ଜାଣିବାକୁ ଗଣନା କେନ୍ଦ୍ର ବାହାରେ ଅପେକ୍ଷା କରିଥିବା ସାଧାରଣ ଜନତା ଉତ୍ସକତାର ସହ ଅପେକ୍ଷା କରି ରହିଥିଲେ। ମାଖନପୁର ପଞ୍ଚାୟତର ୧୧, ୧୨ ଓ ୧୩ନମ୍ବର ବୁଥର ଫଳଫଳ ମାନସଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ବୋଲି କୁହାଯାଉଛି। ସେପଟେ ୬ନଂ.ରେ ଗର୍ସଙ୍ଗ, ଅନ୍ତରା, ମାଣିତ୍ରୀ, ପଞ୍ଚାୟତର ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦବୀ, ରପେୟାର ସରପଞ୍ଚ ପଦବୀରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଏବଂ ସାରଡାଙ୍ଗ, ଝିଙ୍କିରିଆ, ବଡଜୟୀପୁରର ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦବୀରେ ଭାଜପା ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ା ରପେୟା ସମିତିସଭ୍ୟ ପଦବୀରେ ଅସନ୍ତୁଷ୍ଟ ବିଜେଡି ଓ ବରଦା ସରପଞ୍ଚ ପଦବୀରେ ଭାଜପା ମଣ୍ଡଳ ସଭାପତି ପରୀକ୍ଷିତ ମହାପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୫ନଂ. ଜୋନର ନନ୍ଦୁର, ଶ୍ୟାମସୁନ୍ଦରପୁର, ମାଖନପୁର, ଗଗନଧୂଳି, ଜଳଦା ପଞ୍ଚାୟତର ୨ଟି ଯାକ, ଡଗରପଡାର ସରପଞ୍ଚ ପଦବୀ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ହାତେଇଥିବା ବେଳେ ଡାଲଙ୍ଗ, ଅଚ୍ୟୁତପୁର, କୁରୁଣ୍ଟାର ଉଭୟ ପଦବୀ ଏବଂ ଡଗରପଡା ସମିତିସଭ୍ୟ ପଦବୀ ଭାଜପା ସମର୍ଥତ୍ତ ପ୍ରାର୍ଥୀ ହାତେଇଛନ୍ତି। ଚଳିତ ପରାଜିତ ହେଭିୱେଟଙ୍କ ମଧ୍ୟରେ ବିଷ୍ଣୁପଦ ଘଡେଇ, ବ୍ରଜକିଶୋର ମହାନ୍ତି, ରାଜେନ୍ଦ୍ର କୁମାର ଜେନା, ମାନସ କୁମାର ମହାପାତ୍ର, ଜୟନ୍ତ କୁମାର ରାଉତ, ଜୟନ୍ତୀ ମହଲା, ସୁଶାନ୍ତ କୁମାର ମହାକୁଡଙ୍କ ନାମ ରହିଛି ା ସେହିଭଳି ବିଭିନ୍ନ ଦଳରୁ ନିର୍ବାଚିତ ଚର୍ଚ୍ଚିତ ଚେହେରା ହେଲେ ରମାକାନ୍ତ ମହାନ୍ତି, ଅଭିଲିପ୍ସା ସାହୁ, ଛବିଲତା ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ଦାସ ଓ ଜୟନ୍ତୀ ପତି ା ଚଳିତବର୍ଷ ବିଜେଡିର ସଫଳତା ହାର କମ ପାଇଁ ବିଜେଡିର ଅର୍ନ୍ତଦ୍ୱନ୍ଦ୍ୱ ଓ ଅନ୍ତର୍ଘାତୀ କାର୍ଯ୍ୟ ଦାୟୀ ବୋଲି ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର, ୫ା୩(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅଦିନିଆ...

ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ : ଯୋଗଦେବେ ୫୦ ଦେଶର ପ୍ରତିନିଧି

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅତିବୃଷ୍ଟି, ଅନାବୃଷ୍ଟି ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧ରୁ...

ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା

ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ। ଚୋଜିରୋ ସେ ସମୟର ରାଜା...

ଏସ୍‌ସିବିରେ ୨ ସ୍ବାଇନ୍‌ ଫ୍ଲୁ ସନ୍ଦିଗ୍ଧ

କଟକ ଅଫିସ,୧୪।୩: କଟକ ଏସ୍‌ସିବି ମେଡିକାଲରେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଦୁଇଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସହରର ଏକ...

ଅଧିକାଂଶ ଜିଲାରେ ଆଜିଠୁ ବର୍ଷା

ଭୁବନେଶ୍ୱର,୮।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୧ ତାରିଖକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର...

ଶାସକ ସଭ୍ୟଙ୍କ ଅଭିଯୋଗ: ଡିଏମ୍‌ଏଫ୍‌ ପାଣ୍ଠି ଅନ୍ୟ ଅଞ୍ଚଳରେ ଖର୍ଚ୍ଚ ହେଉଛି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଟଙ୍କା ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେଉନାହିଁ। ଜିଲାପାଳମାନେ ମନଇଚ୍ଛା ଏହି ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିଯୋଗୁ ପ୍ରଭାବିତ ଅଞ୍ଚଳର...

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା,...

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨...

Advertisement
Archives

Model This Week