ଖେରସନ୍‌ ସହରକୁ ଦଖଲ କଲା ରୁଷିଆ

କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ବୁଧବାର ହେଉଛି ସପ୍ତମ ଦିନ। ରୁଷିଆ ସେନା ଲଗାତର ଭାବେ ୟୁକ୍ରେନର ରାଜଧାନୀ କ୍ୱିଭରେ ବୋମାମାଡ଼ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଏତଦ୍‌ ବ୍ୟତୀତ ବୁଧବାର ରୁଷିଆର ସେନା ଖେରସନ ସହରକୁ ଦଖଲ କରିଥିବା ଜଣାପଡ଼ିଛି। ଏହାପରେ ସୈନିକମାନେ ଖାର୍କ୍ୱିଭ ସହରକୁ ପଶିଥିବା ସୂଚନା ରହିଛି। ଅନ୍ୟପଟେ ବୁଧବାର ୟୁକ୍ରେନ ଓ ରୁଷିଆ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ବୈଠକ ଅନୁଷ୍ଠିତ ହେବ। ଏଥିରେ କିଛି ସମାଧାନ ବାହାରିପାରେ ବୋଲି ଆଶା କରାଯାଉଛି। ଯାହା ଯୁଦ୍ଧକୁ ବନ୍ଦ କରିବାରେ ସଫଳ ହେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ସକାଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ଅଭିଭାଷଣରେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରି ପୁଟିନ୍‌ ଏକ ବଡ଼ ଭୁଲ କରିଛନ୍ତି। ସୂଚନା ମୁତାବକ ଏହି ଯୁଦ୍ଧ ମଧ୍ୟରେ ଏପର୍ଯ୍ୟନ୍ତ ୭ଲକ୍ଷ ଲୋକ ୟୁକ୍ରେନ ଛାଡିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ...

ପୂଜା ହିଂସାରେ ଜଳିଗଲା ୨୦ ହିନ୍ଦୁଙ୍କ ଘର

ଢାକା,୧୮।୧୦: ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ବାଂଲାଦେଶରେ ଦୁର୍ଗା ପୂଜା ବେଳେ ମନ୍ଦିର ଭଙ୍ଗାରୁଜା କରାଯିବା ସହ ଅନେକ ହିନ୍ଦୁଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏକ...

ଇଣ୍ଡୋନେସିଆରେ କରୋନାର ତୃତୀୟ ଲହର

ଜାକର୍ତ୍ତା,୨୬ ।୭: କରୋନା ମହାମାରୀର ତୃତୀୟ ଲହରକୁ ନେଇ ପୁଣିଥରେ ବିଶେଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହି ତୃତୀୟ ଲହର ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ...

ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ଧମକ…

ଇସଲାମାବାଦ୍‌,୩୧।୧୦: ଆତଙ୍କବାଦୀ ସଂଗଠନ ଆଇଏସ-ଖୋରାସାନ (ଆଇଏସ-କେ) ସାରା ବିଶ୍ୱରେ ଶାରିଆ ଆଇନ କାର୍ଯ୍ୟକାରୀ କରିବାକୁ ଚାହୁଁଛି। ଏହି ସଂଗଠନ ଚେତାବନୀ ଦେଇଛି ଯେ ବିଶ୍ୱରେ ଯେ...

ପୁଣି ହେବାକୁ ଚାହୁଁଛି ଫାଷ୍ଟ ଲେଡି: ମେଲାନିଆ

ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟକ୍ତିଗତ ଭାବେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବିରୋଧରେ ପ୍ରାୟ ୩୪ଟି ମାମଲା ଚାଲିଛି।...

ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ...

ବ୍ରିଟେନ ରାଜ ପରିବାରକୁ ବଡ଼ ଝଟ୍‌କା: କରୋନାରେ ସଂକ୍ରମିତ ପ୍ରିନ୍ସ ଚାଲର୍‌ସ

ଲଣ୍ଡନ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ ବେ-ଲଗାମ୍‌ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ସାରା ଦେଶ ନିଜ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରିବା ସହ...

ପାକ୍ ସେନା ମୁଖ୍ୟଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ

ଇସ୍‌ଲାମାବାଦ,୧୭ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଶନିବାର ପାକ୍ ସେନା ମୁଖ୍ୟ ଜେନରାଲ କମର ଜବେଦ ବାଜୱାଙ୍କ ଉପରେ ଏକ ଦୋଷ ଲଦିଛନ୍ତି...

Advertisement
Archives

Model This Week