ସୁଶାନ୍ତଙ୍କ ସ୍କେଚ ତିଆରି କଲେ ଦିବ୍ୟାଙ୍ଗ ପ୍ରଂଶସକ

ଅହମଦାବାଦ,୨୬।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୨ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଂଶସକ ଏହାକୁ ସହଜରେ ଭୁଲି ପାରୁନାହାନ୍ତି। କାହିଁକି ବା ଭୁଲିବେ। ସୁଶାନ୍ତ ଏଭଳି ଏକ ଅଭିନେତା ଥିଲେ, ଯିଏ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଫଲୋ କରୁଥିଲେ। ତେଣୁ ପ୍ରଂଶସକମାନେ ମଧ୍ୟ ତାଙ୍କୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶ୍ରଦ୍ଧଞ୍ଜାଳୀ ଜଣାଉଛନ୍ତି। ଇତିମଧ୍ୟରେ ଅହମଦାବାଦର ଜଣେ ଦିବ୍ୟାଙ୍ଗ କଳାକାର ଧଭଲ ଖତ୍ରୀ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ତାଙ୍କର ଏକ ସ୍କେଚ୍‌ ତିଆରି କରିଥିବା ଦେଖିବାକୁ ମିଳିଛି। ଏହି ସ୍କେଚ କେବଳ ସୁଶାନ୍ତଙ୍କ ପାଇଁ ସେ ତିଆରି କରିଛନ୍ତି। ସୁଶାନ୍ତ ସର୍ବଦା ତାଙ୍କ ହୃଦୟରେ ରହିବେ ବୋଲି ଧଭଲ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ପୁରା ସ୍କେଚ ତିଆରି କରି ଏହାର ଭିଡିଓକୁ ଧବଲ ୟୁଟ୍ୟବରେ ଛାଡ଼ିବେ। ଜାଣିଛନ୍ତି କି, ଧବଲ ହେଉଛନ୍ତି ସେହି କଳାକାର ଯାହାଙ୍କୁ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତ ଫଲୋ କରୁଥିଲେ। ସୁଶାନ୍ତ ଆଜି ନାହାନ୍ତି ସତ ହେଲେ ତାଙ୍କ ଭଦ୍ର ଓ ନମ୍ର ଗୁଣ ଯୋଗୁ ସବୁଦିନ ପାଇଁ ସେ ପ୍ରଶଂସକ ହୃଦୟରେ ରହିଯାଇଛନ୍ତି। ସୂଚନା ମୁତାବକ ପୂର୍ବରୁ ଧଭଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସ୍କେଚ୍‌ ତିଆରି କରି ବେଶ୍‌ ପ୍ରଂଶସା ସାଉଟିଥିଲେ।


All Right Reserved By Dharitri.Com

ପରିବାର ଲୋକ ଶୁଦ୍ଧିକ୍ରିୟା ସାରିବାର କିଛି ସମୟ ପୂର୍ବରୁ ଘରେ ପହଞ୍ଚିଲେ ମୃତ ଘୋଷିତ କୃଷକ

ହାସନ,୨।୭: କର୍ନାଟକ ହାସନରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ନିଜ ପରିବାର କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ନିଜ...

ରୋଜଗାରର ବାଟ ଫିଟାଇବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେ: ପ୍ରଧାନମନ୍ତ୍ରୀ

ଚିତ୍ରକୂଟ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ହଜାର କୋଟି ଟଙ୍କା...

ଶିଖା ଡାକିବ, ଗଙ୍ଗା ଆସିବ

ଗଙ୍ଗା ଫେରିବ। ଗଙ୍ଗା ଆସିବ। ଦିନେ ସଗର ରଜାର ପୁଅମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବିନୀ ଗଙ୍ଗାଙ୍କୁ ଆସିବା ପାଇଁ ପଡ଼ିଥିଲା ପୃଥିବୀକୁ। ମୋ ସଂସାର...

ଚାରିମାସର ବାଛୁରୀ ଛୁଆ ସହ ଖେଳିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ସେଠାରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ...

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ...

ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ...

ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୫ା୭(ପି.ଟି.): ଚନ୍ଦ୍ରୟାନ-୨ ଜୁଲାଇ ୨୨ରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ ହୋଇଥିବାବେଳେ ଏହା ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା...

୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *