ଜହ୍ନରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ !

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କେବଳ ଯେ ବଲିଉଡ୍‌ ତାହା ନୁହେଁ ପୁରା ଦେଶ ଚକିତ ହୋଇଯାଇଛି। ଘଟଣାକୁ ଅନେକ ଦିନ ବିତିଥିଲେ ହେଁ ପ୍ରଶଂସକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏସବୁ ମଧ୍ୟରେ ପ୍ରଶଂସକମାନେ ସୁଶାନ୍ତଙ୍କ ସହ ଜଡିତ ବିଭିନ୍ନ କଥାକୁ ଲୋକଲୋଚନକୁ ଆଣୁଛନ୍ତି। ଏଇ ଯେପରି ଚାନ୍ଦରେ ଜାଗା କିଣିବା ଘଟଣା।

ପ୍ରାରମ୍ଭିକ ଜୀବନ ଆରମ୍ଭ କରିବା ସମୟରେ ସୁଶାନ୍ତଙ୍କ ପ୍ରଥମ ଦରମା ଥିଲା ୨୫୦ ଟଙ୍କା। ହେଲେ ନିଜର ପରିଶ୍ରମ ବଳରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ। ସେଥିରୁ ଗୋଟିଏ ହେଉଛି ଜହ୍ନରେ ଜାଗା କିଣିବା। ସୁଶାନ୍ତ ପ୍ରଥମ ଅଭିନେତା ଥିଲେ ଯିଏ ଜହ୍ନରେ ଏକ ପ୍ଲଟ କିଣିଥିଲେ। ଏପରିକି ନିଜ ଜାଗାକୁ ଦେଖିବା ପାଇଁ ଏକ ବାଇନୋକୁଲାର୍‌ କିଣି ଆଣିଥିଲେ।

ସୁଶାନ୍ତ ଏହି ଜମିକୁ ଇଣ୍ଟରନ୍ୟାଶନାଲ ଲୁନାର ଲ୍ୟାଣ୍ଡ ରେଜିଷ୍ଟ୍ରୀଠାରୁ କିଣିଥିଲେ। ୨୦୧୮ ଜୁନ ୨୫ ତାରିଖରେ ଏହି ପ୍ଲଟକୁ ସେ ନିଜ ନାମରେ କରିଥିଲେ। ତେବେ ଏହି ଜମିରେ କିଛି ଭିନ୍ନ ସନ୍ଧି ରହିଛି। ତଦନୁଯାୟୀ ପୃଥିବୀ ବାହାରେ ଥିବା ସମ୍ପତ୍ତି ସମଗ୍ର ମାନବ ଜାତିର। ଏହା ଉପରେ ସମସ୍ତଙ୍କର ଅଧିକାର ରହିଛି। ଏଣୁ ଆଇନ ଅନୁଯାୟୀ ତାହା ସୁଶାନ୍ତଙ୍କୁ ମାଲିକାନା ଦେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜପୁରୀ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବେ ଭୋଜପୁରୀ ଶିଖୁଛନ୍ତି। ଏମିତି ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ...

ଲକ୍‌ଡାଉନ୍‌: ସଲମାନ୍‌ଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଛନ୍ତି ୟୁଲିଆ, ମାଛ ଧରି ଶେୟାର କଲେ ଭିଡିଓ

ମୁମ୍ବାଇ : ବର୍ତ୍ତମାନ ସଲମାନ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଫାର୍ମହାଉସ୍‌ରେ ରହିଛନ୍ତି। କାରଣ ସଲମାନ୍‌ ତାଙ୍କ ଫାର୍ମହାଉସ୍‌କୁ ବୁଲିବାକୁ...

ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ସଚିନ

ମୁମ୍ବାଇ, ୨୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସୁଶାନ୍ତ ସିଂଙ୍କ ଭୂମିକାରେ ଟିକ୍‌ଟକ୍‌ ଷ୍ଟାର୍‌ ସଚିନ...

ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ...

ଦୀପିକାଙ୍କୁ ପିଠିରେ ବସାଇ ପୁଶ୍‌ଅପ୍‌ ମାରିଲେ ଏହି ଅଭିନେତା

ଟିଭି ସିରିଏଲ ସସୁରାଲ୍‌ ସିମର୍‌ ଫେମ୍‌ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍‌ନେସ୍‌କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍‌...

୪ଦିନରେ ଶୁଟିଂ ହୋଇଥିଲା ଏହି ହୋଲି ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ଫିଲ୍ମ ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ର ଗୀତ ‘ବଲମ ପିଚ୍‌କାରୀ’ ସବୁଠାରୁ ଚର୍ଚ୍ଚିତ ଓ...

ପୁଣି ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ: ନିର୍ବନ୍ଧ ଭାଙ୍ଗିବାର କିଛି ଦିନ ପରେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ନଜର ଆସିଲେ

ମୁମ୍ବାଇ: ବଲିଉଡ ତଥା ହଲିଉଡ୍‌ ଡିଭା ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ସୋମବାର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ...

ନିଜ ବାୟୋପିକ୍‌ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି ଯୁବରାଜ

ବଲିଉଡ୍‌ ଫିଲ୍ମ ‘ଗଲି ବୟ’ରେ ସୁନ୍ଦର ଅଭିନୟ ପାଇଁ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟ ଖେଳାଳି ଯୁବରାଜ...

Play 250+ Trending Games
Archives

Model This Week

Why Dharitri