ମାସ୍କ ପିନ୍ଧି ନ ଥିବା ୭୨ ଜଣଙ୍କଠାରୁ ୧୪ ହଜାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨୮।୬: ଗଞ୍ଜାମ ଜିଲାର ୪ ଦିନିଆ ଶଟଡାଉନର ଦ୍ୱିତୀୟ ଦିନରେ ଅମାନିଆଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।
ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ମାନଙ୍କରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ୭୨ ଜଣ ଲୋକଙ୍କଠାରୁ ୧୪ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୭୮ଜଣ ଅମାନିଆ ଗାଡ଼ି ଚାଳକଙ୍କୁ ୩୯ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ସେହିପରି ଶଟଡାଉନ ନିୟମ ଉଲ୍ଲଂଘନ ନେଇ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି । ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ଅଯଥାରେ ବାହାରେ ବୁଲୁଥିବା ୧୦ ଜଣ ଲୋକଙ୍କ ବିରୋଧରେ ପୋଲିସ ୪୧-ଏ ସିଆରପିସିରେ ନୋଟିସ ଦେଇଥିବା ବେଳେ ୫ ଜଣ ଲୋକଙ୍କୁ ପି.ଆର୍‌.ରିପୋଟ ଦେଇଛି। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ରବିବାର ଟୁଇଟ କରି ସୂଚନା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର...

ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ପଦ୍ମପୁର,୩୦।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଦଳୀୟ କର୍ମୀଙ୍କ ସହ...

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଟପ୍ପର ଦୀପ୍ତିମୟୀ

ପାଟଣା,୬।୯(ସ୍ବ.ପ୍ର.): ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ...

ସ୍ବପ୍ନ ହେବ ସାକାର

ଅନୁଗୋଳ ଅଫିସ, ୧୦।୧୧ ଜରିପାଲ ତଳେ କି ଝାଟିମାଟି ଘରେ ଆଉ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବନି। ପିଇବା ପାଣି ପାଇଁ ଘଣ୍ଟା ଘଣ୍ଟା ନଳ ନିକଟରେ...

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର...

କରୋନା ଟିକା ନେଲେ ଜିଲାପାଳ, ଏସ୍‌ପି

କେନ୍ଦୁଝର,୬।୨(ସ୍ବ.ପ୍ର.): ବିଶ୍ୱ ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗ ଧାଡ଼ିିର କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଶନିବାର ଟିକାକରଣ ପ୍ରକ୍ରିୟା...

କେନ୍ଦ୍ରାପଡ଼ାରେ ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୧୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୧ା୬: କେନ୍ଦ୍ରାପଡ଼ା ଜିଲାରେ ସୋମବାର ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ଛତାସ୍ଥିତ କୋଭିଡ୍‌ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା...

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ,...

Advertisement


Archives

Model This Week

Why Dharitri