ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଦିଲ୍‌ ବେଚାରାର ହିରୋଇନ୍‌ଙ୍କୁ ପୋଲିସର ପଚରାଉଚରା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୨୬ ଜଣଙ୍କୁ ପଚରାଉଚରା କରିଥିବା ବେଳେ ସଞ୍ଜନା ସାଙ୍ଗୀକୁ ଡକାଇ ପଚରାଉଚରା କରିଛି। ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ଚଳଚ୍ଚିତ୍ର ଦିଲ୍‌ ବେଚରାର ହିରୋଇନ୍‌ ହେଉଛନ୍ତି ସଞ୍ଜନା।
ସୁଶାନ୍ତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ତିନିଟି ଦଳ ଗଠନ କରିଛି। ଏହି ତିନି ଦଳର କାର୍ଯ୍ୟକୁ ଏପରି ଭାବରେ ବିଭକ୍ତ କରାଯାଇଛି ଯେ ଏହି ମାମଲାରେ ଯଥାସମ୍ଭବ ପ୍ରମାଣ ସଂଗ୍ରହ କରାଯାଇପାରିବ। ଏହା ସହ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସିପାରିବ। ଏହି ସମୟରେ, ପ୍ରକାଶିତ ଆର୍ଟିକିଲରେ ଏମ୍‌ପି ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ଯେ ଲୋକପ୍ରିୟ ନେତା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ବାୟୋପିକ ପାଇଁ ସୁଶାନ୍ତ ମଧ୍ୟ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଦେଶର ଶକ୍ତିଶାଳୀ ଶ୍ରମିକ ନେତାଙ୍କ ମଧ୍ୟରେ ଫର୍ଣ୍ଣାଣ୍ଡିଜଙ୍କୁ ଗଣନା କରାଯାଇଛି। ସେ ଦେଶର ଇତିହାସରେ ପ୍ରଥମ ରେଳ ଷ୍ଟ୍ରାଇକର ଆୟୋଜନ କରିଥିଲେ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରବିବାର ୧୪ ଜୁନରୁ ୨୭ ଜୁନ୍‌ ପର୍ଯ୍ୟନ୍ତ ପୋଲିସ ଅନେକ କିଛି ପ୍ରମାଣ ପାଇଛି। ଯାହା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଖୋଜିବାକୁ ସହାୟକ ହେବ। ଏପର୍ଯ୍ୟନ୍ତ ପୋଲିସ ଏହି ମାମଲାରେ ସୁଶାନ୍ତଙ୍କ ସାଙ୍ଗ, ପରିଚିତ ଏବଂ ପରିବାର ସଦସ୍ୟଙ୍କ ସମେତ ୨୭ ଜଣଙ୍କ ବୟାନ ରେକର୍ଡ କରିଛି। ସୁଶାନ୍ତ ସାମାଜିକ ପ୍ରତିଷ୍ଠା ହରାଇ ହଇରାଣ ହୋଇଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ଏହି ସବୁ ତାଙ୍କ ଲାଗି କରାଯାଉଛି।
ସୁଶାନ୍ତଙ୍କ ନାମ ନ ନେଇ ତାଙ୍କ ଉପରେ ତୀବ୍ର ଆକ୍ରମଣ ହୋଇଥିବା ରିପୋର୍ଟ ମଧ୍ୟ ପୋଲିସ ପଢ଼ିବା ଆରମ୍ଭ କରିଛି। ଏହି ରିପୋର୍ଟଗୁଡିକରେ, ସୁଶାନ୍ତଙ୍କୁ ଦାୟିତ୍ୱହୀନ ଏବଂ ଚରିତ୍ରହୀନ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା। କେତେକ ୱେବସାଇଟ ଏହି ରିପୋର୍ଟକୁ ପୋଲିସ ନିକଟରେ ପହଞ୍ଚାଇବାକୁ ସାହାଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?