ଗୋଟିଏ ମାସରେ କାହିଁକି ୫୦ ଥର ନିଜର ସିମ୍‌ କାର୍ଡ ବଦଳାଇ ଥିଲେ ସୁଶାନ୍ତ: ଶେଖର ସୁମନ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ହୁଏତ କିଛି ନା କିଛି ରୋଚକ ତଥ୍ୟ ଆସୁଛି ସାମ୍ନାକୁ। ଏବେ ଅଭିନେତା ଶେଖର ସୁମନ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ନିକଟରେ ସେ ସୁଶାନ୍ତଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ଏମିତି ଅଭିଯୋଗ ଆଣିଛନ୍ତି। ଏହାସହ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି। ଏହାପୂର୍ବରୁ ମଧ୍ୟ କେତେଜଣ ରାଜନେତା ଓ ସେଲିବ୍ରିଟି ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଥିଲେ। ଏଥର ଶେଖର ସୁମନ କହିଛନ୍ତି ସୁଶାନ୍ତଙ୍କ ସହ ଏମିତି କ’ଣ ଘଟିଥିଲା କି ଯେଉଁଥିପାଇଁ ସେ ଗୋଟିଏ ମାସ ମଧ୍ୟରେ ୫୦ ଥର ନିଜ ସିମ୍‌କାର୍ଡ ବଦଳାଇଥିଲେ। ଏହାସହ ରାତିରେ ଯିଏ ପାର୍ଟି କରୁଛି, ସକାଳୁ ଉଠି ପ୍ଲେ ଷ୍ଟେଶନ ଯାଉଛି, ସକାଳୁ ସକାଳୁ ଗୋଟି ଏ ଗ୍ଲାସ ଜୁସ୍‌ ମଗାଇଥିଲେ ତାଙ୍କ ମନରେ ଏମିତି କି ବିତୃଷ୍ଣା ଆସିଲା ଯେ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଲେ। ଆହୁରି ମଧ୍ୟ ସୁଶାନ୍ତ ଯେଉଁ ଘରେ ଆତ୍ମହତ୍ୟା କରିଛନ୍ତି ସେଠାରେ ଆତ୍ମହତ୍ୟା କରିବା ଏତେ ସହଜ ନୁହେଁ। କାରଣ ମୁମ୍ବାଇରେ ଘରର ଛାତ ଏତେ ଉଚ୍ଚ ନୁହେଁ। ଆଉ ଜଣେ ନିଜ ବେଡ୍‌ ଉପରେ ଚଢି ଆତ୍ମହତ୍ୟା କରିବା ସମ୍ଭବ ନୁହେଁ। କାରଣ ଏହି ଛାତର ଉଚ୍ଚତା ହିଁ ୬ ଫୁଟ ତେଣୁ ଜଣେ ବେଡ୍‌ ଉପରେ ଚଢି କେବେବି ଝୁଲି ପାରିବ ନାହିଁ ବୋଲି ଶେଖର କହିଛନ୍ତି। ତେଣୁ ସୁଶାନ୍ତଙ୍କ ମୃତ୍ୟୁ ପଛର କାହାଣୀ ଲୋକ ଲୋଚନକୁ ଆଣିବାକୁ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri