ପୋଲିସର ବଡ଼ ଖୁଲାସା: ଥରେ ନୁହେଁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଶାନ୍ତ

ବମ୍ବେ: ପ୍ରଥମେ ଧାରାବାହିକରୁ ସଫଳ ନାୟକର ପରିଚୟ ପାଇବା ପରେ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ‘କାଇ ପୋ ଚେ’ ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ପରେ ସେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ କରି ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। କ୍ୟାରିୟର ଠିକ୍‌ ଠାକ୍‌ ଚାଲିଥିବା ବେଳେ ହଠାତ୍‌ ତାଙ୍କର ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଦେଇଥିଲା। ଏବେ ପୋଲିସ ଏହା ପଛରେ ଥିବା କାରଣକୁ ନେଇ ଖୋଳତାଡ଼ କରୁଛି।

ଯାଞ୍ଚରେ ଅନେକ କଥା ସାମ୍ନାକୁ ଆସୁଛି। ଉକ୍ତ ଦିନ ସୁଶାନ୍ତ ଗୋଟିଏ ଥର ନୁହେଁ ବରଂ ଦୁଇଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ପୋଲିସ ସନ୍ଦେହ କରୁଛି। ପ୍ରଥମଟିରେ ସେ ସଫଳ ହୋଇ ନ ଥିଲେ ହେଁ ଦ୍ୱିତୀୟଥରରେ ତାଙ୍କର ଜୀବନ ଚାଲିଯାଇଥିଲା। ଏପରି କହିବା ପଛରେ କାରଣ ମଧ୍ୟ ରହିଛି।

ସୁଶାନ୍ତ ଆତ୍ମହତ୍ୟା କରିଥିବା କୋଠରୀରେ ବାଥରୋବ୍‌(ଗାଧୋଇବା ପୋଷାକ)ର କିଛି ଖଣ୍ଡ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା। ଏଣୁ ସେ ପ୍ରଥମେ ବାଥରୋବ୍‌ ଜରିଆରେ ଆତ୍ମହତ୍ୟା କରିଥିଲେ। ହେଲେ ତାହା ଛିଣ୍ଡିଯିବାରୁ ସେ ଦ୍ୱିତୀୟ ଥର ପାଇଁ କୁର୍ତ୍ତା ବ୍ୟବହାର କରି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି।

ଏହାଛଡ଼ା ସୁଶାନ୍ତଙ୍କ କୋଠରୀରେ ଲୁଗାପଟା ଖେଳାଇ ହୋଇ ପଡ଼ିଥିଲା। ତେଣୁ ସେ ପ୍ରଥମ ବାଇରୋବ୍‌ ଛିଡ଼ିଯିବା ପରେ ଆଲମାରୀରେ ଥିବା କପଡ଼ା ଖୋଜିଥିଲେ। ପରେ ସବୁଜ ରଙ୍ଗର କୁର୍ତ୍ତା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ। ପୋଲିସ ଘରେ ପହଞ୍ଚିବା ସମୟରେ ତାଙ୍କ ଭଉଣୀ ଏବଂ ଅନ୍ୟ ଲୋକମାନେ ତାଙ୍କ ପୋଷାକକୁ କାଟି ଉଦ୍ଧାର କରିଥିଲେ। ଅପରପକ୍ଷେ ପୋଲିସ ଉକ୍ତ କୁର୍ତ୍ତାକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଇଛି। ଏହାଦ୍ୱାରା ପୋଷାକ ଜଣଙ୍କର ଓଜନ ସମ୍ଭାଳିବାକୁ ସକ୍ଷମ ଥିଲା ନା ନାହିଁ ତାହା ଯାଞ୍ଚ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri