ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଯୁବ କ୍ରିକେଟର ସୁରେଶ ନାଗ

ଗୁଣପୁର,୬ା୨(ଡି.ଏନ୍‌.ଏ.) ଗୁଲୁମୁଣ୍ଡା ଯୁବ କ୍ରିକେଟର ସୁରେଶ ନାଗ ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୦ ତାରିଖରେ ସେ ଥାଇଲାଣ୍ଡ ଗସ୍ତ କରିବେ। ଏହା ପୂର୍ବରୁ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣପୁର ପକ୍ଷରୁ ସୁରେଶ ନାଗଙ୍କୁ ସହାୟତା ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଉପସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡା ସୁରେଶ ନାଗଙ୍କୁ କ୍ରିକେଟ ଉପକରଣ ଯଥା ବ୍ୟାଟ୍‌, ହେଲ୍‌ମେଟ, ବ୍ୟାଟିଂ ଗ୍ଲୋବ, ପ୍ୟାଡ୍‌, ଥାଇଗାର୍ଡ, ଚେଷ୍ଟ ଗାର୍ଡ ଓ କିଟ୍‌ ବ୍ୟାଗ୍‌ ଆଦି ପ୍ରଦାନ କରିଥିଲେ। ପ୍ରିମିୟର ଲିଗ୍‌ରେ ଉତ୍ତମ ପ୍ରଦର୍ଶନ କରି ନିଜ ଏବଂ ଅଞ୍ଚଳରେ ଗୌରବ ରଖିବା ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ। ସୂଚନାନୁଯାୟୀ, ପ୍ରଥମେ ସୁରେଶ ପ୍ରଥମେ ଓଡ଼ିଶା ଗ୍ରାମୀଣ ପ୍ରିମିୟର ଲିଗ୍‌ରେ ଖେଳିଥିଲେ। ପରେ କଟକ ବାରବାଟୀ ଷ୍ଟାଡିୟମରେ ଉତ୍ତମ ପ୍ରଦର୍ଶନ କରିଥିଲେ। ଫେବୃୟାରୀ ମାସରେ ହେବାକୁ ଥିବା ଥାଇଲାଣ୍ଡ ପ୍ରିମିୟମ ଲିଗରେ ବୁଲ୍‌ ବୁଷ୍ଟର ଟିମ୍‌ ପାଇଁ ଖେଳିବାକୁ ମନୋନୀତ ହୋଇଛନ୍ତି। ଜିଆଇଇଟି କୁଳପତି ଡ. ଗୌତମ ଘୋଷ, ଡ. ସଞ୍ଜୟ କୁମାର କୁଅଁର, ପ୍ରଫେସର ଆଶିଷ ସାମଲ, ଡ. ପ୍ରେମାଂଶୁ ଶେଖର ରଥ, ପ୍ରଫେସର ଦେବାଶିଷ ପଟ୍ଟନାୟକ, କ୍ରୀଡ଼ାଧିକାରୀ ରବୀନ୍ଦ୍ର ପଣ୍ଡା, ଆଦିତ୍ୟ ମହାକୁଡ଼, ରଘୁନାଥ ପଣ୍ଡା ସୁରେଶଙ୍କୁ ଶୁଭକାମନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri