ଶ୍ରୀହୀନ ହେଉଛି ସୁନାମୁହିଁ ପାର୍କ

ଖଣ୍ଡପଡ଼ା,୧୫ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡା ସହରାଞ୍ଚଳ ନିକଟ ଖଣ୍ଡପଡା-ନୟାଗଡ ମୁଖ୍ୟ ପୂର୍ତ୍ତ ବିଭାଗ ପାର୍ଶ୍ୱରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସୁନାମୁହିଁ ପର୍ଯ୍ୟଟନ ସ୍ଥଳଟି ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଶ୍ରୀହୀନ ହେବାରେ ଲାଗିଛି। ଏକ ତ୍ରିକୋଣ ପାହାଡକୁ ବନ୍ଧ ପକାଯାଇ ସୃଷ୍ଟି କରାଯାଇଥିବା ସୁନାମୁହିଁ ଡ୍ୟାମକୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସୁନାମୁହିଁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରରୁ ପର୍ଯ୍ୟଟକମାନେ ବର୍ଷ ତମାମ ସୁନାମୁହିଁ ପାର୍କକୁ ବୁଲିବାକୁ ଆସୁଥିବା ବେଳେ ବଣଭୋଜି ପାଇଁ ଏହାର ପରିବେଶ ବେଶ ଅନୁକୂଳ ଅଟେ। ସୁନାମୁହିଁ ଜଳ ଭଣ୍ଡାରର ଗୋଟିଏ ପାର୍ଶ୍ୱରେ ରହିଛି ଘଞ୍ଚ ସଂରକ୍ଷିତ ଜଙ୍ଗଲ ଓ ପାହାଡ। ସଂରକ୍ଷିତ ଜଙ୍ଗଲରେ ବାସ କରୁଥିବା ବନ୍ୟଜନ୍ତୁ ବିଭିନ୍ନ ସମୟରେ ଜଳ ଭଣ୍ଡାରକୁ ପାଣି ପିଇବାକୁ ଆସୁଥିବା ଦୃଶ୍ୟକୁ ପର୍ଯ୍ୟଟକମାନେ ମନ ଭରି ଉପଭୋଗ କରିଥାନ୍ତି। ଖାଲି ସେତିକି ନୁହେଁ ପର୍ଯ୍ୟଟକମାନଙ୍କୁ ମଧ୍ୟ ସୁନାମୁହିଁ ଜଳ ଭଣ୍ଡାରରେ ସ୍ନାନ କରି ମଜା ଉଠାଇଥାନ୍ତି। ଖଣ୍ଡପଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳ ପରିସରରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା। କୋମଳମତୀ ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ଖେଳ ଉପକରଣ ସ୍ଥାପନ କରାଯାଇଥିଲା। ସେହିପରି ଯୁବକ ଓ ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ବ୍ୟାୟାମ ଉପକରଣଗୁଡିକ ପର୍ଯ୍ୟଟନସ୍ଥଳ ପରିସରରେ ସ୍ଥାନ ପାଇଥିଲା। ମାତ୍ର ଦୁର୍ବୃତ୍ତମାନେ ପର୍ଯ୍ୟଟନ ସ୍ଥଳ ପରିସରରୁ ବହୁ କିଛି ମୂଲ୍ୟବାନ ସାମଗ୍ରୀ ଲୁଟି ନେବା ସହ ଏଠାରେ ଥିବା ଅଶୋକ ଚକ୍ର ପରି କୀର୍ତ୍ତରାଜିଗୁଡିକ ଭଙ୍ଗାରୁଜା କରିବା ଯୋଗୁ ପର୍ଯ୍ୟଟନ ସ୍ଥଳଟି ଶ୍ରୀହୀନ ହେବାରେ ଲାଗିଛି। ପର୍ଯ୍ୟଟନସ୍ଥଳ ପରିସରରେ ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମାତ୍ର କେତେକ ବିଦ୍ୟୁତ ଖୁଣ୍ଟର ଏଲଇଡି ବଲବଗୁଡିକ ଜଳୁ ନ ଥିବାରୁ ରାତିରେ ଅନ୍ଧାର ହୋଇଯାଉଛି। ସେହିପରି ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତତ୍କାଳୀନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସମୟରେ ସୁନାମୁହିଁ ପାର୍କ ପରିସରର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲେ ହେଁ ଏହାର ସୁରକ୍ଷା ଦିଗରେ କୌଣସି ଉପଯୁକ୍ତ ବ୍ୟବସ୍ଥା କରାଯାଇ ନ ଥିବାରୁ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଅନେକ ପର୍ଯ୍ୟଟକ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ସୁନାମୁହିଁ ପାର୍କକୁ ପରିଦର୍ଶନରେ ଆସୁଛନ୍ତି। ଏଠରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ, ଖଣ୍ଡପଡ଼ା ଏନ୍‌ଏସି କର୍ତ୍ତୃପକ୍ଷ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ତଳେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ମାଲକାନଗିରି,୧୯।୧୦(ଡି.ଏନ.ଏ.): ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା କିପରି ଗ୍ରାମରେ ପହହଞ୍ଚତ୍ବ ଏବଂ ଲୋକେ ଉପକଅତ ହେବେ ସେଥିପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ମାତ୍ର...

ଫୈଜାନ ହେଲେ ନଗର ଯୁବ କଂଗ୍ରେସ ସଭାପତି

ଭଦ୍ରକ ଅଫିସ,୩।୧୦: ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ନଗର ଯୁବ କଂଗ୍ରେସ ସଭାପତି ଭାବେ ଫୈଜାନ ଅଲ୍ଲୀ ମନୋନୀତ ହୋଇଛନ୍ତି। ଭଦ୍ରକ ଜିଲା କଂଗ୍ରେସ ସଭାପତି...

କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ...

ତଲାବିରା କୋଇଲା ଖଣି ଆଗରେ ଗ୍ରାମବାସୀଙ୍କ ଧାରଣା

ରେଙ୍ଗାଲି,୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାମ କରୁଥିବା ଏନ୍‌ଏଲ୍‌ସି କମ୍ପାନୀର ମନମୁଖି କାର୍ଯ୍ୟ ଏବଂ ବିଭିନ୍ନ...

ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ...

ପୌର ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରଚାର ମଇଦାନରେ ଚେୟାରମ୍ୟାନ ପ୍ରାର୍ଥିନୀ

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ଦୁର୍ଗାଦେବୀ ସାହିରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନିମାପଡ଼ା,୧୬।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ...

ଇଏସ୍‌ଆଇ ହସ୍‌ପିଟାଲ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ

ବାଲେଶ୍ୱର ଅଫିସ, ୧।୪: ବାଲେଶ୍ୱର ଜିଲାରେ ଅନେକ କଳକାରଖାନା ରହିଥିଲେ ମଧ୍ୟ ଏଠାରେ ଏକ ଇଏସ୍‌ଆଇ ହସ୍ପିଟାଲ ନ ଥିବାରୁ ରୋଗଗ୍ରସ୍ତ ଓ ଆହତ ଶ୍ରମିକମାନେ...

Advertisement
Archives

Model This Week