ଭାରତରେ ବଢ଼ିବ ଗ୍ରୀଷ୍ମପ୍ରବାହ

ଓ୍ବାଶିଂଟନ୍‌,୮।୧୨: ଗତ ୧୦ ବର୍ଷ ଧରି ଭାରତରେ ଗ୍ରୀଷ୍ମପ୍ରବାହ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ଆସନ୍ତା ଦିନରେ ଭାରତରେ ଏହି ଗ୍ରୀଷ୍ମପ୍ରବାହ ଆହୁରି ବଢ଼ିବ ଏବଂ ଲୋକଙ୍କ ଜୀବନଯାପନ କଷ୍ଟକର ହୋଇପଡ଼ିବ ବୋଲି ଓ୍ବାଲର୍‌ଡ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରକାଶିତ ରିପୋର୍ଟର ଶୀର୍ଷକ ରହିଛି, ‘କ୍ଲାଇମେଟ୍‌ ଇନ୍‌ଭେଷ୍ଟମେଣ୍ଟ ଅପଚ୍ୟୁନିଟିଜ୍‌ ଇନ୍‌ ଇଣ୍ଡିଆଜ୍‌ କୁଲିଙ୍ଗ୍‌ ସେକ୍ଟର’।

କେରଳ ସରକାରଙ୍କ ସହଯୋଗୀତାରେ ଓ୍ବାଲର୍‌ଡ ବ୍ୟାଙ୍କ ପକ୍ଷରୁ ଆୟୋଜିତ ‘ଇଣ୍ଡିଆ କ୍ଲାଇମେଟ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ପାର୍ଟନର୍ସ ମିଟ୍‌’ରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏପ୍ରିଲରେ ରାଜଧାନୀ ଦିଲ୍ଲୀର ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ମାର୍ଚ୍ଚମାସରେ ତାପମାତ୍ରାରେ ହଠାତ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଭାରତରେ ଗ୍ରୀଷ୍ମପ୍ରବାହ ବଢ଼ିବାକୁଥିବାବେଳେ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେବାର ଆଶଙ୍କା ଥିବା ରିପୋର୍ଟରେ କୁହାଯାଇଛି।

ସାଧାରଣ ଲୋକେ ବିନା ବାୟୁରେ ତିନି ମିନିଟ, ବିନା ପାଣିରେ ତିନି ଦିନ ଓ ବିନା ଖାଦ୍ୟରେ ତିନି ସପ୍ତାହ କାଟିବାକୁ ସକ୍ଷମ ହୋଇଥିବାବେଳେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁ ଏହା ଅସମ୍ଭବ ହୋଇଯିବ। ଦକ୍ଷିଣ ଏସିଆରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ, ଯାହାର ପ୍ରଭାବ ଭାରତରେ ସର୍ବାଧିକ ଦେଖିବାକୁ ମିଳିବ। ୨୦୩୬-୬୫ ବେଳକୁ ଭାରତରେ ହିଟ୍‌ ଓ୍ବେଭ୍‌ର ମାତ୍ରା ୨୫ ଗୁଣା ବୃଦ୍ଧି ପାଇବ ବୋଲି ୨୦୨୧ ଜି୨୦ ସମ୍ମିଳନୀରେ କୁହାଯାଇଥିଲା।

ଇଣ୍ଟର -ଗଭର୍ନମେଣ୍ଟ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ (ଆଇପିସିସି) ମଧ୍ୟ ଏ ନେଇ ଭାରତକୁ ସତର୍କ କରିଥିଲା। ବର୍ତ୍ତମାନ ସମୟରେ ଭାରତର ୭୫% ଲୋକ (୩୮୦ ନିୟୁତ) ଖରାରେ କାମ କରୁଛନ୍ତି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି କାରଣରୁ ବିଶ୍ୱରେ ୮୦ ନିୟୁତ ଲୋକ ରୋଜଗାରର ମାଧ୍ୟମ ହରାଇଥିବାବେଳେ ସେଥିମଧ୍ୟରୁ ୩୪ ନିୟୁତ ଲୋକ କେବଳ ଭାରତର। ଏହାଦ୍ୱାରା ବର୍ଷକୁ ୧୦୧ ବିଲିୟନ୍‌ ଘଣ୍ଟା ନଷ୍ଟ ହେବାର ଆଶଙ୍କା ରହିଛି। ହିଟ୍‌ ଓ୍ବେଭ୍‌ର ପ୍ରଭାବ ଖାଦ୍ୟ, ଶସ୍ୟଉତ୍ପାଦନ କ୍ଷେତ୍ରରେ ପଡ଼ିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?