Posted inଜାତୀୟ

ଭାରତରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ, ୧୦।୮: ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଅନାବୃଷ୍ଟି, ଅତିବୃଷ୍ଟି ଦେଖାଦେବ। ଏଥିସହିତ ଦେଶ ଅଧିକ ବାତ୍ୟାର ସମ୍ମୁଖୀନ ହେବ ବୋଲି ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ କମିଟି (ଆଇପିସିସି) ରିପୋର୍ଟରେ କୁହାଯାଇଛି। ଆଇପିସିସି ଓ୍ବାର୍କିଂ ଗ୍ରୁପ୍‌-୧ ଏହାର ଷଷ୍ଠ ଆକଳନ ରିପୋର୍ଟ ସୋମବାର ପ୍ରକାଶ ପାଇଛି। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ହାରାହାରି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବାକୁ ସାରା ବିଶ୍ୱ ଉଦ୍ୟମ ଚଳାଇଥିବାବେଳେ ଜାତିସଂଘ ଜଳବାୟୁ ପରିବର୍ତ୍ତନ କମିଟିର ଏହି ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଆଗାମୀ ୨୦ ବର୍ଷ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ କିମ୍ବା ଏହାକୁ ଟପିଯିବ। ଏହାର ପରିଣାମ ସ୍ବରୂପ ଗ୍ରୀଷ୍ମ ଲହର ବଢ଼ିବା ସାଙ୍ଗକୁ ଗ୍ରୀଷ୍ମଋତୁ ଅବଧି ବୃଦ୍ଧି ପାଇବ ଓ ଶୀତଦିନ କମିଯିବ। ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଭାରତର ବିଭିନ୍ନ ଅଞ୍ଚଳରେ ଅନୁରୂପ ପ୍ରଭାବ ଅନୁଭୂତ ହେବ। ହିମାଳୟ ଅଞ୍ଚଳରେ ଗ୍ଲେସିୟର ହ୍ରଦଗୁଡ଼ିକ ଅତ୍ୟଧିକ ତରଳିବ ବୋଲି କୁହାଯାଇଛି।
ଜଳବାୟୁ ପରିବର୍ତ୍ତନ ପଛରେ ଥିବା ବିଜ୍ଞାନସମ୍ମତ କାରଣ ଦର୍ଶାଇବା ସହ ଆଇପିସିସି ପ୍ରଥମ ଥର ପାଇଁ ବିଭିନ୍ନ ଅଞ୍ଚଳରେ ହେବାକୁ ଥିବା ପରିବର୍ତ୍ତନର ସବିଶେଷ ବିବରଣୀ ଦେଇଛି। ସାରା ବିଶ୍ୱକୁ ୧୧ଟି ଅଞ୍ଚଳରେ ବିଭକ୍ତ କରି ଜଳବାୟୁ ପରିବର୍ତ୍ତନର ସବିଶେଷ ତଥ୍ୟ ଦିଆଯାଇଛି। ଫଳରେ ଆଗାମୀ ଦିନରେ କେଉଁ ଅଞ୍ଚଳ କିଭଳି ସମସ୍ୟାର ସମ୍ମୁଖୀନ ହେବ ତାହା ଆକଳନ କରିବା ସହଜ ହେବ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ଯଦିଓ ରିପୋର୍ଟରେ ନିର୍ଦ୍ଦିଷ୍ଟ ସହର ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ ତେବେ ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ଭାରତର ୭,୫୧୭ କିଲୋମିଟର ଉପକୂଳ ଅଞ୍ଚଳ ଏବଂ ମୁମ୍ବାଇ, ଚେନ୍ନାଇ, କୋଚି, କୋଲକାତା, ସୁରଟ, ବିଶାଖାପାଟଣା ଆଦି ବୃହତ୍‌ ବନ୍ଦର ନଗରୀ ପ୍ରଭାବିତ ହେବ।
‘କ୍ଲାଇମେଟ୍‌ ଚେଞ୍ଜ ୨୦୨୧: ଦି ଫିଜିକାଲ ସାଇନ୍ସ ବେସିସ୍‌’ ନାମରେ ପ୍ରକାଶିତ ଏହି ରିପୋର୍ଟକୁ ଭାରତ ସମେତ ୧୯୫ ସରକାର ଏବଂ ବୈଜ୍ଞାନିକମାନେ ଚୂଡ଼ାନ୍ତ କରିଛନ୍ତି। ରିପୋର୍ଟରେ ଭାରତୀୟ ଉପମହାଦେଶ ଅଞ୍ଚଳ ସମ୍ପର୍କରେ କୁହାଯାଇଛି, ଏଠାରେ ଭୂପୃଷ୍ଠ ତାପମାତ୍ରା ୧୮୫୦-୧୯୦୦ ଆଭ୍ୟନ୍ତରୀଣ ପରିବର୍ତ୍ତନ ରେଞ୍ଜ୍‌ ତୁଳନାରେ ବଢ଼ିଛି। ଗ୍ରୀଷ୍ମ ଅତ୍ୟଧିକ ବଢ଼ିବା ସହ ଶୀତ କମିଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ଧାରା ଜାରି ରହିବ। ବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧରେ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆରେ ମୌସୁମୀ ଦୁର୍ବଳ ହୋଇପଡ଼ିଥିଲା। ମୁଖ୍ୟତଃ ଏରୋସଲ ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିଲା। ସବୁଜ ଗୃହ ବାଷ୍ପ ପ୍ରଭାବ ଓ ଏରୋସଲର ଫଳ ସ୍ବରୂପ ପୂର୍ବ ଏସିଆରେ ମୌସୁମୀ ବର୍ଷା ପ୍ରଭାବିତ ହୋଇଥିଲା। ଆଭ୍ୟନ୍ତରୀଣ ପରିବର୍ତ୍ତନର ପ୍ରଭାବ ଯୋଗୁ ଦକ୍ଷିଣ, ଦକ୍ଷିଣପୂର୍ବ ଏସିଆର ମୌସୁମୀ ଏବଂ ପୂର୍ବ ଏସିଆର ଗ୍ରୀଷ୍ମ ମୌସୁମୀ ସ୍ବଳ୍ପ ମିଆଦିରେ କମ୍‌ ହେବାକୁ ଥିବାବେଳେ ଦୀର୍ଘମିଆଦୀରେ ବୃଦ୍ଧି ପାଇବ। ଏଥିସହିତ ଏହି ଉପମହାଦେଶରେ ଅନାବୃଷ୍ଟି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ସବୁଜଗୃହ ବାଷ୍ପ ନିର୍ଗମନକୁ କମାଇପାରିଲେ ଜଳବାୟୁ ପରିବର୍ତ୍ତନକୁ ସୀମିତ କରାଯାଇପାରିବ ବୋଲି ବିଶ୍ୱାସ କରାଯାଉଛି। ଏଥିପାଇଁ ସତାବ୍ଦୀ ମଧ୍ୟଭାଗ ସୁଦ୍ଧା କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନକୁ ଶୂପରେ ପହଞ୍ଚାଇବାକୁ ହେବ। ଏଥିସହିତ ବାୟୁ ପ୍ରଦୂଷକ ଏବଂ ମିଥେନ ଆଦି ଅନ୍ୟାନ୍ୟ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ ପାଇଲେ ସ୍ବାସ୍ଥ୍ୟ ଏବଂ ଜଳବାୟୁ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ଆଇପିସିସି କାର୍ଯ୍ୟକାରୀ ଗ୍ରୁପ୍‌-୧ର ସହ-ଅଧ୍ୟକ୍ଷ ପାନ୍‌ମାଓ ଝାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?