Posted inଜାତୀୟ

ଏନ୍‌ଏସ୍‌ଓ ସହ କୌଣସି ଦେଣନେଣ ହୋଇନି

ନୂଆଦିଲ୍ଲୀ, ୧୦ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌କୁୁ କେନ୍ଦ୍ର ସରକାର କିଣି ଏହା ମାଧ୍ୟମରେ ଗୁପ୍ତଚରଗିରି କରିଥିବା ଅଭିଯୋଗର ତଦନ୍ତ ଦାବିରେ ପାର୍ଲାମେଣ୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏ ବାବଦରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରତିକ୍ରିୟା ରଖାଯାଇଛି। ଏନ୍‌ଏସ୍‌ଓ ସହ କୌଣସି ପ୍ରକାର ଦେଣନେଣ ହୋଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ପାର୍ଲାମେଣ୍ଟରେ ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର ଏନ୍‌ଏସ୍‌ଓ ସହ ଟ୍ରାଞ୍ଜାକଶନ୍‌ କରିଛନ୍ତି କି ନାହିଁ ବୋଲି ସିପିଏମ୍‌ ଏମ୍‌ପି ଡ. ଭି. ଶିବଦାସନ ପଚାରିଥିଲେ। ଏକ ଲିଖିତ ଉତ୍ତର ପଢ଼ି ଅଜୟ ଭଟ୍ଟ କହିଥିଲେ, ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଏସ୍‌ଓ ସହ କୌଣସି ପ୍ରକାର ଦେଣନେଣ ହୋଇନାହିଁ। ଦେଶବାସୀଙ୍କ ଉପରେ ବେଆଇନ ଭାବେ ଗୁପ୍ତଚରଗିରି କରାଯାଇ ନ ଥିବା କେନ୍ଦ୍ର ସଫେଇ ଦେଇଆସୁଥିଲେ ହେଁ ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଆଇନ ଅନୁଯାୟୀ ଗୁପ୍ତଚରଗିରି ଏକ ଜଟିଳ ପ୍ରକ୍ରିୟା। ତାହା ସ୍ବରାଷ୍ଟ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କାମ। ତେଣୁ ଏ ବାବଦରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ପରିବାର ନିଜକୁ ତିସମାର ଖାନ୍ ଭାବୁଛନ୍ତି: ନଟୱର ସିଂ

ନୂଆଦିଲ୍ଲୀ,୧ ।୧୦: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟଙ୍କ ମଧ୍ୟରୁ ମନିଷ ତିୱାରୀ ଓ କପିଲ ସିବଲଙ୍କ ପରେ ଏବେ ପୂର୍ବତନ ବୈଦେଶିକମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ...

ରାହୁଲଙ୍କ ସହ ପୋଲିସର ଦୁର୍ବବ୍ୟବହାର ଗଣତନ୍ତ୍ରର ବଳାତ୍କାର: ସଞ୍ଜୟ

ମୁମ୍ବାଇ,୨ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଯେଉଁଭଳି ଦୁର୍ବବ୍ୟବହାର କରିଛି ତାକୁ ଶିବସେନା ନେତା ସଞ୍ଜୟ ରାଉତ...

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ...

ଲୁଙ୍ଗି, ଚପଲ ପିନ୍ଧି ଗାଡି ଚଳାଇବା ଉପରେ ମତ ରଖିଲେ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହେବାପରେ ଲୋକଙ୍କ ବହୁ ସଂଖ୍ୟାରେ ଚାଲାଣ କଟୁଥିବା ଦେଖିବାକୁ ମିଳିଛି। ନିକଟରେ ଲୁଙ୍ଗି ଓ ଚପଲ...

ଭୂସ୍ଖଳନରେ ଗୋଟିଏ ପରିବାରର ଚାଲିଗଲା ୫ ଜୀବନ

ଥିରୁଭାନନ୍ତପୁରମ୍‌,୨୯।୮: କେରଳର ଥୋଡୁପୁଜାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ଇଡୁକି ଜିଲାର ଥୋଡୁପୁଜା ନିକଟ କଞ୍ଜର...

ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା: ଭୂସ୍ଖଳନରେ ୩୬ରୁ ଊର୍ଦ୍ଧ୍ୱ ମୃତ

ମୁମ୍ବାଇ,୨୩।୭: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହ ନଦୀଗୁଡ଼ିକରେ ପାଣି ଫୁଲିଯାଇଛି।...

‘କଂଗ୍ରେସ ସରକାରକୁ ଫେରିଲେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର’

ଚଣ୍ଡିଗଡ,୧୩।୨:ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଜୋରସୋରରେ ଚାଲିଛି। ଶାସକ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଲୋକଙ୍କ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ...

ଲକ୍‌ଡାଉନ୍‌ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି...

Advertisement
Archives

Model This Week