Posted inଖେଳ

ଟି-୨୦ ମ୍ୟାଚ୍‌ ବେଳେ ବିସ୍ଫୋରଣ

କାବୁଲ,୩୦।୭: ଆଫଗାନିସ୍ତାନର ଶାପଗିଜା ଟି-୨୦ କ୍ରିକେଟ ଲିଗ୍‌ର ମ୍ୟାଚ ବେଳେ କାବୁଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୪ଜଣ ଦର୍ଶକ ଆହତ ହୋଇଛନ୍ତି। ଏହି ମ୍ୟାଚ ପାମିର ଜଲମି ଏବଂ ବ୍ୟାଣ୍ଡ-ଏ-ଆମିର ଡ୍ରାଗନ୍ସ ଦଳ ମଧ୍ୟରେ ଖେଳାଯାଉଥିଲା। ଆଫଗାନିସ୍ତାନ ପାଇଁ ବିଶ୍ୱକପ ଖେଳୁଥିବା ଅନେକ ଖେଳାଳି ମଧ୍ୟ ଏହି ମ୍ୟାଚରେ ଭାଗ ନେଇଥିଲେ। ତେବେ ଘଟଣାରେ ଆଫଗାନିସ୍ତାନର ପ୍ରମୁଖ ଖେଳାଳି ଆହତ ହୋଇ ନ ଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ଷ୍ଟାଡିୟମରେ କିଛି ସମୟ ପାଇଁ ଦର୍ଶକ ଭୟଭୀତ ହେବା ସହ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଏପରିି କି ଉଭୟ ଦଳର ଖେଳାଳିଙ୍କୁ କିଛି ସମୟ ପାଇଁ ବଙ୍କର୍‌ ଭିତରକୁ ନିଆଯାଇଥିଲା। ଏହି ବିସ୍ଫୋରଣ ସମୟରେ ଷ୍ଟାଡିୟମରେ ମିଳିତ ଜାତିସଂଘର କେତେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ମ୍ୟାଚକୁ ୧ଘଣ୍ଟା ପାଇଁ ବନ୍ଦ କରିବାକୁ ପଡ଼ିଥିଲା। ତେବେ ପୋଲିସର ସବୁଜ ସଙ୍କେତ ପାଇବା ପରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ବ୍ୟାଣ୍ଡ-ଇ-ଆମିର ଡ୍ରାଗନ୍ସ ଦଳ ଡକୱର୍ଥ-ଲୁଇସ ନିୟମ ଅନୁଯାୟୀ ପରିବର୍ତ୍ତିତ ୧୦ ଓଭରରେ ୯୪ ରନ୍‌ ହାସଲ କରିଥିଲେ। ଏହାପୂର୍ବରୁ ପାମିର ଜଲମି ଦଳ ୨୦ ଓଭରରେ ୫ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ,୧୭ା୪- ଆଇପିଏଲ୍‌ର ୧୪ ତମ ସଂସ୍କରଣର ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ...

ଟପ୍‌ ସିଡ୍‌ ମନ୍‌ଫିଲ୍ସକୁ ହରାଇଲେ ପର୍ସେଲ

ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍‌କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍‌...

ପୂଜାରାଙ୍କ ମଜାକ ଉଡାଇଲେ ଧାଓ୍ବନ

ରାଜକୋଟ,୨୯।୧୨- ଏଠାରେ ଉତ୍ତର ପ୍ରଦେଶ ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ମ୍ୟାଚ୍‌ରେ...

ଉତ୍ଥାନ ଓ ପତନ: କୋହଲିଙ୍କ ନେତୃତ୍ୱରେ ସର୍ବାଧିକ, ସର୍ବନିମ୍ନ ସ୍କୋର

ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ...

ବିଶ୍ୱକପ୍‌ ଖେଳିବା ପ୍ରସ୍ତାବ ଦେଇଥିଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୬।୬- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚଳିତ ବିଶ୍ୱକପ୍‌ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ।...

ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଇଂଲଣ୍ଡ।...

ଟେଷ୍ଟ ଚାମ୍ପିୟନ୍‌ଶିପରେ ୬ ପଏଣ୍ଟ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୮।୧- ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟକୁ ଇଂଲଣ୍ଡ ୧୯୧ ରନ୍‌ରେ ଜିତି ସିରିଜ୍‌କୁ ୩-୧ ବ୍ୟବଧାନରେ ହାତେଇ ନେଇଛି। ଅନ୍ତିମ ଟେଷ୍ଟରେ...

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ ଚୋରାଇବାକୁ ଚାହୁଁଛନ୍ତି ଏବି ଡି ଭିଲିୟର୍ସ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ କ୍ରିକେଟ୍‌ ଦୁଇ ବଡ ନାମ। ଆଇପିଏଲ ୨୦୨୦ରେ...

Advertisement
Archives

Model This Week