ଆତ୍ମଘାତୀ ଚିନ୍ତନ ବଳୟ

ମୀରା ବେଉରା

 

ଗୋଟିଏ ଗାଁରେ ଜଣେ ସ୍ତ୍ରୀଲୋକ ପର ଘରେ କାମ କରି ନିଜର ପ୍ରତିପୋଷଣ କରି ବଞ୍ଚୁଥିଲା। ତା’ର ପଡ଼ିଶା ଘରେ ଆଉ ଜଣେ ସ୍ତ୍ରୀଲୋକ ରହୁଥିଲା। ସେହି ଦୁଇ ସ୍ତ୍ରୀଲୋକଙ୍କ ମଧ୍ୟରେ କେବେ ପଡ଼େ ନାହିଁ। ଥରେ ଗ୍ରାମ ଠାକୁରାଣୀ ପ୍ରଥମ ସ୍ତ୍ରୀଲୋକଙ୍କ ଆରାଧନାରେ ପ୍ରସନ୍ନ ହୋଇ ତାକୁ ବର ମାଗିବାକୁ କହିଲେ। କିନ୍ତୁ ସର୍ତ୍ତ ରଖିଲେ ଯେ ଯାହା ମାଗୁଚୁ ମାଗ, କିନ୍ତୁ ତୁମକୁ ଯାହା ମିଳିବ ତୁମ ପଡ଼ିଶା ଘରର ସ୍ତ୍ରୀଲୋକଙ୍କୁ ତାହାର ଦୁଇଗୁଣା ମିଳିବ। ତେଣୁ ତୁମେ ଭାବିଚିନ୍ତି ବର ମାଗ। ଠାକୁରାଣୀଙ୍କର ସର୍ତ୍ତ ବଡ଼ ବିଚିତ୍ର ଥିଲା। ସ୍ତ୍ରୀଲୋକଟି ବଡ଼ ଅଡ଼ୁଆରେ ପଡ଼ିଗଲା। ମନେମନେ ବିଚାର କଲା, ମୁଁ ଯେତିକି ପାଇବି ମୋର ବଇରୀ ତା’ର ଦୁଇଗୁଣ ପାଇବ। ଏହା କେମିତି ସମ୍ଭବ ହେବ। ଯଦିବି ସେ ଦୁଇଗୁଣା ପାଇବ, ତାହାକୁ ମୁଁ କିପରି ସହିପାରିବି? ଏହିପରି ତାହାର ଭାବନା ଭାବନାରେ ବିତିଗଲା। ମନେମନେ ଭାବିଲା, ଯାହା ହେଉ ଏତେଦିନେ ଗୋଟାଏ ସୁଯୋଗ ମିଳିଛି ତାକୁ ଭଲ କରି ପାନେ ଦେବି। ତେଣୁ ସେ ଠାକୁରାଣୀଙ୍କୁ କହିଲା- ମାଆ ମୋର ଦୁଇଟି ଆଖି ଅଛି। ଆପଣ ଯଦି ପାରିବେ ମୋର ଗୋଟିଏ ଆଖିକୁ ଫୁଟାଇ ଦେଇ ମୋତେ ଅନ୍ଧ କରିଦିଅନ୍ତୁ। ଏତକ କହି ମନେମନେ ବହୁତ ଖୁସି ହେଉଥିଲା। ଯାହା ହେଉ ଆର ସ୍ତ୍ରୀ ଲୋକର ଦୁଇଟା ଆଖି ଫୁଟିଯିବ। ଏହାପରେ ଠାକୁରାଣୀ ତଥାସ୍ତୁ କରି ଅନ୍ତର୍ଦ୍ଧାନ ହୋଇଗଲେ। ଦେଖାଗଲା ସେହି ସ୍ତ୍ରୀର ଗୋଟିଏ ଆଖି ଓ ଆର ସ୍ତ୍ରୀ ଲୋକଟିର ଦୁଇଟିଯାକ ଆଖି ଫୁଟିଗଲା। ଏହାହିଁ ହେଉଛି ଆମତ୍ଘାତୀ ଚିନ୍ତା ଓ ଚେତନାର ସ୍ପଷ୍ଟ ପ୍ରତିଫଳନ।
ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଉଛି ଆଜିର ମଣିଷ ଯେତେ ଶିକ୍ଷିତ ଓ ସଫଳ ହେଲେ ମଧ୍ୟ ପାପ ଚିନ୍ତାଧାରାରୁ ମୁକୁଳି ପାରୁନାହିଁ। ପ୍ରତି ମୁହୂର୍ତ୍ତରେ କହୁଛି ଘର ପଛକେ ପୋଡ଼ି ଯାଉ, କିନ୍ତୁ ମୂଷାଟି ମରିବା ଦରକାର। ଏହି ମାୟାବୀ ମଣିଷ କେବଳ ନିଜର ସୁଖ ସମୃଦ୍ଧି କଥା ଅହରହ ଚିନ୍ତା କରୁଛି। ତା’ର ଚିନ୍ତା ଓ ଚେତନା କଳୁଷିତ ହୋଇପଡ଼ିଛି । ସେ ପ୍ରତି ମୁହୂର୍ତ୍ତରେ ସମାଜର ଅହିତ କଥା ଚିନ୍ତା କରୁଛି। ପ୍ରତି ମୁହୂର୍ତ୍ତରେ ଅନ୍ୟର କ୍ଷତି କରିବାକୁ ଯେମିତି ପ୍ରତିଶ୍ରୁତିବଦ୍ଧ ହେଉଛୁ। ଆମତ୍ଘାତୀ ଚିନ୍ତନର ମାରାମତ୍କ ବ୍ୟାଧି ଧୀରେ ଧୀରେ ଆମ ସମାଜରେ ବୃଦ୍ଧି ପାଇ ସମଗ୍ର ବିଶ୍ୱକୁ ମଧ୍ୟ ବ୍ୟାପୀ ଗଲାଣି । ଦେଶ-ଦେଶ ମଧ୍ୟରେ ମଧ୍ୟ ସେହି ବିସ୍ତାରବାଦୀ ଚିନ୍ତାଧାରା ଯୋଗୁ ଆଣବିକ ଅସ୍ତ୍ରର ପ୍ରତିଯୋଗିତା ଚାଲିଛି। ଆଜିର ସଭ୍ୟ ଶିକ୍ଷିତ ମଣିଷ ଭୁଲିଯାଇଛି ଯେ ଏହି ଆମତ୍ଘାତୀ ଚିନ୍ତନ ଆଣବିକ ଅସ୍ତ୍ରଠାରୁ ମଧ୍ୟ ମାନବ ସମାଜର ବହୁଳ ଭାବରେ କ୍ଷତି କରିଥାଏ। ଆମେ ଏତେ ପରିମାଣରେ ସ୍ବାର୍ଥପର ହୋଇଯାଇଛୁ ଯେ, ଯେଉଁ ନ୍ୟୁକ୍ଲିୟସ୍‌ ଆବିଷ୍କାର କରି ଭୟଙ୍କର କର୍କଟ ରୋଗର ନିରାକରଣ କରି ଗର୍ବ ଅନୁଭବ କରିଥିଲୁ, ଆଜି ସେହି ନ୍ୟୁକ୍ଲିୟସ୍‌ ବିସ୍ଫୋରକ ବୋମା ତିଆରି କରି ପୃଥିବୀକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଯାଇଛୁ। ନିଜେ ପଛକେ ମରିବୁ, ସମସ୍ତଙ୍କୁ ମଧ୍ୟ ମାରିବୁ। କିଏ କହିବ ଏହି ଆମତ୍ଘାତୀ ଚିନ୍ତନ ଦିନେ ଏହି ମଣିଷ ସମାଜକୁ ଧ୍ୱଂସ ସ୍ତୂପରେ ସଜାଇ ନ ଦେବ?
ଥରେ ଜଣେ ମହାତ୍ମା ଯିଶୁଙ୍କୁ ପ୍ରଶ୍ନ କରିଥିଲେ, ‘ଈଶ୍ୱରଙ୍କ ସାମ୍ରାଜ୍ୟରେ ଆମେ କିପରି ପ୍ରବେଶ କରିପାରିବା?’ ସେଦିନ ଯିଶୁ ଉତ୍ତର ଦେଇଥିଲେ, ‘ଯାହାର ମନ ଏହି ଶିଶୁ ଭଳି ସରଳ, କୋମଳ ଓ ପବିତ୍ର, ସେ ହିଁ ଈଶ୍ୱରଙ୍କ ସାମ୍ରାଜ୍ୟରେ ପ୍ରବେଶ କରିପାରିବ।’ ଜଗଜ୍ଜନନୀ ଶ୍ରୀମା’ ମଧ୍ୟ ସେହି କଥା କହିଥିଲେ ଯେ ସରଳତା ହିଁ ଆମର ରକ୍ଷାକବଚ। ଛଳନା, କପଟତା ମଣିଷକୁ ଉତ୍ତେଜନାରେ ଭରି ଦେଇ ତାର ଚିନ୍ତାଧାରାକୁ କଳୁଷିତ କରିଦିଏ। ଥରେ ଗୁରୁଦେବ ଶ୍ରୀ ତୁଳସୀ ଶିଷ୍ୟ ସନ୍ଥମାନଙ୍କୁ ପ୍ରଶ୍ନ କଲେ, ବୟସ ବୃଦ୍ଧି ହେବା କ୍ଷଣି କେଉଁ ତତ୍ତ୍ୱର ବିକାଶ ହୋଇଥାଏ ଏବଂ କେଉଁ ତତ୍ତ୍ୱର ହ୍ରାସ ପାଇଥାଏ? ଆଶ୍ଚର୍ଯ୍ୟର କଥା, ଜଣେ ସନ୍ଥ ଉତ୍ତର ଦେଲେ- ବୟସ ବୃଦ୍ଧି ସହ ଜ୍ଞାନର ଓ ଅନୁଭବର ବିକାଶ ହୁଏ ଏବଂ ସରଳତା ହ୍ରାସ ହୁଏ। ଆମ କଥା ଓ କାର୍ଯ୍ୟ ଭିତରେ ପ୍ରଭେଦ ନ ରହିବା ହିଁ ସରଳତା।’ ଏହି ସରଳତା ଦ୍ୱାରା ଆମେ ଅକ୍ଳେଶରେ ଅନ୍ୟ ହୃଦୟରେ ଘରଟିଏ ତିଆରି କରିପାରିବା। ଦୁଃଖର କଥା ହେଉଛି, ଆଜି ଆମେ ଚନ୍ଦ୍ରପୃଷ୍ଠରେ ତାରା ମେଳରେ ଫୁଲ ବଗିଚା ତିଆରି କରିବାର ସ୍ବପ୍ନ ଦେଖୁଛୁ ଅଥଚ ମଣିଷ ଭଳି ମଣିଷ ମେଳରେ ରହି ମଣିଷକୁ ଆନ୍ତରିକତାର ସହିତ ଭଲପାଇବାର କଳାକୁ ଶିଖିପାରିଲୁ ନାହିଁ।
ରଘୁନାଥଜୀଉ ମହାବିଦ୍ୟାଳୟ
ଦେଉଳ ସାହି, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri