ପ୍ରଦୂଷଣ ଟିକସ ଓ ଜଳବାୟୁ ନ୍ୟାୟ

ଲୌରେନ୍‌ସି ଟୁବିୟାନା

 

ଗତ ବର୍ଷ ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮)ରେ ଯୋଗଦେଇଥିବା ପ୍ରତିନିଧିମାନେ ଏକ ଚୁକ୍ତିନାମା କରି ଜୀବାଶ୍ମ ଇନ୍ଧନଠାରୁ ଦୂରେଇରହିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ସେହି ପରିବର୍ତ୍ତନ ଆଣିବାକୁ କିପରି ଅର୍ଥ ଯୋଗାଇ ଦିଆଯିବ, ତାହା ଏବେ ଏକ ବଡ଼ ପ୍ରଶ୍ନ। ନିକଟରେ ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଏଲ୍‌ ସୂଚିତ କରିିଛନ୍ତି ଯେ, ବିଶ୍ୱର ଜଳବାୟୁ ମୁକାବିଲା ସଫଳ କି ବିଫଳ ହେବ ତାହା ଅର୍ଥ ହିଁ ନିର୍ଦ୍ଧାରଣ କରିବ।
ଚଳିତ ବର୍ଷ ଆଜରବୈଜାନ୍‌ର କପ୍‌୨୯ରେ ଏବଂ ୨୦୨୫ରେ ବ୍ରାଜିଲର କପ୍‌ ୩୦ରେ ଜଳବାୟୁ ଫାଇନାନ୍ସ ବା ଜଳାବୟୁ ମୁକାବିଲା ଲାଗି ପାଣ୍ଠି ଯୋଗାଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ। ବିକାଶଶୀଳ ଦେଶଗୁଡ଼ିକୁ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ସହାୟତା କରିବାକୁ ଏକ ନୂଆ ‘ଲସ୍‌ ଆଣ୍ଡ ଡ୍ୟାମେଜ’ ଫଣ୍ଡ ( ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବର ମୁକାବିଲା ପାଇଁ ପାଣ୍ଠି ) ସକାଶେ ନିକଟରେ ଦିଆଯାଇଥିବା ପ୍ରତିଶ୍ରୁତି ସତ୍ତ୍ୱେ ବର୍ତ୍ତମାନ ଆବଶ୍ୟକ ମୁତାବକ ଅର୍ଥ ଯୋଗାଣ ବହୁତ କମ୍‌ ରହିଛି। ୟୁରୋପୀୟ ୟୁନିୟନ(ଇୟୁ)ଆକଳନ କରିଛି ଯେ ୨୦୫୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ସ୍ତର ହାସଲ କରିବା ପାଇଁ ୨୦୩୧ରୁ ପ୍ରତିବର୍ଷ ୧.୫ ଟ୍ରିଲିୟନ ୟୁରୋ (୧.୬୩ ଟ୍ରିଲିୟନ ଡଲାର) ବିନିଯୋଗ କରିବାକୁ ପଡ଼ିବ। ବିକାଶଶୀଳ ଦେଶଗୁଡିକ (ଚାଇନାକୁ ବାଦ୍‌ ଦେଇ) ପାଇଁ ୨୦୩୦ ସୁଦ୍ଧା ବାର୍ଷିକ ୨.୪ ଟ୍ରିଲିୟନ ଡଲାର ଆବଶ୍ୟକ ହୋଇପାରେ। କେବଳ ବ୍ରାଜିଲ ଏହାର ୨୦୩୦ ନିର୍ଗମନ ହ୍ରାସ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଅତିରିକ୍ତ ୨୦୦ ବିଲିୟନ ଡଲାର ଆବଶ୍ୟକ କରିବ। ଏହାର ସମାଧାନ ସହଜ ନୁହେଁ। ମହାମାରୀ ପରେ ମାନ୍ଦା ଅଭିବୃଦ୍ଧି ଏବଂ କଠୋର ଆର୍ଥିକ ସ୍ଥିତି ଯୋଗୁ ଧନୀ ଦେଶଗୁଡ଼ିକ ସୀମିତ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସବୁଠାରେ ଅଧିକ ଘରୋଇ ପୁଞ୍ଜି ଆବଶ୍ୟକ ଥିବାବେଳେ ନିମ୍ନ ଓ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକର ଭୂମିକା ବହୁ କମ୍‌ ରହିବ। ସେମାନେ ସବୁଜ ପ୍ରୋଜେକ୍ଟ ପାଇଁ କରୁଥିବା ଋଣ ଉପରେ ଅତ୍ୟଧିକ କିସ୍ତି ଦେଉଥିବା ଯୋଗୁ ଏଭଳି ଘଟିବ।
ସରକାରୀ ପାଣ୍ଠିକୁ ଗତିଶୀଳ କରିବା ଲାଗି ଦୃଢ଼ ତଥା ନୂଆ ନୀତିଗୁଡ଼ିକର ଆବଶ୍ୟକତା ରହିଛି। ଅତ୍ୟଧିକ ସବୁଜ ଗୃହ ବାଷ୍ପ ନିର୍ଗମନ କାର୍ଯ୍ୟକଳାପ ଏବଂ ଅତ୍ୟଧିକ ସମ୍ପତ୍ତି ଉପରେ ଏକ ପ୍ରଗତିଶୀଳ ଟିକସ ଲଗାଇବା ପାଇଁ ଦୃଢ଼ ଦାବି କରିବାକୁ ହେବ। ତେବେ ଜଳବାୟୁ ସମସ୍ୟାର ସମାଧାନରେ ନିର୍ଭରଯୋଗ୍ୟ ପାଣ୍ଠି ସଂଗ୍ରହ କରିବାରେ ଦେଶଗୁଡ଼ିକ ଲାଗି ଟିକସୀକରଣ ହେଉଛି ଏକ ସାଧାରଣ ସାଧନ। ଦୀର୍ଘକାଳୀନ ଖର୍ଚ୍ଚ ଏବଂ ବିନିଯୋଗ ଯୋଜନା ପାଇଁ ଏହାର ଭୂମିକା ରହିଛି। ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏହା ଅଧିକ ଉପଯୋଗୀ। ତେବେ ନୂଆ ଟିକସଗୁଡ଼ିକ ଜଳବାୟୁ ସମ୍ପର୍କିତ ନିବେଶ ପାଇଁ ଦେଶଗୁଡ଼ିକ ଲାଗି ଅତିରିକ୍ତ ସଂସାଧନର ପଥ ପରିଷ୍କାର କରିପାରିବ। ବିଶ୍ୱ ସ୍ତରରେ ୦.୧% ବିତ୍ତୀୟ କାରବାର ଟ୍ୟାକ୍ସରୁ ପ୍ରତିବର୍ଷ ୪୧୮ ବିଲିୟନ ଡଲାର ମିଳିିପାରିବ। ଅନ୍ୟପକ୍ଷରେ ଏକ ଟନ୍‌ କାର୍ବନ ନିର୍ଗମନ ଉପରେ ୫ ଡଲାରର ଏକ ମଧ୍ୟମ ଟିକସ ଲାଗୁକଲେ ସେଥିରୁ ବର୍ଷକୁ ୨୧୦ ବିଲିୟନ ଡଲାର ମିଳିପାରିବ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) କାର୍ବନ ଡାଇଅକ୍ସାଇଡ୍‌ ଓ ଜୀବାଶ୍ମ ଇନ୍ଧନ ଉତ୍ତୋଳନ ଉପରେ ଟିକସ ଲଗାଇବା ଲାଗି ଦୀର୍ଘଦିନରୁ ଦାବି କରିଆସୁଛି। ଉଭୟ ଉପରେ ଟିକସ ହିଁ କ୍ଲାଇମେଟ୍‌ ଫାଇନାନ୍ସର ଉତ୍ସ ଓ ଜଳବାୟୁ ମୁକାବିଲାରେ ପ୍ରଦୂଷଣକାରୀଙ୍କ ଟିକସକୁ ନିଶ୍ଚିତ କରିବ। ଏଭଳି ଟିକସରୁ ଲବ୍ଧ ଅର୍ଥ ଉଚ୍ଚ ଆୟକାରୀ ଦେଶଗୁଡ଼ିକୁ ସାହାଯ୍ୟ କରିବ ଏବଂ ଅଧିକ ଗରିବ ଓ ଅସୁରକ୍ଷିତ ଦେଶ ପ୍ରତି ସେମାନଙ୍କର ନୈତିକ ଦାୟିତ୍ୱବୋଧତାକୁ ବଢ଼ାଇବ। ପ୍ରକୃତରେ ବିକାଶଶୀଳ ଦେଶଗୁଡ଼ିକ ପାଇଁ ପ୍ରତିବର୍ଷ ୧୦୦ ବିଲିୟନ ଡଲାର ସହାୟତା ଯୋଗାଇଦେବାରେ ଧନୀ ଦେଶଗୁଡ଼ିକ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତା’ଠାରୁ ଅଧିକ ହେବା ଦରକାର।
ପ୍ରଦୂଷଣ ଟିକସ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଥିବା ଅସମାନତା ଦୂରକରିବାରେ ସାହାଯ୍ୟ କରିବ। କମ୍‌ ନିର୍ଗମନକାରୀ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଲୋକମାନଙ୍କ ମୁଣ୍ଡ ପିଛା ନିର୍ଗମନ ଓ ସର୍ବାଧିକ ନିର୍ଗମନକାରୀଙ୍କ ମଧ୍ୟରେ ବଡ଼ ପ୍ରଭେଦ ରହିଛି। ଅର୍ଥନୀତିଜ୍ଞ ଲକାସ ଚାନ୍‌ସେଲ ଜାଣିବାକୁ ପାଇଛନ୍ତି ଯେ, କାର୍ବନ ନିର୍ଗମନରେ ଥିବା ଅସମାନତା ଦେଶ -ଦେଶ ମଧ୍ୟରେ ଯେତିକି ଦେଖାଯାଉଛି ତା’ଠାରୁ ଦେଶ ମଧ୍ୟରେ ଅଧିକ। ବାସ୍ତବରେ ପ୍ରଭାବୀ ଜଳବାୟୁ ନୀତିଗୁଡ଼ିକ ପାଇଁ ଏକ ସ୍ଥାୟୀ ରାଜନୈତିକ ସହମତି ଆଣିବାରେ ଅସମାନତା ଆମ ଦକ୍ଷତା ଉପରେ ବିପଦ ସୃଷ୍ଟିକରୁଛି। ତେବେ ଟିକସ ବ୍ୟବସ୍ଥା ନିଶ୍ଚିିତ କରିବ ଯେ, ଯେଉଁମାନେ ନିର୍ଗମନ ଅତ୍ୟଧିକ କରୁଛନ୍ତି ସେମାନେ ସେମାନଙ୍କ ଉଚିତ ଶେୟାର ଦେବେ। ତେବେ ଟିକସୀକରଣ କଥା ଟାଣରେ କୁହାଯାଉଥିବାବେଳେ ଏହାକୁ ଗ୍ରହଣ କରିବା ଓ କାର୍ଯ୍ୟକାରୀ କରିବା କଷ୍ଟକର ବୋଲି ପ୍ରମାଣିତ ହୋଇଛି। ଟିକସୀକରଣ ଉପରେ ସୀମାପାର ସହଯୋଗ ଲୋଡ଼ା, ହେଲେ ଏହା ସହଜ ହେଉନାହିଁ। ଏଥିପାଇଁ ଏକ ଅନ୍ତର୍ଜାତୀୟ ଚୁକ୍ତି ଦରକାର, ଯାହା ଦେଶଗୁଡ଼ିକୁ ଅଧିକ ଲାଭ ଦେବ।
ତେେବେ ଟିକସ ନିର୍ଦ୍ଧାରଣ ବିରୋଧରେ ଥିବା ରାଜନୈତିକ ବାଧା ଦୁର୍ବଳ ହେବା ଏକ ଉତ୍ସାହଜନକ ସଙ୍କେତ। କପ୍‌୨୮ରେ ସମସ୍ତ ପକ୍ଷଙ୍କ ଦ୍ୱାରା ସହମତ ହୋଇଥିବା ଟିକସ ସମେତ ନୂତନ ତଥା ଅଭିନବ ଆର୍ଥିକ ଉତ୍ସର ପ୍ରତିଷ୍ଠାକୁ ତ୍ୱରାନ୍ବିତ କରିବା ପାଇଁ ଆହ୍ବାନ ଦିଆଯାଇଛି। ଗତ ନଭେମ୍ବରରେ ଜାତିସଂଘ ସଦସ୍ୟ ଦେଶଗୁଡ଼ିକ ଏକ ଫ୍ରେମ୍‌ଓ୍ବାର୍କ କନ୍‌ଭେନସନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ୟାକ୍ସ କୋ-ଅପରେଶନ ପ୍ରତିଷ୍ଠାର ପ୍ରସ୍ତାବ ପାସ୍‌ କରିଛନ୍ତି। ଏହା ଏକ ବୈଶ୍ୱିକ ଆଇନ ଆଣିବାର ସ୍ବଚ୍ଛ ପଦକ୍ଷେପକୁ ବାଟ ଦେଖାଇଛି। ବିଶ୍ୱରେ ଅନ୍ୟମାନଙ୍କ ତୁଳନାରେ କମ୍‌ ଟିକସ ଦେଉଥିବା ୩,୦୦୦ ଅତି ଧନୀ ବ୍ୟକ୍ତି ବିଶେଷଙ୍କ ଉପରେ ବିଶ୍ୱସ୍ତରରେ ଏକ ସର୍ବନିମ୍ନ ଟିକସ ପାଇଁ ବ୍ରାଜିଲ ନେତୃତ୍ୱରେ ଜି୨୦ ଏବେ ବିଚାର କରୁଛି। ଇୟୁର ଟ୍ୟାକ୍ସ ଅନୁଧ୍ୟାନକାରୀମାନେ ଆକଳନ କରିଛନ୍ତି ଯେ, ଅତି ଧନୀଙ୍କର ସମ୍ପତ୍ତି ଉପରେ ବାର୍ଷିକ ୨% ଟିକସ ଯଦି ଠିକ୍‌ ଭାବେ ଲଗାଯାଏ ତେବେ ବର୍ଷକୁ ୨୫୦ ବିଲିୟନ ଡଲାର ମିଳିପାରିବ। ଏହି ପ୍ରକାର ବ୍ୟବସ୍ଥାରୁ ଲାଭ ଉଠାଇବା ଲାଗି କେତେକ ଦେଶ ଏକ ନୂଆ ଅନ୍ତର୍ଜାତୀୟ ଟ୍ୟାକ୍ସ ଟାସ୍କଫୋର୍ସ ଆରମ୍ଭ କରିଛନ୍ତି। କେନିଆ, ବାର୍ବାଡୋସ୍‌ ଏବଂ ଫ୍ରାନ୍ସ ମିଳିତ ଭାବେ ଯେଉଁ ଟିକସ ନୀତି ନିଶ୍ଚିତ କରିଛନ୍ତି ତାହା ସ୍ଥାୟୀ ବିକାଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ପାଣ୍ଠି ସକାଶେ ଅତିକମ୍‌ରେ ବିଶ୍ୱ ଜିଡିପିର ୧% ସମାନ ଅର୍ଥ ଯୋଗାଡ଼ କରିପାରିବେ। ଜୀବାଶ୍ମ-ଇନ୍ଧନ ଉତ୍ତୋଳନ ଏବଂ ଆର୍ଥିକ କାରବାର ସମେତ ବିମାନ ଓ ଜାହାଜ ପରିବହନ ଉପରେ ଟିକସ ନିର୍ଦ୍ଧାରଣ କରିବାର ବି ବିକଳ୍ପ ଅଛି। ଟାସ୍କଫୋର୍ସ ଆମର ବୁଝାମଣାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବା ସହ ଟିକସ କିପରି ସମାନ ଭାବରେ ଲାଗୁ କରିବାକୁ ଯୋଜନା କରିବ। ସମ୍ଭବତଃ ନିର୍ଦ୍ଦିଷ୍ଟ ଚୁକ୍ତିଗୁଡ଼ିକ ଉପରେ ଏକ ଚୁକ୍ତିନାମା ପାଇଁ ବାଟ ଫିଟିବ।
ଯଥାର୍ଥ ପରିବର୍ତ୍ତନକୁ ତ୍ୱରାନ୍ବିିତ କରିବା ପାଇଁ ନ୍ୟାୟଯୁକ୍ତ ଟିକସ ସବୁବେଳେ ଶକ୍ତିଶାଳୀ ହୋଇପାରେ। ପାଣ୍ଠି ଯୋଗାଣରେ ସହଯୋଗ କରିବା ସହ ଦେଶ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗ ବୃଦ୍ଧିକରି ନୂତନ ଟାସ୍କଫୋର୍ସ ଜଳବାୟୁ ସଙ୍କଟ ମୂଳରେ ଥିବା ଅନ୍ୟାୟକୁ ଦୂର କରିବାରେ ସାହାଯ୍ୟ କରିପାରିବ। ଏହାର ସମାଧାନ ପାଇଁ ଆବଶ୍ୟକ ଉତ୍ସଗୁଡ଼ିକୁ ଉନ୍ମୁକ୍ତ କରିବ। ଗରିବ ଲୋକ ଏବଂ ଦେଶଗୁଡ଼ିକ ଉପରେ ଭାର କମାଇବା କେବଳ ଏକ ନୈତିକ ଦାୟିତ୍ୱ ନୁହେଁ। ମନେରଖିବାକୁ ହେବ ଯେ, ସେମାନଙ୍କ ବିନା ପରିବର୍ତ୍ତନ ସମ୍ଭବ ନୁହେଁ। ଏଣୁ ଏଥିପାଇର୍ଁ ସେମାନଙ୍କର ସମର୍ଥନ ଜିତିବା ଆବଶ୍ୟକ।
ଫ୍ରାନ୍ସର ପୂର୍ବତନ ଆମ୍ବାସାଡର (ୟୁନାଇଟେଡ ନେଶନ୍ସ ଫ୍ରେମ୍‌ଓ୍ବାର୍କ କନ୍‌ଭେନ୍‌ସନ
ଅନ୍‌ କ୍ଲାଇମେଟ୍‌ ଚେଞ୍ଜ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri