୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ପରାସ୍ତ ହୋଇଛନ୍ତି। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆଞ୍ଚଳିକ ଦଳ ସରକାରର ପତନ ଘଟିଥିବାବେଳେ କେରଳରେ ବାମପନ୍ଥୀ ନେତୃତ୍ୱାଧୀନ ସରକାରର ପତନ ଘଟି କଂଗ୍ରେସ ନେତୃତ୍ୱରେ ୟୁଡିଏଫ୍‌ କ୍ଷମତାକୁ ଫେରିଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ର୍ଟିି (ଭାଜପା) ପଶ୍ଚିମବଙ୍ଗରେ ଆସନ ସଂଖ୍ୟା ଦ୍ୱିଗୁଣରୁ ଅଧିକ ବୃଦ୍ଧି କରିବାରେ ସମର୍ଥ ହେବା ସହ ଆସାମରେ ଆସନ ସଂଖ୍ୟା ୬୦ରୁ ୮୦କୁ ବୃଦ୍ଧିକରି ତୃତୀୟ ଥର କ୍ଷମତା ଦଖଲ କରିଛି। କେରଳ ଓ ତାମିଲନାଡୁରେ ମଧ୍ୟ ଭାଜପା ଖାତା ଖୋଲିଛି।
ପଶ୍ଚିମବଙ୍ଗରେ ୨ ପର୍ଯ୍ୟାୟରେ ୨୯୪ ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହୋଇଥିଲା। ଏଠାରେ ଆଞ୍ଚଳିକ ଦଳ ଟିଏମ୍‌ସି ସରକାର ରହିଥିଲା। ଏକ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ କେନ୍ଦ୍ରୀୟ ପୋଲିସ ବାହିନୀ, ୧୪୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ୧୦୦ ହିସାବ ପର୍ଯ୍ୟବେକ୍ଷକ, ଏନ୍‌ଆଇଏ ଦଳ ଉପସ୍ଥିତି ଓ ଆଇନଗତ ଲଢ଼େଇ ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ସ୍ବାଧୀନ ଭାରତ ନିର୍ବାଚନ ଇତିହାସରେ ଅଭୂତପୂର୍ବ ଥିଲା। ପ୍ରଥମରୁ ରାଜ୍ୟ ନିର୍ବାଚନରେ ଏସ୍‌ଆଇଆର ମୁଖ୍ୟ ପ୍ରସଙ୍ଗ ଥିଲା। କିନ୍ତୁ ସମୟ ପ୍ରଚାର ସାମାଜିକ- ସାଂସ୍କୃତିକ ଅସ୍ମିତାର ମୋଡ଼ ନେଇଥିଲା। ଏହା ଅନୁଭବ କରିବା ପରେ ପ୍ରଥମରୁ ସୀମାପାର ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ବେଳକୁ ପ୍ରଧାନମନ୍ତ୍ରୀ ବେଲୁର ମଠ, କାଳୀମନ୍ଦିର, ମାତୁଆ ଠାକୁରବାରି ମନ୍ଦିର ପରିଦର୍ଶନ କରିଥିଲେ। ଏହା ନିର୍ବାଚନକୁ ଏକ ଧାର୍ମିକ ଓ ସାଂସ୍କୃତିକ ମୋଡ଼ ଦେଇଥିଲା, ଯାହା ଭାଜପା ସପକ୍ଷରେ ଗଲା ଓ ଦଳର ଆସନ ସଂଖ୍ୟା ୭୭ରୁ ୨୦୭କୁ ବୃଦ୍ଧି ପାଇଲା। ହିନ୍ଦୁ ବଙ୍ଗୀୟ ଭଦ୍ରଲୋକ (ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ)ଙ୍କ ମତ ଭାଜପା ନିକଟକୁ ଗଲା। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦୁର୍ନୀତି ବିଷୟ ଏନ୍‌ଡିଏ ପକ୍ଷରୁ ଉଠାଯାଇଥିଲା। ମମତାଙ୍କ ତୃଣମୂଳ ଶାସନ ୧୫ ବର୍ଷ ରହିଲା। ଏହା ମଧ୍ୟରେ ଶେଷ ପର୍ଯ୍ୟାୟ ବେଳକୁ ଆଇନଶୃଙ୍ଖଳା ଓ ଶିକ୍ଷକ ନିଯୁକ୍ତି ଭଳି ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଦେଖାଦେଲା, ଯାହା ତୃଣମୂଳ କଂଗ୍ରେସ ବିପକ୍ଷରେ ଗଲା। ତେଣେ ରାଜ୍ୟରେ ଏସ୍‌ଆଇଆର୍‌ ଯୋଗୁ ତୃଣମୂଳ ଦଳର ଭୋଟ ବ୍ୟାଙ୍କ ହ୍ରାସ ପାଇଲା। ମୁସ୍‌ଲିମ ଭୋଟ ସଂଗଠିତ ନ ରହି ବିଭାଜିତ ହୋଇଗଲା। ଶେଷ ପର୍ଯ୍ୟାୟ ଭୋଟ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ସହ ସମତାଳରେ ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଓ ଦୁର୍ନୀତି ବିଷୟ ଉଠାଇଥିଲେ, ଯାହା ଟିଏମ୍‌ସି ପାଇଁ କେତେକାଂଶରେ ମହଙ୍ଗା ପଡ଼ିଲା। ମୋଟାମୋଟି ଦେଖିବାକୁ ଗଲେ ରାଜ୍ୟରେ ଏହା ପରିବର୍ତ୍ତନର ଭୋଟ ରହିଲା। ଭୋଟ ଧ୍ରୁବୀକରଣ ଏପରି ହେଲା ତୃଣମୂଳ ଓ ଭାଜପାକୁ ବାଦ୍‌ଦେଲେ ଅନ୍ୟ ସବୁ ଦଳ ମାତ୍ର ୬ଟି ପାଇଲେ।
ଆସାମରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଓ ନାଗରିକ ସଂଶୋଧନ ଆଇନ ୨୦୧୯ର କାର୍ଯ୍ୟକାରିତା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ଏନ୍‌ଡିଏ ସପକ୍ଷରେ ଯାଇଛି। ମୁଖ୍ୟତଃ ୨୦୨୩ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ଏନ୍‌ଡିଏର ସଫଳତା ମାତ୍ରା ବୃଦ୍ଧି ପାଇଲା। କାରଣ ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ମୁସ୍‌ଲିମ ସଂଖ୍ୟାଗରିଷ୍ଠ ବା ମୁସ୍‌ଲିମ ପ୍ରାଧାନ୍ୟ ନିର୍ବାଚନମଣ୍ଡଳୀ ସଂଖ୍ୟା ପ୍ରାୟ ୧୫ଟି ହ୍ରାସ ପାଇଥିଲା। ସାଧାରଣ ଭାବେ ମୁସ୍‌ଲିମ ଭୋଟ କଂଗ୍ରେସ ସପକ୍ଷରେ ଯାଇଥାଏ। ସୀମା ନିର୍ଦ୍ଧାରଣ କାରଣରୁ ମୁସ୍‌ଲିମ ଭୋଟ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିକ୍ଷିପ୍ତ ହେଲା, ହିନ୍ଦୁ ଭୋଟ ଏକତ୍ରୀକରଣ ହୋଇ ରହିଲା, ଯାହା ଏନ୍‌ଡିଏ ପାଇଁ ସହାୟକ ହେଲା। ଅନ୍ୟପକ୍ଷରେ ଦେଖିଲେ ହିମନ୍ତ ନାଗରିକ ସଂଶୋଧନ ଆଇନରେ ରାଜ୍ୟରୁ ଅନୁପ୍ରବେଶକାରୀ ମୁସ୍‌ଲିମଙ୍କୁ ବିତାଡ଼ିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହାକୁ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ (ଆସୁ) ବିରୋଧ କରିଥିଲା। ଏହାଦ୍ୱାରା ମୂଳ ଆସାମ ବାସିନ୍ଦାଙ୍କ ଭୋଟ ହିମନ୍ତଙ୍କ ସପକ୍ଷରେ ଗଲା ଏବଂ ଏନ୍‌ଡିଏ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ ୨୦୧୬ ଓ ୨୦୨୧ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସମାନ ସଂଖ୍ୟକ ୬୦ଟି ଆସନ ଲାଭ କରିଥିଲା। ଏଥର ସଂଖ୍ୟା ୮୦ ଛୁଇଁଲା। ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଆସାମର ବରିଷ୍ଠ କଂଗ୍ରେସ ନେତା ଭୂପେନ ବୋରହା ଭାଜପାରେ ଯୋଗଦେବା ଫଳରେ ଏନ୍‌ଡିଏର ବଳ ବୃଦ୍ଧି ପାଇଥିଲା। ଆସାମର ମତଦାନକୁ ଶାସନ ବ୍ୟବସ୍ଥା ସପକ୍ଷବାଦୀ ଭୋଟ ବୋଲି କୁହାଯାଇପାରେ।
ତାମିଲନାଡୁ ନିର୍ବାଚନ ଇତିହାସକୁ ଦେଖିଲେ ରାଜ୍ୟ ଭୋଟରଙ୍କ ଏକ ପରିବର୍ତ୍ତନ ମାନସିକତା ରହିଆସିଛି, ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ରାଜ୍ୟବାସୀ ଚଳିତ ଥର ଦୁଇ ପାରମ୍ପରିକ ଦଳକୁ ଏଡ଼ାଇ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଦଳ ଟିଭିକେକୁ ପସନ୍ଦ କରିଛନ୍ତି। ଅଭିନେତାରୁ ରାଜନୀତିରେ ପ୍ରବେଶ କରି ଜୋସେଫ୍‌ ବିଜୟ ୨୦୨୪ ମସିହାରେ ଟିଭିକେ ଦଳ ପ୍ରତିଷ୍ଠା କରିଥିଲେ। ନୂଆ ଅଭିଳାଷ ରଖି ରାଜ୍ୟବାସୀ ବୋଧହୁଏ ଶାସକ ଡିଏମ୍‌କେ ଓ ଏଆଇଏଡିଏମ୍‌କେଠାରୁ ଦୂରେଇଯାଇଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେ ରାଜ୍ୟର ୨୩୪ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୧୦୮ଟି ଆସନରେ ବିଜୟୀ ହୋଇଛି। ୮ ଗ୍ରାମ୍‌ ସୁନା ପ୍ରତିଶ୍ରୁତି ପାଇ ଅଧିକ ମହିଳା ଭୋଟର ଟିଭିକେ ପ୍ରତି ସମର୍ଥନ ଦେଇଥିବା ଜଣାପଡ଼ୁଛି। ଏଠାରେ ଡିଏମ୍‌କେ ୫୯ଟି ଓ ଏଆଇଏଡିଏମ୍‌କେ ୪୭ଟି ଆସନ ପାଇଛି। କଂଗ୍ରେସ ପୂର୍ବଥର ୧୮ଟି ଆସନ ପାଇଥିବାବେଳେ ଚଳିତ ଥର ଏହା ୫ଟିକୁ ହ୍ରାସ ପାଇଛି। ପିଏମ୍‌କେ, ସିପିଆଇ ଓ ଆଇୟୁଏମ୍‌ଏଲ୍‌ ୨ଟି ଲେଖାଏ ଆସନ ପାଇଛନ୍ତି। ଭାଜପା ରାଜ୍ୟରେ ଖାତା ଖୋଲିଛି। ଟିଭିକେ ମିଳିତ ସରକାର ଗଠନ କରିଛି। ତାମିଲନାଡୁରେ ମତଦାନ ଧାରାକୁ ଶାସକ ଦଳ ବିରୋଧୀ ବୋଲି କୁହାଯାଇ ନ ପାରେ, ଏହା ରାଜ୍ୟବାସୀଙ୍କ ପାରମ୍ପରିକ ବିଚାରଧାରା ବୋଲି କୁହାଯାଇପାରେ।
କେରଳରେ କ୍ରମାଗତ ୨ ଥର ଶାସନ କ୍ଷମତାରେ ରହିଥିବା ବାମପନ୍ଥୀ ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ କ୍ଷମତାଚ୍ୟୁତ ହୋଇଛି। କଂଗ୍ରେସ ନେତୃତ୍ୱରେ ୟୁଡିଏଫ୍‌ ଶାସନକୁ ଫେରିଛି। ୧୪୦ ଆସନ ବିଶିଷ୍ଟ କେରଳରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ୧୦୨ଟି ଆସନ ଦଖଲ କରିଛନ୍ତି। ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ରାଜ୍ୟ ଇତିହାସରେ ପ୍ରଥମ ଥର ଭାଜପା ୩ଟି ଆସନ ଲାଭ କରିଛି। କେରଳର ଜନାଦେଶକୁ ଶାସକ ଦଳ ବିରୋଧୀ ବୋଲି କୁହାଯାଇପାରେ। କେରଳ ଏକ ଉପକୂଳବର୍ତ୍ତୀ ରାଜ୍ୟ। ରବର ଓ ମସଲା ଏଠାକାର ମୁଖ୍ୟ ଉପତ୍ାଦିତ ଫସଲ। କିନ୍ତୁ ଗତ କିଛି ବର୍ଷ ହେଲା ଚାଷୀ ଏହାର ଉଚିତ ମୂଲ୍ୟ ପାଇପାରୁ ନ ଥିଲେ କି ସରକାର ଏଗୁଡ଼ିକ ଠିକ୍‌ ସମୟରେ ମଧ୍ୟ କ୍ରୟ କରୁ ନ ଥିଲେ। ଫଳରେ ଚାଷୀ କ୍ଷତି ସହୁଥିଲେ। ବହୁ ସମ୍ପ୍ରଦାୟ ବିଶିଷ୍ଟ ଏହି ରାଜ୍ୟ ସାକ୍ଷର। କିନ୍ତୁ କାମଧନ୍ଦା ଅଭାବରୁ ରାଜ୍ୟରୁ ବହିର୍ଗମନ ବୃଦ୍ଧି ପାଇଲା। ଏ ସମସ୍ତ ଯୋଗୁ ଜନତାଙ୍କ ମନରେ ଏକ ସରକାର ବିରୋଧୀ ଅନ୍ତଃସ୍ରୋତ ରହିଲା, ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହୋଇଥିବା କୁହାଯାଇପାରେ। ଗତ ନଗରପାଳିକା ନିର୍ବାଚନରେ କଂଗ୍ରେସର ଏଠାରେ ଫଳାଫଳ ଭଲ ରହିଥିଲା। ସେବେଠାରୁ ଏଲ୍‌ଡିଏଫ୍‌ ପ୍ରତି ଅସନ୍ତୋଷ ବାରି ହେଉଥିଲା। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ଆସନ ସଂଖ୍ୟା ୩୦। ଏଠାରେ ଅଲ୍‌ ଇଣ୍ଡିଆ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି) ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଥିଲା। ଅଲ୍‌ ଇଣ୍ଡିଆ ଏନ୍‌ଆର୍‌ କଂଗ୍ରେସ ୧୨ଟି ଆସନ ପାଇଥିବାବେଳେ ଭାଜପା ୪ଟି ଆସନ ଲାଭ କରିଛି। ପୂର୍ବ ନିର୍ବାଚନ ତୁଳନାରେ ଭାରତୀୟ ଜନତା ପାର୍ଟି ଏଠାରେ ୨ଟି ଆସନ ହରାଇଛି। ଏଆଇଏନ୍‌ଆର୍‌ସି ନେତୃତ୍ୱରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଓ ସୁଶାସନ ସପକ୍ଷରେ ଜନାଦେଶ ପଡ଼ିଥିବା ମନେହେଉଛି।

ସୌଭାଗ୍ୟ ସୁନ୍ଦରରାୟ
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?