ସୁଧୁରୁନି ହଳଦୀପଦା ଷ୍ଟେଶନ ସମସ୍ୟା

ରୂପସା, ୧୨।୩(ଡି.ଏନ.ଏ.) ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନ ସମସ୍ୟା ସମାଧାନ ହେଉନାହିଁ। ଦାବି ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ପ୍ରତିବାଦରେ ଆସନ୍ତା ୧୮ତାରିଖରେ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ରେଳରୋକୋ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଷ୍ଟେଶନରେ ପୂର୍ବଭଳି ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ରହଣି କରିବା, ରିଜର୍ଭେଶନ କାଉଣ୍ଟର ଖୋଲାଯିବା, ନିଧିପଣ୍ଡା ପୋଲ ଉପରେ ବ୍ରିଜ ନିର୍ମାଣ, ଷ୍ଟେଶନରେ ଏଟିଏମ, ପାନୀୟ ଜଳ ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା, ଖଡ଼ଗପୁର-ଜଳେଶ୍ୱର ମେମୋ ଲୋକାଲ ଟ୍ରେନ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ୧୦ ଦଫା ଦାବି ପୂରଣ ପାଇଁ ବାରମ୍ବାର ପ୍ରଗତିମଞ୍ଚ ପକ୍ଷରୁ ରେଳ ବିଭାଗ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦୨୧ ଫେବୃୟାରୀ ୧୫ରେ ରେଳରୋକୋ ଆନ୍ଦୋଳନ ପରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ମିଳିବା ପରେ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ବିଭାଗୀୟ ପଦକ୍ଷେପ ନିଆ ନ ଯିବାରୁ ପୁଣି ୨୦୨୧ ଏପ୍ରିଲ ୫ ଓ ମେ’ ୧୦ରେ ରେଳରୋକୋ ଡାକରା ଦିଆଯାଇଥିଲା। ବାରମ୍ବାର ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ହେଉ ନ ଥିବାରୁ ଆସନ୍ତା ୧୮ ତାରିଖରେ ପୁଣି ରେଳରୋକୋ ହେବ ବୋଲି ମଞ୍ଚର ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ରାଧାକୃଷ୍ଣ ସାହୁ, ଚୈତନ୍ୟ ପ୍ରସାଦ ସାହୁ ଓ ସନ୍ନ୍ୟାସୀ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?