Posted inଜାତୀୟ

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚେନ୍ନାଇ, ୧୮।୧୦: ଡିଆର୍‌ଡିଓକୁ ରବିବାର ପୁଣି ଏକ ସଫଳତା ମିଳିଛି। ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଏଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଇଏନ୍‌ଏସ୍‌ ଚେନ୍ନାଇରେ ଏହାର ପରୀକ୍ଷଣ କରାଯାଇଛି। ଆରବ ସାଗରରେ ଏହା ଲକ୍ଷ୍ୟଭେଦ କରିଥିବା ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିମି ରହିଛି। ଏହାକୁ ବୁଡ଼ାଜାହାଜ, ଯୁଦ୍ଧପୋତ ଏବଂ ଯୁଦ୍ଧବିମାନ ସହାୟତାରେ ଶତ୍ରୁ ଶିବିର ଉପରେ ମାଡ଼ କରାଯାଇପାରିବ। ଭାରତ ଏବଂ ରୁଷ୍‌ର ମିଳିତ ସହଯୋଗରେ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି। ପୂର୍ବରୁ ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିମିଥିଲା। ତେବେ ପରବର୍ତ୍ତୀ ସମୟରେ ଏହାକୁ ବିକଶିତ କରାଯାଇ ଲକ୍ଷ୍ୟଭେଦ କ୍ଷମତାକୁ ୪୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇବ ବୋଲି କୁହାଯାଉଛି। ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ଚାିନାର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମୋହନ ଭାଗବତ

ପୁଣେ, ୧୭।୫: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ନିଶ୍ଚିତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏକ ଗାଇକୁ ବଞ୍ଚାଇବାକୁ ଯାଇ ମୋହନ ଭାଗବତଙ୍କ ଗାଡି...

ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ...

ଚିନ୍ତାରେ କପିଲ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ଚିଠି ଲେଖାଯାଇଥିଲା ଏବେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରୁନାହିଁ। ଚିଠି ଲେଖି ଥିବା କଂଗ୍ରେସ ନେତାଙ୍କ...

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି।...

ସୈନିକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଟିଟିଇ: କଟିଗଲା ୨ ଗୋଡ

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ କୋଚ ନମ୍ବର ବି-୮ରେ ଚଢୁଥିବା ଜଣେ ସୈନିକଙ୍କୁ ଟିଟିଇ...

ପ୍ରତିବନ୍ଧକ ବିରୋଧରେ ଧାରଣାରେ ବସିବେ ମମତା

କୋଲକାତା, ୧୨ା୪- ନିର୍ବାଚନ ଆୟୋଗ (ଇସି) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ବିରୋଧରେ କୋଲକାତାସ୍ଥିତ...

ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା

ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...

ଭାରତ-ମ୍ୟାନ୍‌ମାର ସୀମାରେ ଗୁଳି ବିନିମୟ…

କୋହିମା/ଇଟାନଗର, ୯।୮ : ଭାରତ-ମ୍ୟାନମାର ସୀମାରୁ ଆସିଥିବା ଉଗ୍ରବାଦୀ ଗୋଷ୍ଠୀ ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ଏବଂ ପରେ ନାଗାଲାଣ୍ଡରେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରକୁ ଗୁଳି...

Advertisement
Archives

Model This Week