ନବରାତ୍ରି, ବାସ୍ତୁ

ନବରାତ୍ରିର ପବିତ୍ର ଉତ୍ସବରେ ମା’ଙ୍କର ନଅ ରୂପର ହୁଏ ପୂଜା। ଏହି ପୂଜା ସମୟରେ ଯଦି କିଛିଟା ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଆଯାଏ,ତେବେ ମନୋବାଞ୍ଛିତ ଫଳ ନିଶ୍ଚୟ ପ୍ରାପ୍ତି ହେବ। ତା’ସହ ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରହିଛି। ପ୍ରଥମତଃ ମା’ଙ୍କୁ ଘରକୁ ସ୍ବାଗତ କରିବା ପୂର୍ବରୁ ଘରକୁ ବିଶେଷଭାବେ ସଫା କରନ୍ତୁ। ଘରର ଅଦରକାରୀ ତଥା ଅଳିଆ ଜିନିଷକୁ ବାହାର କରନ୍ତୁ। ପୁରୁଣା ଛିଣ୍ଡା ଜୋତା ଚପଲ ଥିଲେ ତାକୁ ବାହାର କରନ୍ତୁ। ଧୂପଦୀପରେ ଘରର ବାତାବରଣକୁ ସୁନ୍ଦର କରନ୍ତୁ। ପୂଜାସ୍ଥାନ ସଫା ରହିବା ଜରୁରୀ। ଘରେ ପୂଜା ପୂର୍ବ ଦିଗକୁ ମୁହଁ କରି କରିବା ଉଚିତ। ମା’ଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଦିଗରେ ରଖନ୍ତୁ, ଯେମିତିକି ତାଙ୍କ ମୁହଁ ଦକ୍ଷିଣମୁଖୀ ହେବ। ଅଖଣ୍ଡ ଦୀପକୁ ଦକ୍ଷିଣ ପୂର୍ବ ଦିଗରେ ଜଳାନ୍ତୁ। ପୂଜା ପୂର୍ବରୁ ହଳଦୀ କୁମକୁମରେ ସ୍ବତିକ ଚିହ୍ନ କରନ୍ତୁ। ଯଦ୍ୱାରା ଘରେ ସକାରାତ୍ମକ ଉର୍ଜା ପ୍ରବାହିତ ହୁଏ। ପୂଜାସ୍ଥଳର ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସେଠାରେ ଧଳା, ଈଷତ୍‌ ହଳଦିଆ, ସବୁଜ ପରି ରଙ୍ଗର ପେଣ୍ଟ ହୋଇଥିଲେ ଭଲ। ମା’ଙ୍କ ପୂଜା ପାଇଁ ତାଜା ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଫଏଡ୍‌ର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌...

ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ...

ଏହି କାରଣରୁ ମଣିଷ ହୁଏ ଦୁଃଖୀ, ହୋଇଯାନ୍ତୁ ସାବଧାନ

ଜୀବନର ଦୁଃଖ ଏବଂ କଷ୍ଟ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ମଣିଷ ସମସ୍ତ ଯନ୍ତ୍ରଣାରୁ...

ଚାଉଳ, ଗହମରେ ପୋକ ହେଉଛି କି? କରନ୍ତୁ ଏଭଳି…

ଘରେ ଅଧିକ ଦିନଧରି ଚାଉଳ, ଗହମ, ଅଟା, ଡାଲି ଆଦି ରଖିଲେ ଏଥିରେ ପୋକ ହୋଇ ନଷ୍ଟ ହୋଇଯାଏ ା ତେଣୁ ଏସବୁ ଦୀର୍ଘଦିନ ପର୍ଯ୍ୟନ୍ତ...

ରାତି ଅନିଦ୍ରା ବଢ଼ାଇଥାଏ ବିଷାଦ

ଦିନସାରା ମନ ଅଶାନ୍ତ ରହୁଛି କି? ସାମାନ୍ୟ କଥାରେ ରାଗି ଯାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶୋଇବା ସମୟ ବ୍ୟତିକ୍ରମ ପାଇଁ...

ଡେନିମ୍‌ ଫ୍ୟାଶନ

ଡେନିମ୍‌ ଆଉଟ୍‌ଫିଟ୍‌ ଫ୍ୟାଶନ୍‌ ଓ୍ବାଲର୍‌ଡରେ କେବେ ଆଉଟ୍‌ ଡେଟେଡ଼୍‌ ହୋଇନାହିଁ। କାରଣ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଲାଟେଷ୍ଟ ଏକ୍ସପେରିମେଣ୍ଟ ଚାଲିଥାଏ।...

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପଚାର

କେତେକଙ୍କର ମୁହଁରେ ଅନାବଶ୍ୟକ ସ୍ଥାନରେ ଲୋମ ଉଠିଥାଏ। ମୁହଁକୁ ସୁନ୍ଦର କରିବା ପାଇଁ ଏହି ଅନାବଶ୍ୟକ ଲୋମକୁ ସଫା କରିବାକୁ ସମସ୍ତେ ପାର୍ଲର ଯାଇଥାନ୍ତି ।...

Advertisement

BGU

Archives

Model This Week

Why Dharitri