ସଫଳ ଧାନ ଚାଷୀ ଟିକଚନ ଭୋଇ

ଖଡ଼ିଆଳ,୫।୧୨(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମର ଚାଷୀ ଟିକଚନ ଭୋଇ ଆଜି ଜଣେ ସଫଳ ଧାନଚାଷୀ ହୋଇପାରିଛନ୍ତି। ସେ ସମ୍ପୂର୍ଣ ଭାବରେ ଜୈବିକ ପଦ୍ଧତିରେ ୨ଏକର ଜମିରେ ଧାନ ଚାଷ ଏବଂ ଅଣଧାନ ଚାଷ କରିଥିଲେ। ସେ ଭୋଜପୁର ଗ୍ରାମର ଜଣେ ଆଦର୍ଶ ଚାଷୀ ଭାବରେ ମଧ୍ୟ ନିଜର ନାମ ଅର୍ଜନ କରିପାରିଛନ୍ତି। ତାଙ୍କର କହିବା ଅନୁସାରେ କୃଷି ବିଜ୍ଞାନ ଛାତ୍ରୀ କୁମାରୀ ଅଲିଶା ସିଂ ଦଣ୍ଡସେନା, ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ର ତାଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରିଛନ୍ତି। ଅଲିଶା ସିଂ ଦଣ୍ଡସେନା ବ୍ଲକ କୃଷି ଅଧିକାରୀ ପାତ୍ର, ସହକାରୀ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ଗାୟତ୍ରୀ ତାଣ୍ଡି, କୃଷି ଓଭରସିୟରଙ୍କୁ ବ୍ଲକ କୃଷି କାର୍ଯ୍ୟାଳୟରେ ଯାଇ ସାକ୍ଷାତ କରିଥିଲେ। ଅଲିଶା ସମସ୍ତଙ୍କ ସହିତ ନୂତନ କୃଷି ପ୍ରଣାଳୀ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ପରେ ସଞ୍ଜୟ ପାତ୍ର ଅଲିଶା ସିଂ ଦଣ୍ଡସେନାଙ୍କୁ ଜୈବିକ ଚାଷ ଉପରେ ଅଧିକ ବୁଝାଇ ଥିଲେ। ଆଲୋଚନା ପରେ ସଞ୍ଜୟ ପାତ୍ର ଅଲିଶା ସିଂ ଦଣ୍ଡସେନାଙ୍କୁ ଜୈବକ ଚାଷ ପ୍ରଣାଳୀ ଉପରେ ଅଧିକ ବୁଝାଇଥିଲେ। ପଦ୍ଧତିକୁ କିପରି ଚାଷୀମାନଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚା ଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ ଏବଂ ଅଲିଶା ବ୍ଲକ କୃଷି ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅନୁପ୍ରାଣିତ ହୋଇ ଖଡ଼ିଆଳ ବ୍ଳକ ଭୋଜପୁର ଗ୍ରାମର ଚାଷୀମାନଙ୍କୁ ନେଇ ଏକ ସଭା କରିଥିଲେ। ଉକ୍ତ ସଭାରେ ଜୈବିକ ପଦ୍ଧତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଚାଷୀମାନଙ୍କୁ ଜୈବିକ ଚାଷ ପଦ୍ଧତି ଉପରେ ନିଜର ଜ୍ଞାନ ବାଣ୍ଟିଥିଲେ। ମଞ୍ଜିଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଯେଉଁ ସବୁ ପଦ୍ଧତି ଅଛି ତାହା କହିଥିଲେ। ମାଟିର ଗୁରୁତ୍ୱ, ପରିବେଶ ସୁରକ୍ଷା ଖତ ପ୍ରୟୋଗ, ଯିବାମୃତ, ପଞ୍ଚ ଗବ୍ୟର ବ୍ୟବହାର, ରୋଗ ପୋକ ନିୟନ୍ତ୍ରଣ, ଚାଷୀମାନେ ବିସ୍ତୁତ ଭାବରେ ବୁଝାଇଥିଲେ। ଭୋଜପୁର ଗ୍ରାମର ଟିକଚନ ଜଣେ ଚାଷୀ ସମ୍ପୂର୍ଣ୍ଣ ଭାବରେ ଜୈବିକ ପଦ୍ଧତିରେ ୨ ଏକର ଚାଷ ଜମିରେ ଏକ ଏକର ଧାନ ଚାଷ ଏବଂ ଅଣ ଧାନ ଚାଷ କରିଥିଲେ। ସେ ଭୋଜପୁର ଗ୍ରାମର ଜଣେ ଆଦର୍ଶ ଚାଷୀ ଭାବରେ ନିଜର ନାମ ଅର୍ଜନ କରିପାରିଛନ୍ତି। ତାଙ୍କର କହିବା ଅନୁସାରେ ଯାହାବି ଆଜି ଜୈବିକ ପଦ୍ଧତିରେ ସଫଳତା ପାଇଛି ତାହାହିଁ ଶ୍ରେୟ ଅଲିଶା ଏବଂ ବ୍ଲକ କୃଷି ଅଧିକାରୀଙ୍କ ଉନ୍ନତ କୌଶଳର ଉପଦେଶ ଆଜି ଗୋଟିଏ ଆଦର୍ଶ ଚାଷୀ ଭାବରେ ଖଡ଼ିଆଳ ବ୍ଲକରେ ପରିଗଣିତ ହୋଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?