ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ! ଭଙ୍ଗା ଛାତ ତଳେ ଗଣ୍ଡାଜାମୁମାଲ ବିଦ୍ୟାଳୟର ଛାତ୍ରୀଛାତ୍ର

ଜମନକିରା,୧୮।୮( ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ବିକଳ ତଥା ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାଜାମୁମାଲ ପ୍ରାଥମିକ ବିଦ୍ୟାଳୟରୁ । ଏଠାରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କଅଁଳ ଶିଶୁମାନେ ନିଜ ଜୀବନକୁ ବାଜି ଲଗାଇ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟାଳୟ କୋଠାର ଛାତ ଏବେ ସମ୍ପୂର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି ।

ଛାତରୁ ବଡ଼ ବଡ଼ ସିମେଣ୍ଟ ଅତଡ଼ା ଖସିପଡ଼ି କଳଙ୍କି ଲାଗିଥିବା ଲୁହା ରଡ୍ ଗୁଡ଼ିକ ଝୁଲି ରହିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଛାତ ଫାଟି ପାଣି ଗଳୁଛି ଏବଂ ପିଲାମାନେ ବର୍ଷା ପାଣିରେ ଓଦା ହୋଇ, ଥରି ଥରି ପାଠ ପଢ଼ୁଛନ୍ତି। ମୁଣ୍ଡ ଉପରେ ସବୁବେଳେ ଏକ ଅଦୃଶ୍ୟ ମୃତ୍ୟୁର ଖଣ୍ଡା ଝୁଲି ରହୁଥିବାରୁ କେତେବେଳେ ଯେ କିଛି ଅଘଟଣ ଘଟିବ ନାହିଁ, ତାହା କହିବା ମୁସ୍କିଲ। ଏଥିସହ ଅକ୍ଷମ ନଳକୂପ ଓ ଘୋର ଶ୍ରେଣୀଗୃହର ଅଭାବ ଯୋଗୁଁ ପିଲାଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ବିଦ୍ୟାଳୟ ପରିସରରେ ଥିବା ଏକମାତ୍ର ନଳକୂପର ପାଣି ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି । ଫଳରେ କୁନି କୁନି ଛାତ୍ରୀଛାତ୍ରମାନଙ୍କ ପକ୍ଷରେ ଏହି ନଳକୂପର ପାଣି ପିଇବା ଆଦୌ ସମ୍ଭବପର ହେଉନାହିଁ ଏବଂ ସେମାନେ ଶୋଷରେ ରହିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପଟେ, ଶିଶୁ ବାଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ପାଇଁ ୬ଟି ପୃଥକ ବଖରାର ଆବଶ୍ୟକତା ରହିଛି । କିନ୍ତୁ ବିଦ୍ୟାଳୟରେ ଉପଲବ୍ଧ ଅଛି ମାତ୍ର ୨ଟି ଶ୍ରେଣୀଗୃହ। ସ୍ଥାନାଭାବ କାରଣରୁ ଏହି ଦୁଇଟି ଶ୍ରେଣୀ ଗୃହରେ ସବୁ ପିଲାଙ୍କୁ ବସାଇ ଅତି କଷ୍ଟଦାୟକ ପରିବେଶରେ ପାଠ ପଢ଼ାଯାଉଛି, ଯାହା ଶିକ୍ଷାଦାନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ କରିଛିନ। ଏଭଳି ସଙ୍ଗୀନ ସମସ୍ୟା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଯଦି ଖୁବ୍ ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଶ୍ରେଣୀଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ବିପଦସଙ୍କୁଳ ଛାତର ସ୍ଥାୟୀ ସମାଧାନ କରା ନଯାଏ, ତେବେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଅଭିଭାବକ ମହଲରେ ଦୃଢ଼ ଦାବି ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?