ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ! ଭଙ୍ଗା ଛାତ ତଳେ ଗଣ୍ଡାଜାମୁମାଲ ବିଦ୍ୟାଳୟର ଛାତ୍ରୀଛାତ୍ର

ଜମନକିରା,୧୮।୮( ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ବିକଳ ତଥା ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାଜାମୁମାଲ ପ୍ରାଥମିକ ବିଦ୍ୟାଳୟରୁ । ଏଠାରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କଅଁଳ ଶିଶୁମାନେ ନିଜ ଜୀବନକୁ ବାଜି ଲଗାଇ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟାଳୟ କୋଠାର ଛାତ ଏବେ ସମ୍ପୂର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି ।

ଛାତରୁ ବଡ଼ ବଡ଼ ସିମେଣ୍ଟ ଅତଡ଼ା ଖସିପଡ଼ି କଳଙ୍କି ଲାଗିଥିବା ଲୁହା ରଡ୍ ଗୁଡ଼ିକ ଝୁଲି ରହିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଛାତ ଫାଟି ପାଣି ଗଳୁଛି ଏବଂ ପିଲାମାନେ ବର୍ଷା ପାଣିରେ ଓଦା ହୋଇ, ଥରି ଥରି ପାଠ ପଢ଼ୁଛନ୍ତି। ମୁଣ୍ଡ ଉପରେ ସବୁବେଳେ ଏକ ଅଦୃଶ୍ୟ ମୃତ୍ୟୁର ଖଣ୍ଡା ଝୁଲି ରହୁଥିବାରୁ କେତେବେଳେ ଯେ କିଛି ଅଘଟଣ ଘଟିବ ନାହିଁ, ତାହା କହିବା ମୁସ୍କିଲ। ଏଥିସହ ଅକ୍ଷମ ନଳକୂପ ଓ ଘୋର ଶ୍ରେଣୀଗୃହର ଅଭାବ ଯୋଗୁଁ ପିଲାଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ବିଦ୍ୟାଳୟ ପରିସରରେ ଥିବା ଏକମାତ୍ର ନଳକୂପର ପାଣି ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି । ଫଳରେ କୁନି କୁନି ଛାତ୍ରୀଛାତ୍ରମାନଙ୍କ ପକ୍ଷରେ ଏହି ନଳକୂପର ପାଣି ପିଇବା ଆଦୌ ସମ୍ଭବପର ହେଉନାହିଁ ଏବଂ ସେମାନେ ଶୋଷରେ ରହିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପଟେ, ଶିଶୁ ବାଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ପାଇଁ ୬ଟି ପୃଥକ ବଖରାର ଆବଶ୍ୟକତା ରହିଛି । କିନ୍ତୁ ବିଦ୍ୟାଳୟରେ ଉପଲବ୍ଧ ଅଛି ମାତ୍ର ୨ଟି ଶ୍ରେଣୀଗୃହ। ସ୍ଥାନାଭାବ କାରଣରୁ ଏହି ଦୁଇଟି ଶ୍ରେଣୀ ଗୃହରେ ସବୁ ପିଲାଙ୍କୁ ବସାଇ ଅତି କଷ୍ଟଦାୟକ ପରିବେଶରେ ପାଠ ପଢ଼ାଯାଉଛି, ଯାହା ଶିକ୍ଷାଦାନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ କରିଛିନ। ଏଭଳି ସଙ୍ଗୀନ ସମସ୍ୟା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଯଦି ଖୁବ୍ ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଶ୍ରେଣୀଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ବିପଦସଙ୍କୁଳ ଛାତର ସ୍ଥାୟୀ ସମାଧାନ କରା ନଯାଏ, ତେବେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଅଭିଭାବକ ମହଲରେ ଦୃଢ଼ ଦାବି ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?