ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮ ଶ୍ରେଣୀ ଛାତ୍ରୀଙ୍କର ଶୁକ୍ରବାର ରାତିରେ ହଷ୍ଟେଲରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରସ୍ଥିତି ସୃଷ୍ଟି ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ନିଶା ବେନିଆ(୧୪) ତାଙ୍କ ଘର ଦଶମନ୍ତପୁର ବ୍ଲକର କିଟେସ ଗ୍ରାମ ନିକଟ ଚନାବାର ବୋଲି ସୁନାବେଡ଼ା ପୋଲିସ ପକ୍ଷରୁ ଜଣାପଡ଼ିଛି। ତାଙ୍କ ବାପା ପଟାଲ ବେନିଆ ଓ ମାଆ କବିତା ବେନିଆ ବୋଲି ଜଣାପଡ଼ିଛି।

ଶୁକ୍ରବାର ରାତି ୧୦ଟାରେ ସେ ହଷ୍ଟେଲରେ ଭୋଜନ କରିବା ପରେ ଶୋଇ ଥିଲେ। କିନ୍ତୁ ଶନିବାର ଭୋର୍‌ରେ ହଷ୍ଟେଲରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା। ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ର ଏହି ଘଟଣା ସମ୍ପର୍କରେ ସୂଚନା ପାଇ ତାଙ୍କୁ ସଙ୍ଗେ ସଙ୍ଗେ ସୁନାବେଡ଼ାସ୍ଥିତ ସହରାଞ୍ଚଳ ମେଡିକାଲକୁ ପଠାଇଥିବାବେଳେ ଏହି ସମ୍ପର୍କରେ ମୃତକ ପରିବାରକୁ ଖବର ଦେଇଥିଲେ। ଘଟଣା ପ୍ରଚାରିତ ପରେ ମୃତକ ପରିବାର ସଦସ୍ୟ ଓ ସମ୍ପର୍କୀୟ ମେଡିକାଲରେ ପହଞ୍ଚିଥିଲେ। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତଦେହ ବ୍ୟବଚ୍ଛେଦ ପାଇଁ ସୁନାବେଡ଼ା ମେଡିକାଲରେ ରହିଛି। ତେବେ ନିଶାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରି ପରିବାର ସଦସ୍ୟ ସୁନାବେଡ଼ା ଥାନାରେ ଏକ ଏତଲା ଦେଇଛନ୍ତି। ଘଟଣାରେ ନିଶାଙ୍କ ଦେହରେ ଲାଗିଥିବା କିଛି ରକ୍ତଛିଟାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏପରିକି କେଉଁ ପରିସ୍ଥିତିରେ ନିଶାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ କରିବାକୁ ଏତଲାରେ ଦର୍ଶାଇଛନ୍ତି। ଏହି ଘଟଣାରେ ସୁନାବେଡ଼ା ମେଡିକାଲ ନିକଟରେ କିଛି ଘଣ୍ଟା ପାଇଁ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ପୋଲିସ ଏସ୍‌ଡିପିଓ, ଥାନାଧିକାରୀ ସୁନାବେଡ଼ା, ଦାମନଯୋଡ଼ି, ସେମିଳିଗୁଡା ଥାନାଧିକାରୀଙ୍କ ସହ ସେମିଳିଗୁଡ଼ା ତହସିଲଦାର ଦେବବ୍ରତ କରାଟି ପ୍ରମୁଖ ଉପସ୍ଥିତ ରହିଥିବା ସହ ଶାନ୍ତିଶୃଙ୍ଖଳା ନେଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

୩ ରାଶିଙ୍କ ଉପରେ ପଡିଲା ଶନିଙ୍କ ଶୁଭଦୃଷ୍ଟି: ୨୦୨୭ ମଝି ଯାଏ ଗୋଲ୍‌ଡେନ୍‌ ଟାଇମ୍‌, ମାଲାମାଲ ସହ ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ଜ୍ୟୋତିଷୀଙ୍କ…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?