Posted inRasifala

ରାଶିଫଳ: ରବିବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ
ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ଯାତ୍ରାରେ ଟେନ୍‌ସନ ଲାଗି ରହିବ, କିନ୍ତୁ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲାରେ ସମର୍ଥ ହୋଇପାରନ୍ତି । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେଇପାରେ।
ବୃଷ
ବୃଷ
ସକାଳୁ ସକାଳୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ନିକଟରୁ ପାଇ ଖୁସି ହେବେ। ପୁରୁଣା ସମ୍ପର୍କ, ଜମିଜମା, ଗାଡ଼ି ମୋଟରରୁ ଭଲ ଲାଭବାନ୍‌ ହୋଇପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ଆକସ୍ମିକ ଭାବେ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ । ଆନୁଷ୍ଠାନିକ କାମରେ ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆପଣଙ୍କ ଆକର୍ଷଣୀୟ ବ୍ୟବହାର ଅନ୍ୟମାନଙ୍କ ମନକୁ ଆକର୍ଷିତ କରିବ। ପରିସ୍ଥିତିକୁ ବ୍ୟବସାୟୀମାନେ ବ୍ୟବସାୟରେ କିଛି ନୂତନ ପଦେକ୍ଷପ ନେବା ସକାଶେ ଚିନ୍ତା କରିବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଆଇନ, ଅଦାଲତ, କଳା, କାରିଗରି କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
କର୍କଟ
କର୍କଟ
ଆକସ୍ମିକ ଭାବରେ ଦୂରଯାତ୍ରା ଓ ବନ୍ଧୁ ମିଳନ ଘଟିବ। ଦୀର୍ଘଦିନର ଆଶା ଫଳବତୀ ହେବା ସମ୍ଭାବନା ରହିଛି। ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଅଫିସ୍‌ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପ୍ରକାଶନ, ଯାତ୍ରା, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
କେତେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିପାରେ। ଆମତ୍ୀୟମାନେ ସହଯୋଗ କରିବାରୁ ତାଙ୍କ ପ୍ରଶଂସାରେ ଶତମୁଖ ହେବେ। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ, କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ ଅର୍ଥ ସଂକଟ ଲାଗି ରହିବାର ଆଶଙ୍କା ରହିଛି।
କନ୍ୟା
ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ, ଋଣ ଯୋଗୁ ବ୍ୟସ୍ତ ରହିପାରନ୍ତି । ବିବାଦୀୟ ଘଟଣା, ଜମିଜମା କଳହରେ ତଥା ମାଲିମକଦ୍ଦମା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ସାୟାହ୍ନେ ଅର୍ଥ ଓ ସମ୍ମାନ ପାଇ ଖୁସି ହେବେ।
ତୁଳା
ତୁଳା
ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ସମ୍ପର୍କୀୟ ଜଣେ ପଡ଼ୋଶୀ ସାହାଯ୍ୟର ପ୍ରତିଶ୍ରୁତି ଦେବେ । କ୍ରୀଡ଼ା, କଳା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। କୌଣସି ପଦସ୍ଥ ବ୍ୟକ୍ତିଙ୍କ ବଦାନ୍ୟତା ଦୁଃଖ ଲାଘବରେ ସହାୟକ ହେବ।
ବିଛା
ବିଛା
ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆମତ୍ୀୟଙ୍କ ସହ ଆଲୋଚନା କରିପାରନ୍ତି। କୌଣସି ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେଇପାରେ। ଅଫିସ୍‌ କାମରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ଧନୁ
ଧନୁ
ଅବସାଦ ବୃଦ୍ଧି ପାଇବା ହେତୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପୁନଶ୍ଚ ଏହା ସାଙ୍ଗଙ୍କୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ। ଅଫିସ୍‌ର କୌଣସି ସଙ୍କଟଜନକ ସ୍ଥିତି ଅପରାହ୍ନରେ ସମାଧାନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି ଓ ରାଜନୈତିକ କ୍ଷେତ୍ରରୁ ସୁଫଳ ପାଇବେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ଦୂରେଇଯିବ ଓ ଆରୋଗ୍ୟ ଲାଭ କରିବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ରାଜନୈତିକ କ୍ଷେତ୍ର ସମସ୍ୟା ବହୁଳ ରହିବ।
କୁମ୍ଭ
କୁମ୍ଭ
ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ବନ୍ଧୁଙ୍କ ସହାୟତାରେ ସମ୍ପନ୍ନ ହୋଇଯିବ। ସାମାଜିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମୀନମୀନ
ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବହୁତ କଥା କହିପାରନ୍ତି। ଆଜି ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ। ଆଲୋଚନା କାଳରେ ନିଜର ସିଦ୍ଧାନ୍ତ ବଦଳାଇବାକୁ ପଡିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପ ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ନିରାମୟ ରହିବ। କିନ୍ତୁ ଅଷ୍ଟମଭାବରେ ନୀଚସ୍ଥ ଚନ୍ଦ୍ର ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। ଦୂରଯାତ୍ରାର ସୁଯୋଗ...

ରାଶିଫଳ: ଶୁକ୍ରବାର , ଜାନୁୟାରୀ ୭ ତାରିଖ – Daily Horoscope

ମେଷ ଆଜି ବିଭିନ୍ନ ସମସ୍ୟା ମଧ୍ୟରେ ରହିବେ। ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା, ପ୍ରେସ୍‌, ପବ୍ଳିକେଶନରେ ସମସ୍ୟା ସମାଧାନକରି ଆମତ୍ତୃପ୍ତି ଲାଭ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‌ ୩୦ ତାରିଖ – Daily Horoscope

ମେଷ ଆଜି ପାପଗ୍ରହ ଯୁକ୍ତ ନୀଚସ୍ଥ ଚନ୍ଦ୍ର କର୍ମକ୍ଷେତ୍ର ସକାଶେ ପ୍ରତିକୂଳତା ଆନୟନ କରିପାରନ୍ତି। ପରିବହନରେ ସମସ୍ୟା ମାନସିକ ଅଶାନ୍ତିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ...

ରାଶିଫଳ: ରବିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ, ଟେନସନ୍‌ କିଛି ମାତ୍ରାରେ କମିଯିବ। ନିଜ ଲୋକମାନଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା...

ରାଶିଫଳ: ରବିବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ ଜଣେ ସହକର୍ମୀ ଆପଣଙ୍କ କାମଗୁଡ଼ିକୁ ଧୀର ଗତିରେ ଲକ୍ଷ୍ୟସ୍ଥଳକୁ ନେବାରେ ସାହାଯ୍ୟ କରିବେ। ପାରିବାରିକ ଦୃଷ୍ଟିକୋଣରୁ କିଛି ଗଡ଼ବଡ଼ ପରିସ୍ଥିତକୁ ସମାଧାନରେ ଆପଣ ସମର୍ଥ...

ରାଶିଫଳ: ସୋମବାର, ଫେବୃୟାରୀ ୧ ତାରିଖ– Daily Horoscope

ମେଷ ଆଜି ବୁଧ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ତୃତୀୟସ୍ଥ ହେତୁ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭକରି କୌଣସି ନୂତନ କାର୍ଯ୍ୟାରମ୍ଭ ସକାଶେ ପ୍ରୟାସୀ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟ...

ରାଶିଫଳ: ଗୁରୁବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ସହ ଅବସ୍ଥାନ କରି ଶନିଙ୍କ ସପ୍ତମସ୍ଥ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସନ୍ତାନ ହେତୁକ ସମସ୍ୟା, ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week