Posted inଜାତୀୟ

ରାଜଧାନୀରେ ଛାତ୍ରଙ୍କୁ ପିଟି ପିଟି ହତ୍ୟା : ୫ ଗିରଫ

ନୂଆଦିଲ୍ଲୀ,୧୦।୧୦-ରାଜଧାନୀ ଦିଲ୍ଲୀ ଆଦର୍ଶନଗରରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ସହ ସମ୍ପର୍କ ରଖିବା ଯୋଗୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ରାହୁଲ। ସେ ଦିଲ୍ଲୀ ୟୁନିଭରସିଟିର ସ୍କୁଲ ଅଫ ଓପନ ଲର୍ଣ୍ଣିଂର କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି। ଆକ୍ରମଣର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଛି।
ଭିଡିଓରେ ଦେଖାଯାଇଛି, ରାହୁଲ ଅକ୍ଟୋବର ୭ରେ ଜଣେ ଯୁବତୀଙ୍କ ସହ ଯାଉଥିବା ଦେଖାଯାଇଛି। ଉଭୟେ ରାସ୍ତାରେ ଯିବାବେଳେ ହଠାତ୍‌ କିଛି ଲୋକ ରାହୁଲଙ୍କୁ ଆକ୍ରମଣ କରିଥିଲେ। ପରେ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ରାହୁଲଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଏ ନେଇ ଶନିବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ରାହୁଲଙ୍କ ପରିବାର ଏକ ଗ୍ରାମରୁ ଆସି ଏଠାରେ ବସବାସ କରୁଥିଲେ। ରାହୁଲ ଛାତ୍ରୀଛାତ୍ରଙ୍କୁ ମଧ୍ୟ ଶିକ୍ଷାଦାନ କରୁଥିଲେ। ଖୁବଶିଘ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ମେଡିକାଲ ଦୁର୍ନୀତି: ୧୦୯ କୋଟିର ଅଘୋଷିତ ଆୟ

ବେଙ୍ଗାଲୁରୁ, ୧୩ା୧୦: କର୍ନାଟକରେ ଆୟକର ବିଭାଗର ଚଢ଼ାଉ ପରେ ୧୦୯ କୋଟି ଟଙ୍କାର ଅଘୋଷିତ ଆୟ ଧରାପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ୱର ଓ...

ସମାଜବାଦୀ ପାର୍ଟିକୁ ଟାର୍ଗେଟ କଲେ ମୋଦି

କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କାନପୁର ବ୍ୟବସାୟୀ ପୀୟୂଷ ଜୈନ୍‌ଙ୍କ ଘରୁ ଜବତ...

ବଳାତ୍କାର ମାମଲାରେ ୮ବର୍ଷ ପରେ ଦୋଷମୁକ୍ତ ହେଲେ ବରିଷ୍ଠ ଖବରଦାତା

ପଣଜୀ,୨୧।୫: ବଳାତ୍କାର ମାମଲାରେ ବରିଷ୍ଠ ଖବରଦାତାଙ୍କୁ ମିଳିଲା ଆଶ୍ୱସ୍ତି। ଦୀର୍ଘ ୮ବର୍ଷ ପରେ ବରିଷ୍ଠ ଖବରଦାତା ତଥା ତେହେଲକା ମ୍ୟାଗାଜିନ୍‌ର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ...

ରାଜ୍ୟରେ ସୁସ୍ଥ ହେଲେ ୩୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୩୮୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୫୭ ଜଣ। ଖୋର୍ଦ୍ଧାରୁ ୫୩, ଅନୁଗୋଳରୁ...

ଷ୍ଟେଶନରେ ଶୋଇଲେ ଲକ୍ଷାଧିକ ପରୀକ୍ଷାର୍ଥୀ

ଲକ୍ଷ୍ନୌ, ୧୭ା୧୦: ଉତ୍ତରପ୍ରଦେଶର ସବ୍‌ଅର୍ଡିନେଟ୍‌ ସର୍ଭିସ୍‌ ସିଲେକ୍ସନ କମିଶନର ପ୍ରିଲିମିନାରୀ ଏଲିଜିବିଟି ଟେଷ୍ଟ (ପିଇଟି) ଦେବା ପାଇଁ ଶୁକ୍ରବାର ଓ ଶନିବାର ବିଭିନ୍ନ ବସ୍‌ଷ୍ଟାଣ୍ଡ ଏବଂ...

ବିଧାୟକଙ୍କ ଉପରେ ଆକ୍ରମଣ: ୧୫ କିମି ଦୌଡି ବଞ୍ଚାଇଲେ ଜୀବନ

ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହେଉଛି। ମତଦାନର କିଛି ଘଣ୍ଟା ପୂର୍ବରୁ ଉତ୍ତର ଗୁଜରାଟର ବନାସକାନ୍ତ ଜିଲାରେ କଂଗ୍ରେସ...

୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ

ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ...

ଶ୍ରୀନଗରରେ ଫାରୁକ୍‌ ଗୃହବନ୍ଦୀ

ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ସୋମବାର ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ ରଖାଯାଇଛି। ପୁଲ୍‌ଓ୍ବାମା ଆକ୍ରମଣର ତୃତୀୟ...

Advertisement
Archives

Model This Week