Posted inଜାତୀୟ

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି ସହ ବୈଭବ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । କିଙ୍ଗ୍ସ ସର୍କଲ୍‌ସ୍ଥିତ GSB ସେବା ମଣ୍ଡଳର ଗଣପତିଙ୍କୁ ‘ମୁମ୍ବାଇର ସବୁଠୁ ଧନୀ ବପ୍ପା’ ବୋଲି କୁହାଯାଉଛି । ଏଥର ବପ୍ପାଙ୍କୁ ୬୬ କେଜି ଶୁଦ୍ଧ ସୁନା ଓ ୩୩୫ କେଜି ରୁପାର ଅଳଙ୍କାରରେ ସଜାଯାଇଛି । ଏହା ସହ ଗଣେଶୋତ୍ସବ ପାଇଁ ମଣ୍ଡଳ ପକ୍ଷରୁ ୭୦୩.୨୭ କୋଟି ଟଙ୍କାର ରେକର୍ଡ ବୀମା କଭର କରାଯାଇଛି।

GSB ସେବା ମଣ୍ଡଳ ଚଳିତ ବର୍ଷ ଏହାର ୭୨ତମ ଗଣେଶୋତ୍ସବ ପାଳନ କରୁଛି । ଏଠାରେ ବିରାଜମାନ ମହାଗଣପତିଙ୍କ ଭବ୍ୟ ରୂପ ପ୍ରଥମ ଦୃଷ୍ଟିରେ ହିଁ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଗଣେଶଙ୍କ ପ୍ରତିମାକୁ ୬୬ କେଜି ସୁନା ଓ ୩୩୫ କେଜି ରୁପାର ଅଳଙ୍କାରରେ ସଜାଯାଇଛି। ଏହି ମୂଲ୍ୟବାନ ଅଳଙ୍କାରର ସୁରକ୍ଷା ପାଇଁ ୭୦୩.୨୭ କୋଟି ଟଙ୍କାର ବୀମା କରାଯାଇଛି । କେବଳ ଗଣପତିଙ୍କ ଅଳଙ୍କାର ନୁହେଁ, ଦର୍ଶନ ପାଇଁ ଆସୁଥିବା ଭକ୍ତ, ସ୍ୱେଚ୍ଛାସେବକ ଏବଂ ସମଗ୍ର ଆୟୋଜନକୁ ମଧ୍ୟ ଏହି ବୀମା କଭରରେ ସାମିଲ କରାଯାଇଛି।

ଏଠାରେ ଗଣେଶ ଠାକୁର ମାତ୍ର ୫ ଦିନ ପାଇଁ ବିରାଜମାନ ହୁଅନ୍ତି। ହେଲେ ତାଙ୍କ ସେବା ପାଇଁ ବିଦେଶର ବିଭିନ୍ନ ଦେଶରୁ NRI ସେବାଦାରମାନେ ମୁମ୍ବାଇ ପହଞ୍ଚୁଛନ୍ତି । ସମଗ୍ର ଆୟୋଜନ ସ୍ୱେଚ୍ଛାସେବକଙ୍କ ସହଯୋଗରେ ଚାଲିଥାଏ । ମଣ୍ଡଳ ଅନୁସାରେ, ଏଠାରେ ୧ ଲକ୍ଷରୁ ଅଧିକ ସ୍ୱତନ୍ତ୍ର ପୂଜା ଓ ଅନୁଷ୍ଠାନ ଆୟୋଜିତ ହୋଇଥାଏ । GSB ଗଣେଶୋତ୍ସବର ଅନ୍ୟତମ ବିଶେଷତା ହେଉଛି ‘ତୁଳାଦାନ’ ପରମ୍ପରା। ମନସ୍କାମନା ପୂରଣ ହେବା ପରେ ଅନେକ ଭକ୍ତ ନିଜ ଓଜନ ସମାନ ଦାନ କରିଥାନ୍ତି।

ଏହା ସହ ଉତ୍ସବ ସମୟରେ ୨ ଲକ୍ଷରୁ ଅଧିକ ଭକ୍ତଙ୍କୁ ଭୋଜନ-ପ୍ରସାଦ ବଣ୍ଟନ କରାଯାଏ। ତେଣୁ ଏହି ଗଣେଶୋତ୍ସବ କେବଳ ପୂଜାପାଠରେ ସୀମିତ ନରହି ସେବା ଓ ଦାନର ଏକ ବଡ଼ କେନ୍ଦ୍ରରେ ପରିଣତ ହୋଇଛି।

ଗଣେଶଙ୍କ ଉପରେ ଦେଖାଯାଉଥିବା ୬୬ କେଜି ସୁନା ଓ ୩୩୫ କେଜି ରୁପା କୌଣସି ଜଣେ ବ୍ୟବସାୟୀ କିମ୍ବା ଶିଳ୍ପପତିଙ୍କ ଦାନ ନୁହେଁ । ମଣ୍ଡଳର ଏହି ମୂଲ୍ୟବାନ ସଂଗ୍ରହ ଦଶନ୍ଧି ଦଶନ୍ଧି ଧରି ଭକ୍ତଙ୍କ ଦାନରୁ ଧୀରେ ଧୀରେ ଗଢ଼ିଉଠିଛି । ୧୯୫୦ ଦଶକରେ ଗଣେଶୋତ୍ସବ ଆରମ୍ଭ ହେବା ପରଠାରୁ ମନସ୍କାମନା ପୂରଣ ହେଲେ ଭକ୍ତମାନେ ସୁନା ମୁଦ୍ରା, ଚେନ୍‌, କଙ୍କଣ, ହାର ଓ ବିଭିନ୍ନ ଅଳଙ୍କାର ଦାନ କରିଆସୁଛନ୍ତି। ସମୟ ସହ ଦେଶ ଓ ବିଦେଶରେ ରହୁଥିବା ଗୌଡ଼ ସାରସ୍ୱତ ସମ୍ପ୍ରଦାୟ ସମେତ ଅନ୍ୟ ଭକ୍ତମାନେ ମଧ୍ୟ ଏହି ପରମ୍ପରା ସହ ଯୋଡ଼ି ହୋଇଛନ୍ତି। ଫଳରେ ପ୍ରତିବର୍ଷ ବଢ଼ୁଥିବା ଦାନ ଓ ଚଢ଼ାଉରେ GSB ଗଣପତି ଦେଶର ଅନ୍ୟତମ ସମୃଦ୍ଧ ଗଣେଶୋତ୍ସବ ଭାବେ ପରିଚିତ ହୋଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?