Posted inଖେଳ

ଆତ୍ମହତ୍ୟା କଲେ ପୂର୍ବତନ ଭାରତୀୟ କ୍ରିକେଟର୍‌

କୋଚି, ୧୦।୧୦: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କେରଳ ରଣ୍‌ଜୀ ଟ୍ରଫି ଖେଳାଳି ଏମ୍‌. ସୁରେଶ କୁମାରଙ୍କ ବିୟୋଗ ଘଟିଛି। ୪୭ ବର୍ଷ ବୟସରେ ସୁରେଶ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୁରେଶଙ୍କ ଘରୁ ପୋଲିସ ସୁଇସାଇଡ୍‌ ନୋଟ୍‌ ଜବତ କରିବା ସହ ତାଙ୍କ ଶବ ମଧ୍ୟ ଉଦ୍ଧାର କରିଛି। ଅଲ୍‌ରାଉଣ୍ଡର ଭାବେ ପରିଚିତି ଲାଭ କରିଥିବା ସୁରେଶ କୁମାର ୧୯୯୨-୯୩ ସିଜନରେ କେରଳ ପକ୍ଷରୁ ରଣ୍‌ଜୀ ଟ୍ରଫି ପଦାର୍ପଣ କରିଥିଲେ। ସେହିବର୍ଷ ସେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ। ସୁରେଶ ୨୦୦୫-୦୬ ପର୍ଯ୍ୟନ୍ତ ୭୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ଏଥିମଧ୍ୟରେ ସେ ୧,୬୫୭ ରନ୍‌ ସଂଗ୍ରହ କରିବା ସହିତ ଓ ୧୯୬ ଉଇକେଟ ହାସଲ କରିଥିଲେ। ତେବେ କେବେମଧ୍ୟ ଭାରତୀୟ ସିନିୟର ପକ୍ଷରୁ ଖେଳିବାକୁ ସେ କେବେ ସୁଯୋଗ ପାଇ ନ ଥିଲେ। ରେଲ୍‌ଓ୍ବରେ କାର୍ଯ୍ୟରତ ଥିବା ସୁରେଶ ରେଲ୍‌ଓ୍ବେ ପାଇଁ ମଧ୍ୟ ୧୭ ମ୍ୟାଚ୍‌ ଖେଳିଛନ୍ତିି। ସେହିଭଳି ଦୁଲୀପ୍‌ ଟ୍ରଫିରେ ସାଉଥ୍‌ ଜୋନ୍‌ ଓ ସେଣ୍ଟ୍ରାଲ ଜୋନ୍‌ ମଧ୍ୟରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ସୁରେଶଙ୍କ ବୋଲିଂକୁ ବେଶ୍‌ ତାରିଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.):  ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି...

ଏଟିପି ଫାଇନାଲ୍ସ: ଥିମ୍‌- ମେଡ୍‌ଭେଡେଭ ଫାଇନାଲ ମୁକାବିଲା

ଲଣ୍ଡନ,୨୩।୧୧(ଏପି): ବର୍ଷ ଶେଷରେ ଏଠାରେ ଚାଲିଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟ...

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା...

ଧୋନୀ ଦେଲେ କୋହଲିଙ୍କୁ ଝଟ୍‌କା

ଦୁବାଇ,୨୫।୧୦: ଆଇପିଏଲର ୪୪ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ବେଙ୍ଗାଲୁରୁ ଟସ ଜିଣି ପ୍ରଥମେ...

ଆଜିର ଦିନରେ ହୋଇଥିଲା ଛ’ ଛକାର ରେକର୍ଡ, ଟୁଇଟ୍‌ କଲେ ଯୁବି

ନୂଆଦିଲ୍ଲୀ,୧୯।୯: ଆଜିକୁ ଠିକ ୧୨ ବର୍ଷ ତଳେ ଯୁବରାଜ ସିଂ (ଯୁବି) ଗୋଟିଏ ଓଭରରେ ଛ’ ଛକା ଲଗାଇଥିଲେ। ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଭାରତକୁ...

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

ମନ୍ଥର ବୋଲିଂ: ସ୍ମିଥ୍‌ଙ୍କୁ ୧୨ ଲକ୍ଷ ଜରିମାନା

ଆବୁଧାବି,୮।୧୦(ପି.ଟି.): ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର...

ଏସିଆ କପ୍‌ ନେଇ ନିଷ୍ପତ୍ତି ହେଲାନି, ବୈଠକରେ ଯୋଗଦେଲେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲ, ୯।୬(ପି.ଟି.): ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଏସିଆ କପ୍‌ ଟି୨୦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏସିଆନ କ୍ରିକେଟ କାଉନସିଲ (ଏସିସି)...

Advertisement


Archives

Model This Week