ଜିଦ୍‌ରେ ଅଟଳ ଦିଦି, ଆଳୁ ରପ୍ତାନିକୁ ନା: ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ

ଭୋଗରାଇ, ୨।୧୨(ପ୍ରଦୀପ ଦାସ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି l ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସେମାନଙ୍କର ଶୀତଳ ଭଣ୍ଡାରରୁ ଆଳୁ ବିକ୍ରି କରି ନ ପାରି କ୍ଷତି ଆଶଙ୍କାରେ ସେଠାକାର ସରକାରଙ୍କୁ ଘେରିଛନ୍ତି l

ହୁଗୁଳି ଜିଲା ତାରକେଶ୍ୱରଠାରେ ମିଳିତ ହୋଇ ସରକାରଙ୍କୁ ସୋମବାର ମଧ୍ୟରେ ଅନ୍ତଃରାଜ୍ୟ ସୀମାନ୍ତରେ ପୋଲିସ ଜୁଲୁମ ବନ୍ଦ କରିବା ଓ ଆଳୁ ରପ୍ତାନି କଟକଣାକୁ ହଟାଇ ନ ଦେଲେ ବ୍ୟବସାୟୀମାନେ କର୍ମ ବରତି ଧର୍ମଘଟ କରିବେ ବୋଲି ସରକାରକୁ ଚେତାବନୀ ଦେଇଥିଲେ। ଧର୍ମଘଟକୁ ଆଖିଆଗରେ ରଖି ପଶ୍ଚିମବଙ୍ଗ କୃଷି ମନ୍ତ୍ରୀ ବିଚାରାମ ମାନ୍ନାଙ୍କ ଆମନ୍ତ୍ରଣ କ୍ରମେ କୋଲକାତା ସରକାରୀ କୃଷି ଦପ୍ତରରେ ସୋମବାର ପ୍ରଗତିଶୀଳ ଆଳୁ ବ୍ୟବସୟୀ ସମିତି, ଶୀତଳ ଭଣ୍ଡାରର ମାଲିକ, ଟାସ୍କ ଫୋର୍ସ ଓ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହି ଆଳୁ ସମସ୍ୟା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଆଳୁ ବ୍ୟବସାୟୀମାନେ ବୈଠକ ଛାଡି ଫେରି ଆସି ଥିବାର ସୂଚନା ମିଳିଛି l

ଏଭଳି ସ୍ଥିତିରେ ସୋମବାର ନବାନ୍ନରେ ବିଧାନସଭା ଚାଲୁଥିବାବେଳେ ସଦସ୍ୟଙ୍କ ପ୍ରଶ୍ନତ୍ତୋରରେ ଆଳୁ ଓ ପିଆଜର ମୂଲ୍ୟବୃଦ୍ଧି ଉପରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ଆଳୁ ଓ ପିଆଜର ଅଭାବ ଏବଂ ବଜାର ଦର ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ରହିବ ବୋଲି ପୁଣି ସେ ଦୋହରାଇଛନ୍ତି। ଦିଦିଙ୍କ ଜିଦ୍‌ ଯୋଗୁ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତି ଉଦବେଗ ପ୍ରକାଶ କରିବା ସହିତ ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସୋମବାର ମଧ୍ୟରାତ୍ରିରୁ କର୍ମବିରତି ଧର୍ମଘଟ ଡାକ ଦେଇଥିବାର ରାଜ୍ୟ ମହା ସଚିବ ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି l

ବଙ୍ଗ ଆଳୁ ଚାଷୀମାନେ ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ବିହନ କିଣୁଥିଲାବେଳେ ଉତ୍ପନ୍ନ ବଳକା ଆଳୁ ଭିନ୍ନ ରାଜ୍ୟକୁ ରପ୍ତାନି ନ କରିବା ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରିଥିବାର ସେମାନେ ଅଭିଯୋଗ କରିଛନ୍ତି l ନିକଟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶପଥ ଗ୍ରହଣ ଉତ୍ସବକୁ ଦିଦି ସ୍ବତନ୍ତ୍ର ଭାବେ ଯାଇଥିବାବେଳେ ସେଠାକାର ସରକାରଙ୍କୁ ଆଳୁ ରପ୍ତାନି ନ କରିବା ଏ କେଉଁ ପ୍ରକାର ରାଜନୀତି ବୋଲି ବ୍ୟବସାୟୀ ସମିତିର ସଦସ୍ୟ ମାନେ ପ୍ରଶ୍ନ ଉଠାଇଛନ୍ତି l

ଅପରପକ୍ଷରେ ଓଡ଼ିଶାରେ ଆଳୁର ଅଭାବ କିମ୍ବା ସଙ୍କଟ ଦେଖାଦେବନାହିଁ ଓ ୟୁପିରୁ ୩ ଶହ ଆଳୁ ଗାଡି ପହଞ୍ଚିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୟାନ ଦେଉଥିବାବେଳେ ବାସ୍ତବରେ ତାହା ଓଲଟା ବୋଲି ଖାଉଟିମାନେ ପ୍ରକାଶ କରିଛନ୍ତି l ଦିନକୁ ଦିନ ହାଟ ବଜାରରେ ଆଳୁର ଅଭାବ ପରିଲକ୍ଷିତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଆଳୁ କେଜି ପ୍ରତି ୪୦ରୁ ଅଧିକ ଟଙ୍କାରେ ବିକ୍ରୀ ହେଉଥିବାର ନଜରକୁ ଆସୁଛି l ପଶ୍ଚିମବଙ୍ଗ ଆଳୁ ବ୍ୟବସାୟ ସମିତି ଧର୍ମଘଟ ଯୋଗୁ ଓଡିଶା ସୀମାନ୍ତ ଗଳାବାଟ ଦେଇ ଆସୁଥିବା ଆଳୁଗାଡି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଓଡ଼ିଶାରେ ଆଳୁର ଦାମ ଆକାଶ ଛୁଆଁ ହେବାର ସମ୍ଭାବନା ଦେଖାଦେଇଛି l


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri