ଜିଦ୍‌ରେ ଅଟଳ ଦିଦି, ଆଳୁ ରପ୍ତାନିକୁ ନା: ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ

ଭୋଗରାଇ, ୨।୧୨(ପ୍ରଦୀପ ଦାସ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି l ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସେମାନଙ୍କର ଶୀତଳ ଭଣ୍ଡାରରୁ ଆଳୁ ବିକ୍ରି କରି ନ ପାରି କ୍ଷତି ଆଶଙ୍କାରେ ସେଠାକାର ସରକାରଙ୍କୁ ଘେରିଛନ୍ତି l

ହୁଗୁଳି ଜିଲା ତାରକେଶ୍ୱରଠାରେ ମିଳିତ ହୋଇ ସରକାରଙ୍କୁ ସୋମବାର ମଧ୍ୟରେ ଅନ୍ତଃରାଜ୍ୟ ସୀମାନ୍ତରେ ପୋଲିସ ଜୁଲୁମ ବନ୍ଦ କରିବା ଓ ଆଳୁ ରପ୍ତାନି କଟକଣାକୁ ହଟାଇ ନ ଦେଲେ ବ୍ୟବସାୟୀମାନେ କର୍ମ ବରତି ଧର୍ମଘଟ କରିବେ ବୋଲି ସରକାରକୁ ଚେତାବନୀ ଦେଇଥିଲେ। ଧର୍ମଘଟକୁ ଆଖିଆଗରେ ରଖି ପଶ୍ଚିମବଙ୍ଗ କୃଷି ମନ୍ତ୍ରୀ ବିଚାରାମ ମାନ୍ନାଙ୍କ ଆମନ୍ତ୍ରଣ କ୍ରମେ କୋଲକାତା ସରକାରୀ କୃଷି ଦପ୍ତରରେ ସୋମବାର ପ୍ରଗତିଶୀଳ ଆଳୁ ବ୍ୟବସୟୀ ସମିତି, ଶୀତଳ ଭଣ୍ଡାରର ମାଲିକ, ଟାସ୍କ ଫୋର୍ସ ଓ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହି ଆଳୁ ସମସ୍ୟା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଆଳୁ ବ୍ୟବସାୟୀମାନେ ବୈଠକ ଛାଡି ଫେରି ଆସି ଥିବାର ସୂଚନା ମିଳିଛି l

ଏଭଳି ସ୍ଥିତିରେ ସୋମବାର ନବାନ୍ନରେ ବିଧାନସଭା ଚାଲୁଥିବାବେଳେ ସଦସ୍ୟଙ୍କ ପ୍ରଶ୍ନତ୍ତୋରରେ ଆଳୁ ଓ ପିଆଜର ମୂଲ୍ୟବୃଦ୍ଧି ଉପରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ଆଳୁ ଓ ପିଆଜର ଅଭାବ ଏବଂ ବଜାର ଦର ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ରହିବ ବୋଲି ପୁଣି ସେ ଦୋହରାଇଛନ୍ତି। ଦିଦିଙ୍କ ଜିଦ୍‌ ଯୋଗୁ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତି ଉଦବେଗ ପ୍ରକାଶ କରିବା ସହିତ ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସୋମବାର ମଧ୍ୟରାତ୍ରିରୁ କର୍ମବିରତି ଧର୍ମଘଟ ଡାକ ଦେଇଥିବାର ରାଜ୍ୟ ମହା ସଚିବ ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି l

ବଙ୍ଗ ଆଳୁ ଚାଷୀମାନେ ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ବିହନ କିଣୁଥିଲାବେଳେ ଉତ୍ପନ୍ନ ବଳକା ଆଳୁ ଭିନ୍ନ ରାଜ୍ୟକୁ ରପ୍ତାନି ନ କରିବା ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରିଥିବାର ସେମାନେ ଅଭିଯୋଗ କରିଛନ୍ତି l ନିକଟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶପଥ ଗ୍ରହଣ ଉତ୍ସବକୁ ଦିଦି ସ୍ବତନ୍ତ୍ର ଭାବେ ଯାଇଥିବାବେଳେ ସେଠାକାର ସରକାରଙ୍କୁ ଆଳୁ ରପ୍ତାନି ନ କରିବା ଏ କେଉଁ ପ୍ରକାର ରାଜନୀତି ବୋଲି ବ୍ୟବସାୟୀ ସମିତିର ସଦସ୍ୟ ମାନେ ପ୍ରଶ୍ନ ଉଠାଇଛନ୍ତି l

ଅପରପକ୍ଷରେ ଓଡ଼ିଶାରେ ଆଳୁର ଅଭାବ କିମ୍ବା ସଙ୍କଟ ଦେଖାଦେବନାହିଁ ଓ ୟୁପିରୁ ୩ ଶହ ଆଳୁ ଗାଡି ପହଞ୍ଚିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୟାନ ଦେଉଥିବାବେଳେ ବାସ୍ତବରେ ତାହା ଓଲଟା ବୋଲି ଖାଉଟିମାନେ ପ୍ରକାଶ କରିଛନ୍ତି l ଦିନକୁ ଦିନ ହାଟ ବଜାରରେ ଆଳୁର ଅଭାବ ପରିଲକ୍ଷିତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଆଳୁ କେଜି ପ୍ରତି ୪୦ରୁ ଅଧିକ ଟଙ୍କାରେ ବିକ୍ରୀ ହେଉଥିବାର ନଜରକୁ ଆସୁଛି l ପଶ୍ଚିମବଙ୍ଗ ଆଳୁ ବ୍ୟବସାୟ ସମିତି ଧର୍ମଘଟ ଯୋଗୁ ଓଡିଶା ସୀମାନ୍ତ ଗଳାବାଟ ଦେଇ ଆସୁଥିବା ଆଳୁଗାଡି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଓଡ଼ିଶାରେ ଆଳୁର ଦାମ ଆକାଶ ଛୁଆଁ ହେବାର ସମ୍ଭାବନା ଦେଖାଦେଇଛି l


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?