କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା

ଅନୁଗୋଳ ଅଫିସ, ୨।୧୧ ତୈଳ, ରନ୍ଧନ ଗ୍ୟାସ୍‌ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ମୂଲ୍ୟ ବୃଦ୍ଧିର ଜୋରଦାର ପ୍ରତିବାଦ କରିଛି ଅନୁଗୋଳ ବିଜୁ ମହିଳା ସଙ୍ଗଠନ। ସୋମବାର ପୂର୍ବାହ୍ନରେ ଅନୁଗୋଳ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦିଆଯାଇଥିଲା। ସେଠାରେ କର୍ମକର୍ତ୍ତାମାନେ କେନ୍ଦ୍ର ସରକାରଙ୍କକୁ କଡ଼ା ସମାଲୋଚନା କରିଥିଲେ। ଅର୍ଥନୈତିକ ପରିଚାଳନାରେ ତ୍ରୁଟି ଯୋଗୁ ତୈଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟରେ ଏପରି ଅହେତୁକ ବୃଦ୍ଧି ହେଉଥିବା ମତ ଦେଇଥିଲେ। ବିଜୁ ଜନତା ଦଳ ଅନୁଗୋଳ ଜିଲା ସଭାପତି ମହେନ୍ଦ୍ର ବସ୍ତିଆ, ଅରୁଣାଭ ସିଂହ, ସୁଜିତ ଦ୍ୱିବେଦୀ, ରିତା ସିଂହ, କଲ୍ୟାଣୀ ବିଳାସ, ପ୍ରିୟଦର୍ଶୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଛେଣ୍ଡିପଦା ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ତୃପ୍ତିମଞ୍ଜରୀ ସାହୁଙ୍କ ନେତୃତ୍ୱରେ ୩୦୦ରୁ ଊଦ୍ଧର୍‌ବ ମହିଳା ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଆଠମଲ୍ଲିକ ସଦର ମହକୁମା ବିଜୁ ମହିଳା ସଙ୍ଗଠନ ପକ୍ଷରୁ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲା ମହିଳା ବିଜେଡି ସଭାପତି ବିଦ୍ୟୁତ୍‌ ପ୍ରଧାନ, ନଗର ମହିଳା ବିଜେଡି ସଭାପତି ଆଶା କୁମାରୀ ସାହୁ, କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦଳେଇ, ଆଠମଲ୍ଲିକ ବ୍ଲକ ବିଜେଡି ସଭାପତି ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ନେତୃତ୍ୱରେ ପାଲଲହଡ଼ା ବ୍ଲକ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସତ୍ୟଭାମା ପ୍ରଧାନ ଓ ଅନ୍ୟମାନେ ବିକ୍ଷୋଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri