Posted inଫୁରସତ

ରହସ୍ୟମୟ ବିଭୋରତା କବି ମମତା

ଜୀବନର ପ୍ରଚଣ୍ଡ ପ୍ରବାହକୁ ତାଙ୍କ କବିତା ଯେମିତି ତୋଳିନେବାକୁ ଚାହେଁ ଶବ୍ଦ ଓ ଛନ୍ଦ ମାଧ୍ୟମରେ। କବିତାରେ ମାଧ୍ୟମରେ ଜୀବନର ଲାଳିତ୍ୟ, କୋମଳତା, ସୌକୁମାର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତିଫଳନ ଘଟାଉଥିବା ଏହି କବି ହେଉଛନ୍ତି ମମତା ଦାଶ..

କବିତାରେ ଜୀବନର ରହସ୍ୟ ଫୁଟାଉଥିବା ପୁଣି ଉତ୍ତରଣର ସମ୍ଭାବନା ପ୍ରକଟ କରୁଥିବା, ନିଜର ସ୍ବଚ୍ଛନ୍ଦତାବାଦୀ ଆବେଗ ସହିତ ଆଧ୍ୟାତ୍ମିକ ଅନ୍ବେଷଣର ମଧୁର ସମନ୍ବୟ ଘଟାଉଥିବା ନିରନ୍ତର ଭାରତୀୟ ମୂଲ୍ୟବୋଧ ଆଲୋକରେ ନିଜ ସର୍ଜନାକୁ ବାଟ କଢ଼େଇ ନେଉଥିବା, ଗପ ଓ ଉପନ୍ୟାସରେ ନିବିଡ଼ ଲୋଡିବାପଣ ମାଧ୍ୟମରେ ଗତିଶୀଳତା ଫୁଟାଉଥିବା ପୁଣି ଦୃଶ୍ୟମାନ ଅନୁଭବର ଅନ୍ତରାଳରେ ଥିବା ସ୍ପନ୍ଦନକୁ ଖୋଜି ପାଉଥିବା ଜଣେ ସାଧିକା ହେଲେ ମମତା ଦାଶ।

୪ ଅକ୍ଟୋବର ୧୯୪୭ ଜଗତ୍‌ସିଂହପୁରଠାରେ ମମତାଙ୍କ ଜନ୍ମ। ବାପା ରାମଚନ୍ଦ୍ର ମହାପାତ୍ର ଓ ମା’ ପଙ୍କଜବାଳା ମହାପାତ୍ର। କବିତା ରଚନା ଯେମିତି ତାଙ୍କ ରକ୍ତ ପ୍ରବାହ ସହ ଜଡ଼ିତ। ମୁଖ୍ୟତଃ କବି ଭାବରେ ପରିଚିତ ମମତା କବିତାରେ ଜୀବନର ଲାଳିତ୍ୟ, କୋମଳତା, ସୌକୁମାର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତିଫଳନ ଘଟାନ୍ତି। ଦୃଶ୍ୟମାନ ଜଗତର ସୀମାନ୍ତ ସେପାରେ ଥିବା ରହସ୍ୟ ପାଇଁ ମଧ୍ୟ ତାଙ୍କ ଭିତରର କବିସତ୍ତାର ଆକର୍ଷଣ ତୀବ୍ର। ଜୀବନର ପ୍ରଚଣ୍ଡ ପ୍ରବାହକୁ ତାଙ୍କ କବିତା ଯେମିତି ତୋଳିନେବାକୁ ଚାହେଁ ଶବ୍ଦ ଓ ଛନ୍ଦ ମାଧ୍ୟମରେ। ସେ ନିଜେ ପ୍ରଶିକ୍ଷଣପ୍ରାପ୍ତ ଗାୟିକା। ତେଣୁ ତାଙ୍କ କବିତାର ପୃଷ୍ଠଭୂମିରେ ସଙ୍ଗୀତର ଏକ ପ୍ରମୁଖ ଭୂମିକା ଥାଏ। କଥ୍ୟ ଅପେକ୍ଷା ସଙ୍ଗୀତମୟତା ତାଙ୍କ କବିତାର ଏକ ଆଚ୍ଛନ୍ନକାରୀ ଶକ୍ତି ।

ଅନ୍ଧାର ଓ ସ୍ବଳ୍ପ ଆଲୁଅର ଭୂଇଁ ଉପରୁ ତାଙ୍କ କାବ୍ୟସତ୍ତା ଉଜ୍ଜ୍ୱଳତାର ଉପାଦାନ ଖୋଜେ। ଅରଣ୍ୟ, ଉପବନ ଇତ୍ୟାଦି ତାଙ୍କ କବିତାରେ ପାଇଥାନ୍ତି ସ୍ବତନ୍ତ୍ର ସ୍ଥାନ। ଏହା ପ୍ରମାଣିତ କରେ ରହସ୍ୟ ପ୍ରତି ତାଙ୍କର ଆକର୍ଷଣର ଦୁର୍ନିବାରତା। ସେ ସମୟ ଦେଇ ସମୟାତୀତ ଅନୁଭବରେ ପହଞ୍ଚିବାକୁ ଚଲେଇଥାନ୍ତି କାବି୍ୟକ ଅଭିସାର ।

ସଙ୍କଳନଗୁଡିକ ନୈମିଷାରଣ୍ୟ, ଏକତ୍ର ଚନ୍ଦ୍ର ସୂର୍ଯ୍ୟ, ଅବାକ୍‌ ସ୍ବର୍ଗ, ଉଜ୍ଜ୍ୱଳ ଉପବନ, ନୀଳ ନିର୍ବାପନ, ହିରଣ୍ୟବର୍ଣ୍ଣା, ଶୁଭ୍ର ଧାରା, ମାୟାନ୍ଧକାର, ରାଗ ଲଳିତ (ପ୍ରେମ କବିତା ସଂକଳନ ), ଶୂନ୍ୟ ଚିତ୍ରାୟନ । ମମତା ଦାଶଙ୍କ କବିତା ସମଗ୍ର (ପ୍ରଥମ ଭାଗ) ପ୍ରକାଶିତ ହୋଇ ସାରି ପାଠକଙ୍କ ଆଦର ଲାଭ କରିସାରିଛି । ଗଳ୍ପ ସଂକଳନ ମଧ୍ୟରେ ଅନ୍ୟ ଜଗତର ସକାଳ, ଅନ୍ତରାଳର ଦୃଶ୍ୟ, ଅରୁନ୍ଧତୀର ସା, ପଦ୍ମ ପୁରୁଷ ଏବଂ ଉପନ୍ୟାସ ‘କେହି ଜଣେ ବିଶାଖା’ ତାଙ୍କ ସୁନ୍ଦର ଗଦ୍ୟରଚନାର ସାର୍ଥକ ଉଦାହରଣ ।) ‘ଆମ ସାହିତ୍ୟରେ ଶ୍ରୀରାଧା ବିଳାସ’, ‘ଅତିକ୍ରମଣ ଭଳି’ ଦୁଇଟି ପ୍ରବନ୍ଧ ପୁସ୍ତକ ମଧ୍ୟ ସେ ଭେଟି ଦେଇଛନ୍ତି ଓଡ଼ିଆ ସାହିତ୍ୟ ସାମ୍ରାଜ୍ୟକୁ । ତାଙ୍କ ରଚିତ ଇଂଲିଶ ପୁସ୍ତିକା Makers of Indian litarature(Bhubaneswar Behera), A moment beyond time (Anthology of translated English poems) ତାଙ୍କ ସର୍ଜନାର ଆଉ ଏକ ପ୍ରସ୍ତ ଦର୍ଶାଇଥାଏ । କେବଳ ସେତିକି ନୁହେଁ ‘ଶ୍ରୀମାଙ୍କର ଏଜେଣ୍ଡା ତିନି ଭାଗ ସହିତ, ସତପ୍ରେମ ଓ ସୁଜାତା ନାହାର, ଦିଲୀପ ରାୟ, ରବୀନ୍ଦ୍ରନାଥ ଟାଗୋରଙ୍କର ପନ୍ଦର ଖଣ୍ଡ ବହି ଇଂଲିଶ ଓ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଛନ୍ତି ଓ ପ୍ରକାଶିତ ହୋଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ତାମିଲ ଗଳ୍ପ ସଂକଳନର ଓଡ଼ିଆ ଅନୁବାଦ ପ୍ରକାଶିତ ହୋଇଛି। ସାହିତ୍ୟ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ସେ ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୮୭) ପୁରସ୍କାର, ଝଙ୍କାର କବିତା ପୁରସ୍କାର, ଗଙ୍ଗାଧର ଫାଉଣ୍ଡେଶନର ଭାନୁଜୀ ରାଓ ପୁରସ୍କାର, ଭରତ ନାୟକ ସ୍ମୃତି ସମ୍ମାନ, ( ସମ୍ବଲପୁର ବିଶ୍ୱବିଦ୍ୟାଳୟ), ଭାରତୀୟ ଭାଷା ପରିଷଦ କୃତିତ୍ୱ ସମଗ୍ର ପୁରସ୍କାର(କୋଲକାତା), ସଚ୍ଚି ରାଉତରାୟ ସମ୍ମାନ, ଲେଖକ ସାମ୍ମୁଖ୍ୟ ସମ୍ମାନ, ଧରିତ୍ରୀ ସମ୍ମାନ, ବର୍ଣ୍ଣମାଳା ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ, ଜୀବନରଙ୍ଗ ସମ୍ମାନ, ଇସ୍ତାହାର ସମ୍ମାନ, ନୀଳକଇଁ ସମ୍ମାନ, ଚେତାବନୀ ସାଂସଦ ସମ୍ମାନ, କାଳିନ୍ଦୀ ଚରଣ ସ୍ମୃତି ସମ୍ମାନ, ଯୁଗଶ୍ରୀ ଯୁଗନାରୀ ସମ୍ମାନ । ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ସିନିୟର ଫେଲୋଶିପ ପାଇ ଶ୍ରୀରାଧାଙ୍କର ପୌରାଣିକ, ଧାର୍ମିକ, ଆଧ୍ୟାତ୍ମିକ ଓ କାବି୍ୟକ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଗବେଷଣା କରିଛନ୍ତି।
ତାଙ୍କ ପ୍ରତିଭା ମୂଳତଃ ବହୁମୁଖୀ । ତାଙ୍କ କବିତା ପ୍ରତିକ୍ରିୟା ଅପେକ୍ଷା ଅନ୍ବେଷଣ ଓ ଉପଲବ୍ଧିରେ ଅଧିକ ବିଶ୍ୱାସ ରଖେ । ତାଙ୍କ ସାହିତ୍ୟରେ ଏକ ନିର୍ଦ୍ଦିଷ୍ଟ ବର୍ଗର ପାଠକ ରହିଥାନ୍ତି । ଆଗକୁ ତାଙ୍କର ରଚନାମାନ ପାଠକଙ୍କୁ ଜୀବନର ସୂକ୍ଷ୍ମ ଅନୁଭବକୁ ଆପଣାଇବା ପାଇଁ ଅନୁପ୍ରେରିତ କରାଇବ ।
-ମାନମୟୀ ରଥ
-ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?