Posted inଜାତୀୟ

ସୁଡ଼ଙ୍ଗ ଖୋଳି ଟ୍ରେନ୍‌ ଇଞ୍ଜିନ ଚୋରି

ମୁଜାଫରପୁର,୨୬।୧୧: ଗତ ଏପ୍ରିଲ-ମେ’ ମାସରେ ବିହାରର ରୋହତାସ, ଜାହାନାବାଦ ଏବଂ ବାଙ୍କା ଜିଲାରୁ ୩ଟି ଲୁହା ବ୍ରିଜ୍‌କୁ ଚୋରମାନେ ଗ୍ୟାସ୍‌ କଟରରେ କାଟି ଚୋରି କରି ନେଇଥିଲେ। ଏବେ ବିହାର ବେଗୁସରାଇ ଜିଲାରେ ଚୋରମାନେ ସୁଡ଼ଙ୍ଗ ଖୋଳି ସମ୍ପୂର୍ଣ୍ଣ ଡିଜେଲ୍‌ ଟ୍ରେନ୍‌ ଇଞ୍ଜିନ୍‌ ଚୋରିକରି ନେଇଯାଇଛନ୍ତି। ମରାମତି ପାଇଁ ଆସିଥିବା ଇଞ୍ଜିନ୍‌ଟି ବହୁଦିନ ହେଲା ବେଗୁସରାଇ ରେଲଓ୍ବେ ୟାର୍ଡରେ ଛିଡ଼ାହୋଇଥିଲା। ଚୋରମାନେ ସୁଡ଼ଙ୍ଗ ଖୋଳି ଇଞ୍ଜିନ୍‌ର ଗୋଟିଏ ପରେ ଗୋଟିଏ ପାର୍ଟସ ଖୋଲି ନେଇଯାଇଥିବା ପୋଲିସ କହିଛି। ଏ ନେଇ ଗତ ସପ୍ତାହରେ ପରାଉଣି ଥାନାରେ ମାମଲା ରୁଜୁ ହୋଇଛି। ଇଞ୍ଜିନ୍‌ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ମୁଜାଫରପୁର ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌)ର ଇନ୍ସପେକ୍ଟର ପି.ଏସ୍‌. ଦୁବେ କହିଛନ୍ତି। ଜେରା ବେଳେ ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ମୁଜାଫରପୁର ଜିଲା ପ୍ରଭାତ ନଗର ଅଞ୍ଚଳରେ ଥିବା ଏକ ସ୍କ୍ରାପ୍‌ ଗୋଦାମରେ ଚଢ଼ାଉ କରାଯାଇଥିଲା। ସେଠାରୁ ୧୩ଟି ଅଖାରେ ଥିବା ଟ୍ରେନ୍‌ ପାର୍ଟସ ମିଳିଛି। ସ୍କ୍ରାପ୍‌ ଗୋଦାମ ମାଲିକଙ୍କୁ ପୋଲିସ ଖୋଜୁଛି। ଜବତ ସାମଗ୍ରୀ ମଧ୍ୟରେ ଇଞ୍ଜିନ୍‌ ପାର୍ଟସ, ଭିଣ୍ଟେଜ୍‌ ଟ୍ରେନ୍‌ ଇଞ୍ଜିନ୍‌ର ଚକ ଓ ଅନ୍ୟାନ୍ୟ ପାଟର୍‌ସ ରହିଛି। ଲୁହା ବ୍ରିଜ୍‌ ଚୋରି ଘଟଣାରେ ମଧ୍ୟ ଉକ୍ତ ଚୋର ସମ୍ପୃକ୍ତ ବୋଲି ଦୁବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri