Posted inଜାତୀୟ

ଅଷ୍ଟ୍ରେଲିଆରେ ମହିଳାଙ୍କୁ ହତ୍ୟା କରିଥିବା ଭାରତୀୟ ବଂଶୋଦ୍ଭବ ଗିରଫ

ନୂଆଦିଲ୍ଲୀ,୨୬।୧୧(ପି.ଟି.): ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଜଣେ ମହିଳାଙ୍କୁ ୪ ବର୍ଷ ପୂର୍ବେ ହତ୍ୟା କରିଥିବା ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ ନାଗରିକ ରାଜଓ୍ବିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ତାଙ୍କୁ ଗିରଫ କଲେ ୧ ନିୟୁତ ଅଷ୍ଟ୍ରେଲୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଅଷ୍ଟ୍ରେଲୀୟ ହାଇକମିଶନର ଘୋଷଣା କରିଥିଲେ। ୩୮ ବର୍ଷୀୟ ସିଂଙ୍କ ବିରୋଧରେ ଇଣ୍ଟରପୋଲ୍‌ ପକ୍ଷରୁ ରେଡ୍‌କର୍ନର ନୋଟିସ ଜାରି ପରେ ପ୍ରତ୍ୟର୍ପଣ ଆଇନରେ ପଟିଆଲା ହାଉସ୍‌ କୋର୍ଟ ଗତ ୨୧ ତାରିଖରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ। ଭାରତରେ ଇଣ୍ଟରପୋଲ୍‌ର ନୋଡାଲ ସଂସ୍ଥା ସିବିଆଇ ଏବଂ ଅଷ୍ଟ୍ରେଲିଆର ତଦନ୍ତକାରୀ ସଂସ୍ଥାର ସୂଚନା ଆଧାରରେ ସିଂଙ୍କୁ ଶୁକ୍ରବାର ସକାଳ ୬ଟାରେ ଜି.ଟି. କର୍ନଲ ରୋଡ୍‌ ନିକଟରୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ୨୦୧୮ ଅକ୍ଟୋବରରେ ଟୋୟା କୋର୍ଡିଙ୍ଗଲେ(୨୪) କୁଇନ୍ସଲ୍ୟାଣ୍ଡର ଓ୍ବାଙ୍ଗେଟ୍ଟି ବିଚ୍‌ରେ ତାଙ୍କ କୁକୁରକୁ ବୁଲାଉଥିବାବେଳେ ତାଙ୍କୁ ସିଂ ହତ୍ୟା କରିଥିଲେ। ସିଂ ଇନ୍ନିସ୍‌ଫେଲ୍‌ରେ ଜଣେ ନର୍ସ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ଓଡ଼ିଶା ସମେତ ୧୬ ରାଜ୍ୟକୁ ହାଇ ଆଲର୍ଟ; IMD ର ବଡ଼ ଚେତାବନୀ

ନୂଆଦିଲ୍ଲୀ,୩।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri