ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ପୋଲିସ ଡିଜି ଅଭୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ନକଲି ଔଷଧ କାରବାରର ଖୋଳତାଡ଼ କରାଯିବ। ଏହି କାରବାରରେ କାହାର ହାତ ରହିଛି, ଏହା କେଉଁଠି ପ୍ରସ୍ତୁତ କରାଯାଉଛି, ଓଡ଼ିଶାରେ ପ୍ରସ୍ତୁତ କରାଯାଉଛି ନା ରାଜ୍ୟ ବାହାରୁ ଏହାକୁ ଅଣାଯାଉଛି, ସେସବୁ ଦିଗକୁ ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତ କରିବ। ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଶ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ଅପରପକ୍ଷରେ ଏନେଇ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାଶ ଆଲୋଚନା କରିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ଅଛୁ, ତଦନ୍ତରେ ଯାହା ଆବଶ୍ୟକ ହେବ ଆମେ ସହଯୋଗ କରିବୁ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଦାଶ କହିଛନ୍ତି। ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଥିବାବେଳେ ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯାଉଥିବା ଫାଭିପିରାଭିର ଟାବଲେଟ୍‌(ଫାବିମାକ୍ସ-୪୦୦), ଆଜିଥ୍ରୋମାଇସିନ୍‌, ଭିଟାମିନ୍‌-ସି ଆଦି ୯ ପ୍ରକାର ନକଲି ଔଷଧ ଏବେ ଓଡ଼ିଶା ବଜାରରେ କାରବାର ହେଉଛି। ଗତ ୧୧ତାରିଖରେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଇତିମଧ୍ୟରେ ଭୁବନେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ରାଉରକେଲା, ବୌଦ୍ଧରୁ ବହୁ ନକଲି ଔଷଧ ଠାବ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

ବଡ଼ ଗୁମର ଖୋଲିଲେ ଆର୍ଯ୍ୟବୀର ସେହ୍ବାଗ: ଯନ୍ତ୍ରଣାରେ ଛଟପଟ ହେଉଥିଲେ….

ନୂଆଦିଲ୍ଲୀ,୧୭।୧୧: କ୍ରିକେଟ ପଡ଼ିଆରେ ଲଢ଼େଇ କେବଳ ବ୍ୟାଟ ଓ ବଲ୍‌ରେ ହୁଏ ନାହିଁ, ବେଳେବେଳେ ମନୋବଳ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ମଧ୍ୟ ବଡ଼ ଭୂମିକା ନିଭାଇଥାଏ।…

ସୁନା, ରୁପା ମୂଲ୍ୟରେ ଲଗାତର ହ୍ରାସ

ନୂଆଦିଲ୍ଲୀ,୧୭ା୧୧: ଗତ କିଛିଦିନ ଧରି ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇ ଆସିଥିଲା ବେଳେ ସୋମବାର ଉଭୟ ଧାତୁ ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?