ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ । ଦଳମତରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି । ବିକାଶ ସବୁବେଳେ ଆମର ଫୋକସ ହୋଇ ରହିଆସିଛି । ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଭୟ ବ୍ଲକର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରଜରାଜନଗର ଉପନିର୍ବାଚନ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ମଙ୍ଗଳବାର ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ...

ଖାଦ୍ୟ ଚାହିଦା ପୂରଣ କରିବ ନୂଆ ଚାଷ ପ୍ରଣାଳୀ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଖାଦ୍ୟ ଚାହିଦା ପୂରଣ କରିବାକୁ ହେଲେ କୃଷିକ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷ ଜମିରୁ ଅଧିକ...

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି...

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ...

‘ବିଜୁ ଏକ୍ସପ୍ରେସ୍‌ ଓ୍ବେ’କୁ ୪୪୮ କୋଟି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି।...

ବିଏମ୍‌ସିର ଡେପୁଟି ମେୟର ହେଲେ ମଞ୍ଜୁଲତା

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ୨୨ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କଁଅର ଡେପୁଟି ମେୟର ଭାବେ ଶନିବାର ନିର୍ବାଚିତ ହୋଇଛନ୍ତି। ପୌର ନିର୍ବାଚନରେ ମଞ୍ଜୁଲତା ସର୍ବାଧିକ...

Advertisement
Archives

Model This Week