ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗରୁ ଟିକେଟ୍‌ ବୁକିଂ ମଧ୍ୟ ହୋଇଥିଲା। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ହିଟ୍‌ ବୋଲି କୁହାଯାଉଥିଲା । କେବଳ ଏତିକି ନୁହେଁ, ପ୍ରଶଂସକମାନେ ଫିଲ୍ମ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍‌ ଉପରେ ନଜର ରଖୁଥିଲେ। ପ୍ରଥମ ଦିନରେ ଯେଉଁମାନେ ଫିଲ୍ମ ଦେଖିଥିଲେ ସମାନେ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମ ଉପରେ ନିଜର ମତ ରଖିଛନ୍ତି। ଟୁଇଟ୍‌ କରି ନିଜ ମତ ଦର୍ଶକ ଜଣାଇଛନ୍ତି।
ବାସ୍ତବରେ ପ୍ରଭାସ ଏବଂ ପୂଜା ହେଗଡେଙ୍କ ଫିଲ୍ମ ‘ରାଧା ଶ୍ୟାମ’କୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଫିଲ୍ମକୁ ଖରାପ ବୋଲି କହିଥିବା ବେଳେ କେହି କେହି ଭଲ ବୋଲି ମଧ୍ୟ କହିଛନ୍ତି। କେତେକ ଦର୍ଶକମାନେ ଫିଲ୍ମରେ ଅନେକ ତ୍ରୁଟି ଦର୍ଶାଇଥିବାବେଳେ କେତେକ ଫିଲ୍ମକୁ ଭଲ ବୋଲି ମଧ୍ୟ କହିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି,ଫିଲ୍ମ ଫାଷ୍ଟ ପାର୍ଟରେ ଭଲ ଲାଗୁଛି ହେଲେ ସେକେଣ୍ଡରେ ନିରାଶ କରିଦେଇଉଛି।
ଏଥିସହ ଜଣେ ୟୁଜର୍ସ ଲେଖିଛନ୍ତି, ‘ରାଧେ ଶ୍ୟାମ’ ଏକ ଫ୍ଲପ ଫିଲ୍ମ। ପ୍ରଭାସଙ୍କ ହିନ୍ଦୀ ଡବିଂ ସବୁଠାରୁ ଖରାପ ଅଟେ। ହିନ୍ଦୀରେ ସାଉଥ ଫିଲ୍ମ ଡବିଂ ନକରିବା ବିଷୟରେ ମଧ୍ୟ ଲେଖିଛନ୍ତି। ଏହା ବ୍ୟତୀତ ଅନ୍ୟ ଜଣେ ଉପଭୋକ୍ତା ଏହି ଫିଲ୍ମକୁ ଡିଜାଷ୍ଟର ବୋଲି ମଧ୍ୟ କହିଛନ୍ତି। ତେବେ ଅନେକ ପ୍ରଶଂସକ ମଧ୍ୟ ଏହି ଫିଲ୍ମ ପ୍ରଶଂସା କରିଛନ୍ତି। ଜଣେ ପ୍ରଶଂସକ ‘ରାଧା ଶ୍ୟାମ’କୁ ଶ୍ରେଷ୍ଠ କ୍ଲାସିକ ଫିଲ୍ମ ଭାବରେ ବର୍ଣ୍ଣନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?