Posted inଜାତୀୟ

‘ଯଦି ରହିବାର ଅଛି ରୁହ, ନଚେତ୍‌ ଯାଅ’

ଲକ୍ଷ୍ନୌ,୮।୪: ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁକିଛି ଠିକ୍‌ ନାହିଁ। ଚର୍ଚ୍ଚା ହେଉଛି ଶିବପାଲ ଏସ୍‌ପି ଛାଡି ଭାଜପାରେ ଯୋଗ ଦେବେ। ଏବେ ଅଖିଳେଶ ମଧ୍ୟ ସୂଚାଇ ଦେଇଛନ୍ତି, ଯଦି ଦାଦା ତାଙ୍କ ସହ ରହିବାକୁ ଚାହାଁନ୍ତି, ତେବେ ରୁହନ୍ତୁ ଏବଂ ଯଦି ସେ ଚାଲିଯିବାକୁ ଚାହାଁନ୍ତି, ତେବେ ଯାଆନ୍ତୁ। ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି।
ନିର୍ବାଚନ ପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ଏକାଠି ନଜର ଆସିଥିଲେ। ଉଭୟ ଏକାଠି ନିର୍ବାଚନ ଲଢିବେ ବୋଲି ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ପୁଣି ପୁତୁରାଙ୍କ ଉପରେ ରାଗିଯାଇଛନ୍ତି ଦାଦା। ସେ ଏବେ ଭାଜପା ଟିକେଟ୍‌ ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସେ ଦିଲ୍ଲୀରେ ଭାଜପାର ଶୀର୍ଷ ନେତାଙ୍କୁ ସାକ୍ଷାତ କରିବା ପରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି।
ସେପଟେ ଭାଜପାରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ଶିବପାଲ। ସେ କହିଛନ୍ତି, ‘ଏବେ ଉଚିତ ସମୟ ନାହିଁ। ଉଚିତ ସମୟର ଅପେକ୍ଷା କରନ୍ତୁ।’
ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଜୁଲାଇ ମାସରେ ୧୧ଟି ରାଜ୍ୟ ସଭା ଆସନ ଖାଲି ପଡିବ। ଏଥିରୁ ଭାଜପା ୭ରୁ ୮ଟି ଆସନ ଜିତିବା ନିଶ୍ଚିତ। ଶିବପାଲ ସିଂହ ଯାଦବ ବର୍ତ୍ତମାନ ଭାଜପା ସହାୟତାରେ ରାଜ୍ୟ ସଭା ଯାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ…

ନୂଆଦିଲ୍ଲୀ, ୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ ଦେଶର ବିକାଶ ପାଇଁ ଆଗାମୀ ୨୫...

ଟିକେଟ୍‌ ନ ମିଳିବା ପରେ କାନ୍ଦି ପକାଇଲେ ଏହି ବିଧାୟକ

ପାଟନା, ୧୨।୧୦: ବିହାର ପାଟନାର ଓରାଇ ବିଧାନସଭାର ଆର୍‌ଜେଡି ବିଧାୟକ ସୁରେନ୍ଦ୍ର କୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ...

ତୃତୀୟ ଲହର ପିଲାଙ୍କ ପାଇଁ ବିପଦ

ନୂଆଦିଲ୍ଲୀ,୧୬।୭: ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ଉପଯୁକ୍ତ ଯୋଜନା ଦରକାର। ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ...

୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର

ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...

ବିଦାୟ ନେଲେ କୋବିନ୍ଦ…

ନୂଆଦିଲ୍ଲୀ, ୨୩।୭ : ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ,...

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ...

୪ ଭାଜପା ନେତାଙ୍କ ଜୀବନ ପ୍ରତି ବିପଦ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଗଲା ସୁରକ୍ଷା 

ଚଣ୍ଡିଗଡ଼,୧୯।୧୧: ନିକଟରେ କଂଗ୍ରେସରୁ ଭାଜପାରେ ସାମିଲ ହୋଇଥିବା ପଞ୍ଜାବର ୪ଜଣ ନେତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ବଲବୀର...

Advertisement
Archives

Model This Week