ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ଗରିମା କନକ୍ଲେଭ୍’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତ୍ରପୁର ପୌରପରିଷଦକୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ସ୍ୱଚ୍ଛତା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଗରିମା ଯୋଜନାର ବିଭିନ୍ନ ବ୍ୟବସ୍ଥାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିଥିବାରୁ ଛତ୍ରପୁର ପୌରପରିଷଦ ଏହି ସ୍ୱୀକୃତି ହାସଲ କରିଛି । ଏହି ଅବସରରେ ଛତ୍ରପୁର ପୌର ପରିଷଦ =ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଂଶସା ପତ୍ର ସହିତ ସମ୍ମାନୀତ କରିଥିଲେ । ତାଙ୍କ ସହିତ ସାନିଟେସନ ଏକ୍ସପୋର୍ଟ ଏବଂ ଷ୍ଟାପ ଉପସ୍ଥିତ ଥିଲେ । ଏହି ସମ୍ନାନ ମିଳିବା ପରେ ଛତ୍ରପୁର ପୌର ପରିଷଦରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା ।

