ଷ୍ଟଲ୍‌ ଖାଁ ଖାଁ, ଚାଷୀ ନ ଥାଇ ପାଠଶାଳା

ନୟାଗଡ଼ ଅଫିସ,୨୪।୨:ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଦେଖିବାକୁ ମିଳୁନି । ୩ଦିନ ଧରି ମେଳା ଚାଲିଥିବାବେଳେ ଶୁକ୍ରବାର ମେଳା ଉଦ୍‌ଯାପନ ହେବ । ହେଲେ ଚାଷୀ କାହିଁକି ଆସୁ ନାହାନ୍ତି ପଚାରିଲେ କୃଷି ବିଭାଗ ପକ୍ଷରୁ ଉତ୍ତର ମିଳୁନି । ଷ୍ଟଲଗୁଡିକ ଖଁା ଖଁା ଦେଖା ଯାଉଛି । ପ୍ରତ୍ୟହ ୧୦୦ ଚାଷୀଙ୍କ ପାଇଁ ପାଠଶାଳା ବ୍ୟବସ୍ଥା କରାଯାଉଥିଲେ ହେଁ ହାତ ଗଣତି କେତେଜଣ ଚାଷୀଙ୍କୁ ଛାଡିଦେଲେ ଅଣଚାଷୀଙ୍କୁ ନେଇ ଚାଲିଛି ମେଳା ବୋଲିି ଅଭିଯୋଗ ହେଉଛିି । ମେଳାରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପାଇଁ ଅଟକଳ ରହିଥିବାବେଳେ ସଚେତନତା ଅଭାବରୁ ଚାଷୀ ନ ଆସିବାରୁ ୨୦ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି କୁହାଯାଇଛି ।
ଏହି ଅବସରରେ ଜିଲା କୃଷି ବିଭାଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ନେଇ ଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ ଫେବୃୟାରୀ ୨୧ରୁ ମେଳା ଆରମ୍ଭ ହୋଇ ୨୪ରେ ଶେଷ ହେବ । ନୟାଗଡ଼ ପୁରୁଣା ସହରରର ଦକ୍ଷିଣକାଳୀ ପଡିଆରେ ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ । ତେବେ ମେଳା ନୟାଗଡ଼ ଷ୍ଟାଡିୟମରେ କରାଯାଇଥିଲା । ଗଣମାଧ୍ୟମକୁ ଅଥବା ବିନା ସଚେତନତାରେ ମେଳା କରାଯିବାର ସ୍ଥାନ ବଦଳା ଯାଇଛି । ସେହିପରି ମେଳା ସ୍ଥାନାନ୍ତର ନେଇ ଦକ୍ଷିଣକାଳୀ ପଡିଆରେ ମଧ୍ୟ କିଛି ସୂଚନା ନାହିଁ । ଏଣୁ କେତେଜଣ ଚାଷୀ ଫେରି ଆସୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ମେଳାରେ ପାଠଶାଳା କରାଯାଇ ପ୍ରତ୍ୟହ ୧୦୦ ଚାଷୀଙ୍କୁ ନୂଆ ଟୋକ୍ଟୋଲୋଜି ଓ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଆବଶ୍ୟକତା, ରକ୍ଷଣାବେକ୍ଷଣ, ନୂତନ କୃଷି ଯନ୍ତ୍ରପାତି ସମ୍ବଦ୍ଧୀୟ ଜ୍ଞାନ କୌଶଳ ସମ୍ବଦ୍ଧରେ ତାଲିମ, ଯନ୍ତ୍ରପାତିର ସରକାରୀ ମୂଲ୍ୟ ଓ ସବ୍‌ସଡି ଉପରେ ମଧ୍ୟ ସଚେତତନା କରାଯିବ କୁହାଯାଇଥିଲା। ସେହିପରି ଚାଷୀମାନଙ୍କୁ ଓଡ଼ିଶା ମିଲେଟ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ସୌର ଜଳନିଧି ଯୋଜନା ଉପରେ ଅନୁରୂପ ଭାବେ ସଚେତନତା କରାଯିବ କୁହାଯାଇଥିଲା । ହେଲେ ମେଳା ସମ୍ପର୍କରେ ଚାଷୀ ଜାଣି ନ ଥିବାରୁ ପାଠଶାଳା ବିଫଳ ହୋଇଛି ।
ଜିଲାସ୍ତରୀୟ ମେଳାରୁ କୃଷି ଯନ୍ତ୍ରପାତି ସବ୍‌ସିଡିରେ କିଣିବାକୁ ହେଲେ ଅନ୍‌ଲାଇନରେ ଆବେଦନ କରିବାକୁ ପଡିବ । ଜିଲାର ୮ଟି ବ୍ଲକର ଚାଷୀମାନେ ୧୦ କୋଟି ଟଙ୍କାର କୃଷି ଉପକରଣ କିଣିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ମାତ୍ର ୩ କୋଟି ୬୦ ଲକ୍ଷ ଟଙ୍କାର କାରବାର ହୋଇଥିବା କୁହାଯାଉଛି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ କରାଯାଉଥିବା ଏହି ମେଳାରୁ ସ୍ବୟଂ ସହାୟିକା ଗୋଷ୍ଠୀ କୃଷି ଉପକରଣ କିଣିଲେ ୭୫ ପ୍ରତିଶତ ସବସିଡି ପାଇ ପାରିବେ। ଅନ୍ୟପକ୍ଷେ ଅନୁସୂଚିତ ଜାତି, ଜନଜାତି, ମହିଳା, କ୍ଷୁଦ୍ର ଓ ନାମମାତ୍ର ଚାଷୀ ୫୦ ପ୍ରତିଶତ ରିହାତି ପାଇ ପାରିବେ । ସେହିଭଳି ସାଧାରଣ ବର୍ଗର ଚାଷୀ ୪୦ ପ୍ରତିଶତ ରହାତିରେ କୃଷି ଯନ୍ତ୍ରପାତି କିଣି ପାରିବେ । ହେଲେ ଚାଷୀ ହାତପାହନ୍ତାରେ ସୁବିଧା ପାଇ ହାତଛଡା କଲା ବୋଲି ଅଭିଯୋଗ ଉଠିଛି । ଏନେଇ ଭାଡିକିଳାର ଚାଷୀ ରବୀନ୍ଦ୍ର ପ୍ରଧାନ କୁହନ୍ତି ମେଳା ସମ୍ପର୍କରେ ଆମେ ଅବଗତ ନୁହଁ। ଏହା ତରବରିଆ ଭାବେ କରିବା ଠିକ ନୁହେଁ । କୃଷି ପ୍ରଧାନ ଜିଲାରେ କୃଷକଙ୍କୁ ଅଣଦେଖା କରି ଲାଭ କ’ଣ । ମୁଁ ଖବର ପାଇ ମେଳାକୁ ଆସି ଦେଖିଲି କେବଳ ଯନ୍ତ୍ର ଥୁଆ ହୋଇଛି, ଚାଷୀଙ୍କ ଦେଖା ନାହିଁ । ଯେଉଁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଜମିଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ବାଉତି ଇଞ୍ଜିନିୟରିଂର ବ୍ୟବସାୟୀ ପୀତବାସ କଳସ କୁହନ୍ତି ବେପାର ମାନ୍ଦା । ମୋର ୩ ଦିନରେ ୭୦ ହଜାର ବେପାର ହୋଇଛି । ଆଶା ଥିଲା ୫ ଲକ୍ଷରୁ ଅଧିକ ହେବ । ହେଲେ ହେଲାନି । ଜିଲା ମୁଖ୍ୟ କୃଷି ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର ୩ କୋଟି ୬୦ ଲକ୍ଷ ଟଙ୍କାର କୃଷି ଉପକରଣ ବିକ୍ରି ହୋଇଛି । କିଛିଟା ଅବ୍ୟବସ୍ଥା ସତ୍ତ୍ୱେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି ବୋଲି ସେ ସଫେଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri