Posted inଖେଳ

ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ଢାକା, ୨୯।୫-
ଅଧିନାୟକ କୁସାଲ ପେରେରାଙ୍କ ଶତକ ପରେ ଦୁଷ୍ମନ୍ତ ଚାମିରାଙ୍କ ୫ ଉଇକେଟ ସଫଳତା ବଳରେ ଶ୍ରୀଲଙ୍କା ଶୁକ୍ରବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୯୭ ରନରେ ପରାସ୍ତ କରିଛି। ପ୍ରଥମ ୨ଟି ଦିନିକିଆ ସହ ବାଂଲାଦେଶ ସିରିଜ ଜିତି ସାରିଛି। ତେଣୁ ଅନ୍ତିମ ଦିନିକିଆରେ ଶ୍ରୀଲଙ୍କା ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୬ ଉଇକେଟ ହରାଇ ୨୮୬ ରନ କରିଥିବାବେଳେ ବାଂଲାଦେଶ ୪୨.୩ ଓଭରରେ ୧୮୯ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରା ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ବାଂଲାଦେଶର ମୁଶ୍‌ଫିକର ରହିମ ପ୍ଲେୟର ଅଫ୍‌ ଦି ସିରିଜ ପୁରସ୍କାର ପାଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ବ୍ୟାଟିଂ ବିଭାଗର ମେରୁଦଣ୍ଡ ସାଜିଥିବା ଅଧିନାୟକ ପେରେରା ୧୨୨ ବଲ୍‌ରୁ ୧୧ ଚୌକା ଓ ୧ ଛକା ସହାୟତାରେ ୧୨୦ ରନ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଧନଞ୍ଜୟ ଡି’ସିଲ୍‌ଭା ୫୫(୭୦ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ତାସକିନ ଅହମଦ ୪ଟି ଓ ଶୋରିଫୁଲ ଇସଲାମ ଗୋଟିଏ ଉଇକେଟ ନେଇଥିଲେ। ୨୮୭ ରନ ବିଜୟ ଲକ୍ଷ୍ୟରେ ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ୨୮ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇଥିବାବେଳେ ମିଡିଲ ଅର୍ଡରରେ ମହମୁଦୁଲ୍ଲା ସର୍ବାଧିକ ୫୩ ଓ ମୋସାଦେକ ହୋସେନ ୫୧ ରନ କରିଥିଲେ। ମାତ୍ର ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଚାମିରା ନିଜ ୯ ଓଭର ସ୍ପେଲ୍‌ରେ ଗୋଟିଏ ମେଡେନ ନେଇ ମାତ୍ର ୧୬ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ଓ୍ବାନିନ୍ଦୁ ହସରଙ୍ଗା ଓ ରମେଶ ମେଣ୍ଡିସ ୨ଟି ଲେଖାଏ ଏବଂ ବିନୁରା ଫର୍ନାଣ୍ଡୋ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୫୦ ଓଭରରେ ୨୮୬/୬(କୁସାଲ ପେରେରା-୧୨୦, ଧନଞ୍ଜୟ ଡି’ସିଲ୍‌ଭା-୫୫*, ତାସକିନ ଅହମଦ-୪/୪୬, ଶୋରିଫୁଲ ଇସଲାମ-୧/୫୬)। ବାଂଲାଦେଶ ୪୨.୩ ଓଭରରେ ୧୮୯/ଅଲଆଉଟ (ମହମୁଦୁଲ୍ଲା-୫୩, ମୋସାଦେକ ହୋସେନ-୫୧, ଦୁଷ୍ମନ୍ତ ଚାମିରା-୫/୧୬, ଓ୍ବାନିନ୍ଦୁ ହସରଙ୍ଗା-୨/୪୭, ରମେଶ ମେଣ୍ଡିସ-୨/୪୦, ବିନୁରା ଫର୍ନାଣ୍ଡୋ-୧/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri