Posted inଖେଳ

ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ଢାକା, ୨୯।୫-
ଅଧିନାୟକ କୁସାଲ ପେରେରାଙ୍କ ଶତକ ପରେ ଦୁଷ୍ମନ୍ତ ଚାମିରାଙ୍କ ୫ ଉଇକେଟ ସଫଳତା ବଳରେ ଶ୍ରୀଲଙ୍କା ଶୁକ୍ରବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୯୭ ରନରେ ପରାସ୍ତ କରିଛି। ପ୍ରଥମ ୨ଟି ଦିନିକିଆ ସହ ବାଂଲାଦେଶ ସିରିଜ ଜିତି ସାରିଛି। ତେଣୁ ଅନ୍ତିମ ଦିନିକିଆରେ ଶ୍ରୀଲଙ୍କା ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୬ ଉଇକେଟ ହରାଇ ୨୮୬ ରନ କରିଥିବାବେଳେ ବାଂଲାଦେଶ ୪୨.୩ ଓଭରରେ ୧୮୯ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରା ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ବାଂଲାଦେଶର ମୁଶ୍‌ଫିକର ରହିମ ପ୍ଲେୟର ଅଫ୍‌ ଦି ସିରିଜ ପୁରସ୍କାର ପାଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ବ୍ୟାଟିଂ ବିଭାଗର ମେରୁଦଣ୍ଡ ସାଜିଥିବା ଅଧିନାୟକ ପେରେରା ୧୨୨ ବଲ୍‌ରୁ ୧୧ ଚୌକା ଓ ୧ ଛକା ସହାୟତାରେ ୧୨୦ ରନ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଧନଞ୍ଜୟ ଡି’ସିଲ୍‌ଭା ୫୫(୭୦ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ତାସକିନ ଅହମଦ ୪ଟି ଓ ଶୋରିଫୁଲ ଇସଲାମ ଗୋଟିଏ ଉଇକେଟ ନେଇଥିଲେ। ୨୮୭ ରନ ବିଜୟ ଲକ୍ଷ୍ୟରେ ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ୨୮ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇଥିବାବେଳେ ମିଡିଲ ଅର୍ଡରରେ ମହମୁଦୁଲ୍ଲା ସର୍ବାଧିକ ୫୩ ଓ ମୋସାଦେକ ହୋସେନ ୫୧ ରନ କରିଥିଲେ। ମାତ୍ର ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଚାମିରା ନିଜ ୯ ଓଭର ସ୍ପେଲ୍‌ରେ ଗୋଟିଏ ମେଡେନ ନେଇ ମାତ୍ର ୧୬ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ଓ୍ବାନିନ୍ଦୁ ହସରଙ୍ଗା ଓ ରମେଶ ମେଣ୍ଡିସ ୨ଟି ଲେଖାଏ ଏବଂ ବିନୁରା ଫର୍ନାଣ୍ଡୋ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୫୦ ଓଭରରେ ୨୮୬/୬(କୁସାଲ ପେରେରା-୧୨୦, ଧନଞ୍ଜୟ ଡି’ସିଲ୍‌ଭା-୫୫*, ତାସକିନ ଅହମଦ-୪/୪୬, ଶୋରିଫୁଲ ଇସଲାମ-୧/୫୬)। ବାଂଲାଦେଶ ୪୨.୩ ଓଭରରେ ୧୮୯/ଅଲଆଉଟ (ମହମୁଦୁଲ୍ଲା-୫୩, ମୋସାଦେକ ହୋସେନ-୫୧, ଦୁଷ୍ମନ୍ତ ଚାମିରା-୫/୧୬, ଓ୍ବାନିନ୍ଦୁ ହସରଙ୍ଗା-୨/୪୭, ରମେଶ ମେଣ୍ଡିସ-୨/୪୦, ବିନୁରା ଫର୍ନାଣ୍ଡୋ-୧/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri