Posted inଖେଳ

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ : ରିଭ୍ୟୁରେ ହାରିଲେ ସାକ୍ଷୀ

ଦୁବାଇ, ୨୯।୫(ପି.ଟି.)-
ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତର ସାକ୍ଷୀ ଚୌଧାରୀ (୫୪ କେଜି) ରିଭ୍ୟୁରେ ଲଢ଼େଇ ହାରି ଯାଇଛନ୍ତି। ମହିଳା ବାଣ୍ଟମଓ୍ବେଟ ୫୪ କେଜି ଲଢ଼େଇ ପରେ ସାକ୍ଷୀ ୩-୨ରେ ବିଜୟ ହାସଲ କରିଥିବା ରେଫରି ଘୋଷଣା କରିଥିଲେ। ମାତ୍ର ତାହାକୁ ପ୍ରତିଦ୍ୱନ୍ଦ୍ୱୀ କାଜାଖସ୍ତାନର ଦିନା ଝୋଲାମାନ ଚ୍ୟାଲେଞ୍ଜ କରିଥିଲେ। ପରେ ଫଳାଫଳ ଓଲଟି ଯାଇଥିଲା। ଅଫିସିଆଲ ରେଜଲ୍ଟ ଶିଟ୍‌ରେ ଝୋଲାମାନ ୩-୨ରେ ବିଜୟୀ ହୋଇଥିବା ଘୋଷଣା ହୋଇଥିଲା। ଏସିଆନ ବକ୍ସିଂ କନ୍‌ଫେଡେରେଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
ସାକ୍ଷୀଙ୍କ ସପକ୍ଷରେ ରେଫରି ଫଳାଫଳ ଘୋଷଣା କରିବା ପରେ କାଜାଖ ଟିମ୍‌ ୩ୟ ରାଉଣ୍ଡକୁ ରିଭ୍ୟୁ ପାଇଁ ଆବେଦନ କରିଥିଲା। ଏହି ରାଉଣ୍ଡରେ ତାଙ୍କ ବକ୍ସରଙ୍କ ସପକ୍ଷରେ ପଏଣ୍ଟ ଆସିବା କଥା ବୋଲି ସେମାନେ ଅନୁଭବ କରିଥିଲେ। ରିଭ୍ୟୁ ସମୟରେ ଜୁରି ସଦସ୍ୟମାନେ ସେମାନଙ୍କ ଭୁଲ ବୁଝିପାରିଥିଲେ ଏବଂ ଫଳାଫଳକୁ ଓଲଟାଇବାକୁ ବାଧ୍ୟ ହୋଇଥିଲେ। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପକ୍ଷରୁ ବାଉଟ୍‌ (ଲଢ଼େଇ) ରିଭ୍ୟୁ ସିଷ୍ଟମ୍‌ ୨୦୧୯ରେ ପ୍ରଣୟନ କରାଯାଇଥିଲା। ”ଏହି ଲଢ଼େଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର ଫଳାଫଳ ଓଲଟିଯିବା ପରେ ସାକ୍ଷୀ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ମାତ୍ର ସେ ଜଣେ ଯୁବ ବକ୍ସର। ୨୦୨୪ ଅଲିମ୍ପିକ୍ସକୁ ଫୋକସ୍‌ କରିବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦେଇଥିଲି। ପରେ ସେ ହାଲୁକା ଅନୁଭବ କରୁଛନ୍ତି“ ବୋଲି ଭାରତୀୟ ମହିଳା ବକ୍ସିଂ ହାଇ ପରଫରମାନ୍ସ ନିର୍ଦ୍ଦେଶକ ରାଫେଲ ବେର୍ଗାମାସ୍କୋ ପ୍ରକାଶ କରିଛନ୍ତି। କୌଣସି ଲଢ଼େଇରେ ପରାଜିତ ବକ୍ସରଙ୍କ ଟିମ୍‌ ମ୍ୟାନେଜର କିମ୍ବା ମୁଖ୍ୟ କୋଚ୍‌ ଫଳାଫଳ ଘୋଷଣାର ୧୫ ମିନିଟ ମଧ୍ୟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। କାଗଜପତ୍ର ପ୍ରସ୍ତୁତ କରିବାକୁ ସେମାନଙ୍କୁ ଆଉ ୩୦ ମିନିଟ ସମୟ ଦିଆଯିବ। ତେବେ ଫଳାଫଳ ଯଦି ୫-୦ କିମ୍ବା ୪-୧ ରହିଥାଏ ତେବେ ରିଭ୍ୟୁ ପାଇଁ ଆବେଦନ ହୋଇପାରିବ ନାହିଁ। ”କୌଣସି ପକ୍ଷ ଆବେଦନ କଲେ ବୈଷୟିକ ପ୍ରତିନିଧିମାନେ ବାଉଟ୍‌ ରିଭ୍ୟୁ ଜୁରିଙ୍କ ସହ ଆଲୋଚନା ପରେ ଏହା ରିଭ୍ୟୁ ପାଇଁ ଉପଯୁକ୍ତ କି ନୁହେଁ ତାହା ନିଷ୍ପତ୍ତି ନିଅନ୍ତି। ସେମାନଙ୍କର ହୃଦୟଙ୍ଗମ ହେଲେ ଜୁରି, ପର୍ଯ୍ୟବେକ୍ଷକ, ରେଫରି ଏବଂ ଜଜ୍‌ ମୂଲ୍ୟ ନିର୍ଦ୍ଧାରକଙ୍କ ଦ୍ୱାରା ବାଉଟ ରିଭ୍ୟୁ ହୋଇଥାଏ ବୋଲି ଏଆଇବିଏ ପକ୍ଷରୁ ପ୍ରକାଶ କରାଯାଇଛି। ଜୁରିଙ୍କ ନିଷ୍ପତ୍ତି ନିର୍ବିବାଦୀୟ ଏବଂ ଚୂଡ଼ାନ୍ତ ହୋଇଥାଏ। ପ୍ରକାଶଯୋଗ୍ୟ ଯେ, ୬ ଥର ବିଶ୍ୱ ଚାମ୍ପିୟନ ଭାରତର ଏମ୍‌.ସି. ମେରୀ କମ୍‌ (୫୧ କେଜି), ଲାଲବୁଆସାଇ (୬୪ କେଜି), ପୂଜା ରାଣୀ (୭୫ କେଜି) ଏବଂ ଅନୁପମା (+୮୧ କେଜି) ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri