୨୫% ସଂରକ୍ଷଣରେ ନାମ ନ ଲେଖାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ)-୨୦୦୯ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ରହିଛି। ହେଲେ ବହୁ ଘରୋଇ ସ୍କୁଲ ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁ ନ ଥିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଏଣିକି ଆର୍‌ଟିଇରେ ନାମ ଲେଖାଇବାକୁ ମନା କରୁଥିବା ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବୁଧବାର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖିଲାପକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ୧୫ ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ଗଣଶିକ୍ଷା ପ୍ରମୁଖ ସଚିବ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ପ୍ରାୟ ୨୫୦୦୦ ପିଲା ଆର୍‌ଟିଇରେ ଆଡ୍‌ମିଶନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ପୁଣି ପୋର୍ଟାଲ ଖୋଲାଯିବ ବୋଲି ପ୍ରମୁଖ ସଚିବ ଆଲୋଚନା ସମୟରେ କହିଛନ୍ତି।
ଅପରପକ୍ଷେ ଯେପର୍ଯ୍ୟନ୍ତ ଆଡ୍‌ମିଶନ ପାଇଁ ଯୋଗ୍ୟ ଅଭିଭାବକମାନେ ସମ୍ପୂର୍ଣ୍ଣ ଭାବେ ଲାଭବାନ୍‌ ହୋଇପାରି ନାହାନ୍ତି ଓଡିଶା ଅଭିଭାବକ ମହାସଂଘ ଶତ ପ୍ରତିଶତ ଉଦ୍ୟମ ଜାରିରଖିବ ବୋଲି ଏହାର ସହଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି। ତାଙ୍କ କହିବାନୁସାରେ, ମହାସଂଘର ବାରମ୍ବାର ଧାରଣା, ଧର୍ମଘଟ, ଅନଶନ ପରେ ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ ବର୍ଷ ମାତ୍ର ୫ହଜାର ପିଲା ଆଡ୍‌ମିଶନ କରିଥିଲେ। ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଲେ ବର୍ଷକୁ ପାଖାପାଖି ୭୦ ହଜାରରୁ ଅଧିକ ଗରିବ ପିଲା ଏହି ସୁବିଧା ପାଇ ପାରିବେ। ଏବର୍ଷ ମଧ୍ୟ ପ୍ରାୟ ୧୫ ହଜାର ପିଲା ଆଡ୍‌ମିଶନ ପାଇଁ ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି। ୩ରୁ ୭ବର୍ଷ ବୟସର ପିଲା ଉଭୟ ନର୍ସରୀ ଓ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନର ବ୍ୟବସ୍ଥା ରହିଛି। ମାତ୍ର ଘରୋଇ ସ୍କୁଲଗୁଡିକ ଆଇନକୁ ଉଲ୍ଲଂଘନ କରୁଛନ୍ତି। ଆଡ୍‌ମିଶନ ପାଇଁ ଆସୁଥିବା ଏହି ବର୍ଗର ଅଭିଭାବକ ଓ ପିଲାଙ୍କୁ ସିଧା ମନା କରି ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟି ଆଇନ ଖିଲାପକାରୀ ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଜରିମାନା କରିବାକୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ମହାସଂଘର ଅଭିଯୋଗ ଓ ଦାବି ପରେ ଆର୍‌ଟିଇ ଆଇନ ମାନୁ ନ ଥିବା ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସ୍ବୀକୃତି ପ୍ରତ୍ୟାହାର କରିବାକୁ ପୂର୍ବରୁ ବିଭାଗ ପକ୍ଷରୁ ସବୁ ଜିଲା ଶିକ୍ଷା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଶନକାର୍ଡଧାରୀଙ୍କୁ ସହାୟତା ଘୋଷଣା

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ରାଶନକାର୍ଡ ଧାରୀ ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କାର କୋଭିଡ୍‌ ସହାୟତା ଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...

ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୯ା୧୧ (ଡି.ଏନ.ଏ.): ଖଣି ଓ ସଂସଦୀୟ ବ୍ୟାପର କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ନାଲ୍‌କୋ ସିଏମ୍‌ଡି...

ଏକାମ୍ର ପ୍ରକଳ୍ପ କାର୍ଯ୍ୟକୁ ଏଏସ୍‌ଆଇର ବିରୋଧ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ହେଉଥିବା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ବିରୋଧ କରିଛି। ନିର୍ମାଣ କାର୍ଯ୍ୟକୁ ବେଆଇନ୍‌...

ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି...

ମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର,୨୪ା୨(ଡି.ଏନ୍‌.ଏ.): ଗୁରୁବାର ଭଞ୍ଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ୩୨୧ ବୁଥ୍‌ରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ବ୍ଲକରେ ୧ ଲକ୍ଷ ୮୯୬୬...

ଡାକ୍ତରଖାନାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: କାର୍‌ ଭାଙ୍ଗି ମାରିଲେ ମାଡ଼

ବରଗଡ଼ ଅଫିସ,୩୧।୮: ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ଅସୁରକ୍ଷିତ ହୋଇ ପଡିଛି। ସ୍ଥାନୀୟ ଟାଉନ ଥାନାର ଅନତିଦୂରରେ ରହିଥିବା ଏହି...

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଉଚ୍ଛେଦ ଆରମ୍ଭ

ସାକ୍ଷୀଗୋପାଳ, ୨୫।୬(ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ବକୁଳବନରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ପାଇଁ ଶୁକ୍ରବାର ସତ୍ୟବାଦୀ...

‘ଗୁହାରି ଶୁଣ, ନାତୁଣୀନାତିଙ୍କୁ ଦୟା କର’

ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍‌ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ...

Advertisement
Archives

Model This Week