Posted inଖେଳ

ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ, ୨୬ା୮: ଏସିଆ କପ୍‌ ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଅନ୍ୟ ଥର ତୁଳନାରେ ଏଥର ମ୍ୟାଚଗୁଡ଼ିକ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟର ଓ୍ବାସିମ୍‌ ଆକ୍ରାମ ପୂର୍ବାନୁମାନ କରି କହିଛନ୍ତି। ହଂକଂ ଏକମାତ୍ର ଦଳ କ୍ୱାଲିଫାୟର ହିସାବରେ ଖେଳିବ। ଅନ୍ୟ ଦଳଗୁଡ଼ିକ ହେଲେ ୭ଥର ଚାମ୍ପିୟନ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ। ପରସ୍ପରକୁ ହରାଇବା ସାମର୍ଥ୍ୟ ଏମାନଙ୍କ ନିକଟରେ ରହିଛି। ଟୁର୍ନାମେଣ୍ଟ ୬ ବର୍ଷ ହେଲା ଟି୨୦ ଫର୍ମାଟରେ ଖେଳାଯାଇ ଆସୁଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କା ଏହାର ଆୟୋଜନ ଲାଗି ନିଜର ଅସାମର୍ଥ୍ୟ ପ୍ରକାଶ କରିବାରୁ ଟୁର୍ନାମେଣ୍ଟକୁ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ୟୁଏଇ ଓ ସେଠାକାର ଜଳବାୟୁ ମଧ୍ୟରେ ଯଦିଓ ପ୍ରଭେଦ ରହିଛି, ଏସିଆ କପ୍‌ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ସେମାନଙ୍କ ଚୂଡ଼ାନ୍ତ ଖେଳାଳି ଚୟନ ଏହି ଟୁର୍ନାମେଣ୍ଟରୁ କରିବେ। ଭାରତ ଏଥିରେ ଏହାର ଉଦ୍‌ଘାଟନୀ ମୁକାବିଲାରେ ରବିବାର ପାକିସ୍ତାନ ବିପକ୍ଷରେ ଖେଳିବ। ଦୀର୍ଘ ଦିନ ଧରି ଖରାପ ସମୟ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏସିଆ କପ୍‌ରେ ଅଧିନାୟକ ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ କିପରି ଖେଳୁଛନ୍ତି ଖେଳପ୍ରେମୀଙ୍କର ସେ ନେଇ ଉତ୍କଣ୍ଠା ରହିବ। ଆଘାତପ୍ରାପ୍ତ ହୋଇଥିବାରୁ ଯଶପ୍ରୀତ ବୁମ୍‌ରା ଏହି ଇଭେଣ୍ଟରେ ଖେଳିବେ ନାହିଁ। ଗତ ଏକ ବର୍ଷ ହେଲା ପାକିସ୍ତାନ ଦଳ ଉପରକୁ ଉଠିବାରେ ଲାଗିଛି। ଟୁର୍ନାମେଣ୍ଟ ଜିତିବା ଲାଗି ଲକ୍ଷ୍ୟ ମଧ୍ୟ ରଖିଥିବ। ପାକିସ୍ତାନ ୧୦ ବର୍ଷ ପୂର୍ବେ ଚାମ୍ପିୟନ ହୋଇଥିଲା। ଅବଶ୍ୟ ସେତେବେଳେ ଏହା ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଖେଳାଯାଉଥିଲା। ତେବେ ଆଘାତଜନିତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଆଣ୍ଠୁରେ ଆଘାତପ୍ରାପ୍ତ ଯୋଗୁ ଦଳର ଷ୍ଟାର ପେସର ଶାହିନ ଆଫ୍ରିଦୀ ପ୍ରତିଯୋଗିତାରେ ଭାଗ ନେଉନାହାନ୍ତି। ଅନଭିଜ୍ଞ ମିଡ୍‌ଲ ଅର୍ଡର ଯୋଗୁ ଦଳ ବିଶେଷ କରି ଓପନିଂ ଯୋଡ଼ି ବାବର ଆଜାମ ଓ ମହମ୍ମଦ ରିଜଓ୍ବାନଙ୍କ ଉପରେ ନିର୍ଭରଶୀଳ ରହିବ। ଆଫଗାନିସ୍ତାନ ଏହାର ପୁରୁଖା ଖେଳାଳି ମହମ୍ମଦ ନବିଙ୍କ ଅଧିନାୟକତ୍ୱରେ ଖେଳିବ। ଦଳ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳକୁ ପରାସ୍ତ କରିବା ଲକ୍ଷ୍ୟରେ ରହିବ। ବୋଲର ରଶିଦ ଖାଁ ଦଳର ଟ୍ରମ୍ପକାର୍ଡ ରହିବେ। ତେଣୁ ବ୍ୟାଟରମାନଙ୍କୁ ଭଲ ଖେଳିବାକୁ ହେବ। ଶ୍ରୀଲଙ୍କା ଏହାର ନୂଆ ମୁଖ୍ୟ କୋଚ୍‌ ଖ୍ରିସ୍‌ ସିଲଭରଉଡ୍‌ଙ୍କ ଅଧୀନରେ ଉନ୍ନତି କରୁଛି। ଦଳରେ ପ୍ରତିଭା ଖେଳାଳିଙ୍କର ଅଭାବ ନାହିଁ। ଏସିଆ କପ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଷ୍ଟାର ଖେଳାଳି ହେବା ଲାଗି ସୁଯୋଗ ରହିଛି। ଭଲ ଖେଳି ଦେଶରେ ସଂଘର୍ଷ କରୁଥିବା ଲୋକମାନଙ୍କ ମୁହଁରେ ସେମାନେ ହସ ଫୁଟାଇପାରିବେ। ବିଶ୍ୱକପ୍‌ ପରଠାରୁ କ୍ରିକେଟର କ୍ଷୁଦ୍ରତମ ଫର୍ମାଟରେ ବାଂଲାଦେଶ ସଂଘର୍ଷ ଚଳାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?