Posted inଖେଳ

ସ୍ପୋର୍ଟସ୍‌ ଓଡ଼ିଶାର ଚତୁର୍ଥ ବିଜୟ

ଅହମଦାବାଦ, ୧୦।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସ୍ପୋର୍ଟସ୍‌ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୨-୧ ଗୋଲରେ ଇଷ୍ଟବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। କଡ଼ା ଟକ୍କର ସତ୍ତ୍ୱେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ମ୍ୟାଚର ୬୦ତମ ମିନିଟରେ ଏକ ଗୋଲ ଦେଇ ରେଖା ପୌଦେଲ ସ୍ପୋର୍ଟସ୍‌ ଓଡ଼ିଶାକୁ ଅଗ୍ରଣୀ କରିଥିଲେ। ମାତ୍ର ଏହାର ୩ ମିନିଟ ପରେ ଇଷ୍ଟ ବେଙ୍ଗଲ୍ର ମୌସମୀ ମୁର୍ମୁ ଗୋଲଟି ପରିଶୋଧ କରିଦେବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ମ୍ୟାଚଟି ଡ୍ର’ ଆଡ଼କୁ ମୁହାଁଉଥିବାବେଳେ ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୯୦+୪ ମିନିଟରେ ରିତୁ ଦେବୀ ଏକ ଗୋଲ ସ୍କୋର କରି ସ୍ପୋର୍ଟସ୍‌  ଓଡ଼ିଶାକୁ ବିଜୟୀ କରିଥିଲେ। ୬ ମ୍ୟାଚରୁ ୪ର୍ଥ ବିଜୟ ସହ ଓଡ଼ିଶା ଏଫ୍‌ସି ୧୨ ପଏଣ୍ଟ ପାଇଛି। ଫଳରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଗୋକୁଳମ୍‌ କେରଳ ଏଫ୍‌ସି ୧୬ ଓ ହୋପ୍ସ ଫୁଟବଲ କ୍ଲବ ୧୨ ପଏଣ୍ଟ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଦିବସର ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ମିସାକା ୟୁନାଇଟେଡ ଏଫ୍‌ସି ୬-୦ ଗୋଲରେ କାହାନି ଫୁଟବଲ କ୍ଲବ୍‌କୁ ହରାଇଥିବାବେଳେ ଗୋକୁଳମ୍‌ କେରଳ ୯-୦ରେ ମାତା ରୁକ୍ମଣୀ ଫୁଟବଲ କ୍ଲବକୁ ଏବଂ ହୋପ୍ସ ଫୁଟବଲ କ୍ଲବ ୨-୦ରେ ମୁମ୍ବାଇ ନାଇଟ୍ସ ଏଫ୍‌ସିକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri