ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା

ଭବାନୀପାଟଣା,୧୦ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶିଶୁଙ୍କ ସୁରକ୍ଷା ଦିଗରେ ବିଶେଷ ଧ୍ୟାନ ଦିଆଯାଉନାହଁି। ଜିଲାରେ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ପ୍ରାୟ ୨୦% ଊର୍ଦ୍ଧ୍ୱ କେନ୍ଦ୍ରର ନିଜସ୍ବ ଗୃହ ନାହଁି। ନିଜସ୍ବ ଗୃହ ନ ଥିବା କେନ୍ଦ୍ର ଗୁଡିକ ଏବେ ଭଡା ଘରେ ଓ ସ୍କୁଲ ଘରେ ଚାଲୁଥିବା ଜଣାପଡିଛି। ଫଳରେ ପ୍ରାକ ବିଦ୍ୟାଳୟ ଶିଶୁଙ୍କ ଭବିଷ୍ୟତ ଗଠନ ସହିତ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ ନେଇ କାର୍ଯ୍ୟ କରୁଥିବା ଉକ୍ତ ଯୋଜନା ବାଟବଣା ହେବାରେ ଲାଗିଛି। ଜିଲା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୩ଟି ବ୍ଲକରେ ମୋଟ୍‌ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୯୪୩ଟି ଅଙ୍ଗନୱାଡି କେନ୍ଦ୍ର ଓ ୪୧୯ଟି ମିନିଅଙ୍ଗନୱାଡି କେନ୍ଦ୍ର ରହିଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ୧୨ହଜାର ୮୮୫, ପ୍ରସୂତୀ ୧୨ହଜାର ୭୧୫, ୬ ମାସରୁ ୩ବର୍ଷ ଶିଶୁ ୬୭ହଜାର ୯୬୯ ଓ ୩ ବର୍ଷରୁ ୬ବର୍ଷ ପ୍ରର୍ଯ୍ୟନ୍ତ ୮୩ ହଜାର ୪୫୯ ଶିଶୁ ରହିଛନ୍ତି। ଜିଲାରେ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ୪୯୪ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ସେଗୁଡିକ ଏବେ ଭଡାଘରେ ଓ ସ୍କୁଲ ଘରେ ଚାଲିଛି। ସ୍କୁଲ ଘରେ ୯୧ଟି କେନ୍ଦ୍ର ଚାଲିଥିବାବେଳେ ୪୦୩ଟି ଭଡା ଘରେ କେନ୍ଦ୍ର ଚାଲିଛି। ଫଳରେ କର୍ମୀମାନେ ଘର ଭଡା ନେଇ କେନ୍ଦ୍ର ଚଳାଉଛନ୍ତି। ସହରାଞ୍ଚଳରେ ଭଡା ଘର ପାଇଁ ୪ ହଜାର ଓ ଗ୍ରାମାଞ୍ଚଳରେ ହଜାରେ ଟଙ୍କା କର୍ମୀଙ୍କୁ ଦିଆଯାଉଛି। ଜିଲାରେ ୨୫ଟି କେନ୍ଦ୍ର (ସହରାଞ୍ଚଳ) ଭଡା ଘରେ ଚାଲିଥିବାବେଳେ କର୍ମୀଙ୍କୁ ଏଥିପାଇଁ ୪ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ସହରାଞ୍ଚଳ ଭଡା ଘର ବାବଦକୁ ମାସକୁ ଖର୍ଚ୍ଚ ହେଉଛି ଲକ୍ଷେ ଟଙ୍କା। ସେହିପରି ଗ୍ରାମାଞ୍ଚଳରେ ୩୭୮ଟି କେନ୍ଦ୍ର ଭଡା ଘରେ ଚାଲୁଥିବାରୁ ହଜାରେ ଟଙ୍କା ଲେଖାଏଁ ହିସାବରେ ୩ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହିକ୍ରମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ କେନ୍ଦ୍ର ଭଡା ବାବଦକୁ ପ୍ରତ୍ୟେକ ମାସରେ ୪ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ଗତ ଏପ୍ରିଲ ଶେଷ ସୁଦ୍ଧା ଜିଲାରେ ୨୭ଟି ଅଙ୍ଗନୱାଡି କର୍ମୀ ଓ ୬ଟି ସହାୟିକା ପଦବୀ ଖାଲିରହିଛି। ଏ ନେଇ ଜିଲା ସାମାଜିକ କଲ୍ୟାଣ ଅଧିକାରୀ ପୂନ୍ୟବତୀ ହେଲେନ ଏକ୍ସଇଏସଏସଙ୍କୁ ପଚାରିବାରୁ ବିଶେଷ କରି ସହରାଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି। ଏଠାରେ ଜାଗା ନ ମିଳିବାରୁ କେନ୍ଦ୍ର ହୋଇପାରୁନାହଁି। ଜାଗା ମିଳିଲେ କେନ୍ଦ୍ର ଗୃହ କରାଯିବ ଏଥିପାଇଁ ପାଣ୍ଠି ମଧ୍ୟ ଅଛି ବୋଲି କହିଥିଲେ। ସେହିପରି ଖାଲିଥିବା ପଦବୀଗୁଡିକୁ ଯଥାଶିଘ୍ର ନୋଟିଫିକେସନ କରାଯାଇ ପୂରଣ କରାଯାଉଛି ବୋଲି କହିଥିଲେ।
ରିର୍ପୋଟ-ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri