ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ତାରକା ଆଥଲେଟ୍ଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚ୍ମାନେ ଆହୁରି ଭଲ କାମ କରିବାକୁ ଉତ୍ସାହିତ ହେବ। ଏଥି ସହିତ ପୂର୍ବତନ ଖେଳାଳିମାନେ ହାଇ ପରଫର୍ମାନ୍ସ କୋଚ୍ ହେବା ପାଇ ମନ ବଳାଇବେ।
ଏହାପୂର୍ବରୁ ଶୁକ୍ରବାର ମନ୍ତ୍ରଣାଳୟ ସବୁ ବିଦେଶୀ କୋଚ୍ମାନଙ୍କର ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହିତ ୪ ବର୍ଷୀୟ ଅଲିମ୍ପିକ୍ ସାଇକଲକୁ ଦୃଷ୍ଟିରେ ରଖି ଉଭୟ ଭାରତୀୟ ଓ ବିଦେଶୀ କୋଚ୍ ଆଗାମୀ ୪ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭାରତୀୟ କୋଚ୍ମାନେ କଠିନ ପରିଶ୍ରମ କରିବା ସହ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେମାନଙ୍କୁ ପୁରସ୍କୃତ କରିବାର ଆବଶ୍ୟକତା ରହିଛି ବୋଲି ରିଜିଜୁ କହିଛନ୍ତି। ଆଥଲେଟ୍ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦେଶରେ ଥିବା ଶ୍ରେଷ୍ଠ କୋଚିଂ ପ୍ରତିଭାକୁ ଆକର୍ଷଣ କରିବାକୁ ସରକାର ଚାହୁଁଛନ୍ତି। ପୂର୍ବରୁ ଥିବା ୨ ଲକ୍ଷ ଟଙ୍କାର ପାଉଣା ସୀମା ଏଥିରେ ଅନ୍ତରାୟ ସୃଷ୍ଟି କରିବା ଆମେ ଚାହୁଁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ତାରକା ଆଥଲେଟମାନଙ୍କୁ ଆକର୍ଷିତ କରିବାକୁ ଓ ଦେଶରେ କ୍ରୀଡ଼ାର ବିକାଶ ପାଇଁ ବର୍ଦ୍ଧିତ ପାଉଣା ଓ ଦୀର୍ଘ ଦିନର ଚୁକ୍ତି ନେଇ ପ୍ରସ୍ତାବ ଦିଆଯିବ। ଅଲିମ୍ପିକ ସମେତ ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଆଥଲେଟଙ୍କ ପ୍ରଶିକ୍ଷଣ ପାଇଁ ଏହି ସବୁ ନିଷ୍ପତ୍ତି ନିଆଯିବ।
ପୂର୍ବରୁ କାର୍ଯ୍ୟକରୁଥିବା କୋଚ୍ଙ୍କୁ ଅଧିକ ପାଉଣା ଦେବା ସହ ୪ ବର୍ଷୀୟା ଚୁକ୍ତିରେ ସ୍ବାକ୍ଷର କରିବା ଲାଗି ଅନୁମତି ଦିଆଯିବ। ପୂର୍ବତନ ଆଥଲେଟମାନଙ୍କ ପ୍ରଦର୍ଶନ ଓ କୋଚ୍ ହିସାବରେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପାଉଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସବୁ ନୂଆ ଓ ଏବେକାର କୋଚ୍ ଜାତୀୟ ପ୍ରଶିକ୍ଷଣ ଶିବିର ଓ ସାଇ ନ୍ୟାଶନାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ (ଏନ୍ସିଓଇଏସ୍)ରେ ପ୍ରଶିକ୍ଷଣ ଦେବେ। ଏହି କୋଚ୍ମାନଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ ସ୍ପୋଟର୍ସ ଫେଡେରେଶନ ମିଳିତ ଭାବେ ଚୟନ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଦେଶର ମୁଖ୍ୟ ବ୍ୟାଡ୍ମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ସ୍ବାଗତ କରିଛନ୍ତି। ଏ ନେଇ ପୂର୍ବରୁ ଦାବି କରାଯାଉଥିଲା। ଏହା ନିଶ୍ଚିତ ଭାବେ ଖୁସିର କଥା। ଏହା ଦ୍ୱାରା ଦେଶରେ କ୍ରୀଡ଼ା ଉନ୍ନତି ହେବ ବୋଲି ସେ କହିଛନ୍ତି। ଏଥିସହିତ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।
ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି
ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…
୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ
ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…
ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ
ନୂଆଦିଲ୍ଲୀ,୫ା୯: ଅନ୍ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…
ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ
ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…
କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର
ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…
୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ
ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…
ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍
ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…
ଡୋପ୍ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍ ବହିଷ୍କୃତ
ନୂଆଦିଲ୍ଲୀ,୫ା୯: ଫୁକେଟ୍ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍ ୩୦୦ ଫୁଟ୍ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍ ଟେଷ୍ଟରୁ ଧରାପଡ଼ିବା ପରେ…
Archives

