SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ବଜାରକୁ ନୂଆ ସନ୍‌ସ୍କ୍ରିନ୍‌ କିଣିବାକୁ ଯିବାବେଳେ ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ ବଡ଼ ପ୍ରଶ୍ନ ଥାଏ, ସେଇଟି ହେଲା SPF ୩୦ ନେବେ ନା SPF ୫୦? ଅନେକ ଭାବନ୍ତି SPF ୫୦ ମାନେ ଦୁଇଗୁଣ ସୁରକ୍ଷା, ଆଉ କିଛି ଭାବନ୍ତି SPF ୩୦ ହିଁ ଯଥେଷ୍ଟ। ଏହି ଦ୍ୱନ୍ଦ୍ୱ ଯୋଗୁ ଅନେକ ସମୟରେ ଲୋକେ ଭୁଲ ସନ୍‌ସ୍କ୍ରିନ୍‌ କିଣି ନିଅନ୍ତି। ବାସ୍ତବରେ ଦୁହିଁଙ୍କ କାମ ତ୍ୱଚାକୁ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରିବା, ହେଲେ ଏହାର ବ୍ୟବହାର ଓ ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ।

SPF ର ଅର୍ଥ କଣ?
SPF ର ପୂରା ନାମ ହେଉଛି ‘ସନ୍‌ ପ୍ରୋଟେକ୍ସନ ଫ୍ୟାକ୍ଟର’ (Sun Protection Factor)। ଏହା ଦର୍ଶାଏ ଯେ ସନ୍‌ସ୍କ୍ରିନ୍‌ ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟଙ୍କ ଅଲ୍ଟ୍ରାଭାୟୋଲେଟ (UV) କିରଣରୁ କେତେ ସୁରକ୍ଷା ଦେଇପାରିବ। ଅର୍ଥାତ SPF ନମ୍ବର ଯେତେ ଅଧିକ ହେବ, ସୂର୍ଯ୍ୟକିରଣରୁ ସୁରକ୍ଷା ସେତେ ଅଧିକ ମିଳିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅଧିକ SPF ଥିବା ସନ୍‌ସ୍କ୍ରିନ୍‌ ଲଗାଇଲେ ଦିନସାରା ଆଉ ଲଗାଇବାକୁ ପଡ଼ିବ ନାହିଁ।

SPF ୩୦ ଏବଂ SPF ୫୦ ମଧ୍ୟରେ ଫରକ କଣ?
ସାଧାରଣ ସ୍ଥିତିରେ ଦୈନନ୍ଦିନ ବ୍ୟବହାର ପାଇଁ SPF ୩୦ ସବୁଠୁ ଭଲ ବୋଲି ଧରାଯାଏ। ଅନ୍ୟପଟେ SPF ୫୦ ଟିକେ ଅଧିକ ସୁରକ୍ଷା ଦେଇଥାଏ। ଉଭୟଙ୍କ ମଧ୍ୟରେ ସୁରକ୍ଷାର ପାର୍ଥକ୍ୟ ବହୁତ ବଡ଼ ନୁହେଁ, କିନ୍ତୁ SPF ୫୦ ଅଧିକ UV କିରଣକୁ ରୋକିବାରେ ସକ୍ଷମ ହୋଇଥାଏ।

କିଏ କେଉଁ ସନ୍‌ସ୍କ୍ରିନ୍‌ ବାଛିବେ?
ଯଦି ଆପଣ ଅଧିକାଂଶ ସମୟ ଘରେ, ଅଫିସରେ କିମ୍ବା କମ୍‌ ଖରା ଥିବା ସ୍ଥାନରେ ରହୁଛନ୍ତି, ତେବେ SPF ୩୦ ଆପଣଙ୍କ ପାଇଁ ଯଥେଷ୍ଟ। କିନ୍ତୁ ଯଦି ଆପଣଙ୍କୁ ଦୀର୍ଘ ସମୟ ଧରି ବାହାରେ ଖରାରେ ରହିବାକୁ ପଡ଼ୁଛି, ଟ୍ରାଭେଲ କରିବାକୁ ହେଉଛି କିମ୍ବା ଆପଣଙ୍କ ତ୍ୱଚା ଅଧିକ ସେନ୍ସିଟିଭ (ସମ୍ବେଦନଶୀଳ), ତେବେ SPF ୫୦ ବ୍ୟବହାର କରିବା ଭଲ।

ସନ୍‌ସ୍କ୍ରିନ୍‌ କିଣିବା ଓ ଲଗାଇବା ବେଳେ ଏହି ସତର୍କତା ରଖନ୍ତୁ:

-ସନ୍‌ସ୍କ୍ରିନ୍‌ କିଣିବା ବେଳେ କେବଳ SPF ନମ୍ବର ଦେଖନ୍ତୁ ନାହିଁ, ସେଥିରେ ‘ବ୍ରଡ ସ୍ପେକ୍ଟ୍ରମ’ (Broad Spectrum) ଲେଖାଅଛି କି ନାହିଁ ଯାଞ୍ଚ କରନ୍ତୁ। ଏହା ଉଭୟ UVA ଏବଂ UVB କିରଣରୁ ରକ୍ଷା କରିଥାଏ।

-ନିଜ ତ୍ୱଚାର ପ୍ରକାର ଅନୁସାରେ ଜେଲ, କ୍ରିମ କିମ୍ବା ଲୋସନ ଫର୍ମୁଲା ବାଛନ୍ତୁ।

-ଘରୁ ବାହାରକୁ ଯିବାର ଅତିକମରେ ୧୫-୨୦ ମିନିଟ ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗାନ୍ତୁ।

ଯଦି ଆପଣ ଲଗାତାର ଖରାରେ ଅଛନ୍ତି, ଅଧିକ ସୁଇମିଂ କରୁଛନ୍ତି କିମ୍ବା ବେଶି ଝାଳ ବାହାରୁଛି, ତେବେ ପ୍ରତି ୨ ରୁ ୩ ଘଣ୍ଟାରେ ଏହାକୁ ଆଉଥରେ (Re-apply) ଲଗାନ୍ତୁ। ଖୁବ କମ୍‌ ପରିମାଣରେ ଲଗାଇଲେ SPF ର ସମ୍ପୂର୍ଣ୍ଣ ଫାଇଦା ମିଳି ନ ଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ସୁପ୍ରିମକୋର୍ଟ ଇସିଙ୍କୁ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?