ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ବାଦିବାହାଲ ପଞ୍ଚାୟତ ଅଗଲାପାଲି ଗାଁର ଧନମାଳୀ ସାହୁ (୫୦)ଙ୍କ ପରିବାର ପକ୍କାଘର ପାଇବାକୁ ଯୋଗ୍ୟ ହୋଇଥିବା ସତ୍ତ୍ବେ ସେ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି। ଚଳିତବର୍ଷ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା। ପଞ୍ଚାୟତ ଓ ବ୍ଲକରୁ କର୍ମଚାରୀ ଅଗଲାପାଲି ଗାଁର ଧନମାଳୀ ସାହୁଙ୍କ ଘରକୁ ଯାଇ ସର୍ଭେ ମଧ୍ୟ କରିଥିଲେ। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନଁା ନାହିଁ। ଦୀର୍ଘ ବର୍ଷ ହେଲା ସେ ପକ୍କା ଘର ପାଇବାକୁ ବ୍ଲକ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ରାଜ୍ୟରେ ନୂତନ ସରକାର ଆସିବା ପରେ ଘର ମିଳିବା ନେଇ ସେ ଆଶାବାଦୀ ଥିଲେ। କିନ୍ତୁ ତାଲିକାରେ ନଁା ନ ଥିବାରୁ ତାଙ୍କ ପରିବାର ହତାଶ ହୋଇ ପଡିଛନ୍ତି। ଗାଁରେ ମାଙ୍କଡ ପଲ ଦୌରାତ୍ମ୍ୟ ଯୋଗୁ ତାଙ୍କ ଘର ଛପର ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ବର୍ଷା ହେଲେ ଘରେ ପାଣି ଗଳୁଛି। ମରାମତି କରିବାକୁ ଆର୍ଥିକ ସମ୍ବଳ ନ ଥିବାରୁ ସ୍ତ୍ରୀ ଦେବକୀ ଓ ୩ ପିଲାଙ୍କ ସହ ବହୁ ଅସୁବିଧାରେ ରହିବାକୁ ପଡୁଛି ା ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁି । ଏ ସମ୍ପର୍କରେ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କୁ ପଚାରିବାରେ ଅନେକ ଲୋକଙ୍କ ନାଁ ତାଲିକାରେ ନାହିଁ। ଏନେଇ ବ୍ଲକ ପ୍ରଶାସନର ଦୃଷ୍ଟିକୁ ଅଣାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

କପିଳେନ୍ଦ୍ର ଦାସଙ୍କୁ ଭାରତ ରତ୍ନ ଗୌରବ ସମ୍ମାନ: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ନୂଆପଡ଼ା,୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଭେଳା ଗାଁର ଶିକ୍ଷାବିତ୍‌ ତଥା ଖଡିଆଳ ରାଜା ଏଟି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କପିଳେନ୍ଦ୍ର…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri