ଛଉନୃତ୍ୟ ପରିଚାଳନା ପାଇଁ ସ୍ବତନ୍ତ୍ର କମିଟି

ବାରିପଦା ଅଫିସ,୯।୪
ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଜିଲାର ଛଉ ନୃତ୍ୟ ଆସନ୍ତା ୧୧ରୁ ଅନୁଷ୍ଠିତ ହେବ। ୩ ଦିନିଆ ଏହି ଚୈତ୍ରପର୍ବ-୨୨ର ସିଧା ପ୍ରସାରଣ କରାଯିବା ନେଇ ଶୁକ୍ରବାର ଜିଲାପାଳ ବିନୀତ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ‘ମୟୂରଭଞ୍ଜ ଚୈତ୍ରପର୍ବ-୨୨’ ନାମରେ ୟୂଟ୍ୟୁବ ଚ୍ୟାନେଲରେ ଏହାର ସିଧା ପ୍ରସାରଣ କରାଯିବ। ଜିଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ୱେବ୍‌ସାଇଟ୍‌ ଲିଙ୍କ୍‌ ଦ୍ୱାରା ଜିଲା ତଥା ଜିଲା ବାହାରେ ଥିବା ଛଉନୃତ୍ୟ ପ୍ରେମୀମାନେ ୩ ରାତିର କାର୍ଯ୍ୟକ୍ରମ ମୋବାଇଲରେ ଦେଖିପାରିବେ ବୋଲି ଜିଲାପାଳ କହିଛନ୍ତି। ଛଉନୃତ୍ୟ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।
୧୧ତାରିଖ ସନ୍ଧ୍ୟାରେ ଜିଲାର ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚୈତ୍ରପର୍ବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହେବ। ଏହାପରେ ଗ୍ରାମାଞ୍ଚଳ ପ୍ରତିଯୋଗିତାର ଶ୍ରେଷ୍ଠ ୧୩ ନୃତ୍ୟଦଳ ସେହି ରାତିରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ୧୨ ଓ ୧୩ରେ ଉତ୍ତର ଓ ଦକ୍ଷିଣ ସାହି ଛଉନୃତ୍ୟ ଦଳ ପ୍ରତିଯୋଗିତାରେ ଭାଗ ନେବେ। ଗ୍ରାମାଞ୍ଚଳରୁ ଆସୁଥିବା ୧୩ଟି ନୃତ୍ୟ ଦଳ ରହିବା ବ୍ୟବସ୍ଥା କରାଯାଇଛି। ୩ ଦିନିଆ ଏହି କାର୍ଯ୍ୟକ୍ରମ ଆଡମ୍ବର ସହକାରେ ପାଳିତ ହେବାକୁ ଥିବା ବେଳେ ପ୍ରତ୍ୟେକ ରାତିରେ ଜଣେ ମାଜଷ୍ଟ୍ରେଟଙ୍କ ସହିତ ପର୍ଯ୍ୟାପ୍ତ ପୋଲିସ ମୁତୟନ ରହିବେ। ଦର୍ଶକଙ୍କ ଆମୋଦ ପ୍ରମୋଦ ପାଇଁ ବାରିପଦା କଲେଜ ପଡ଼ିଆଠାରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା-୨୦୨୨ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହା ୧୧ରୁ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ମେଳା ପ୍ରଦର୍ଶନୀ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ପୁଣି ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୧୦

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଚିହ୍ନଟ ଦ୍ୱୟ...

ବାର୍‌, ପବ୍‌ରେ କରୋନା ଛାଟ:ଲାଉଡ୍‌ ସ୍ପିକର ବଜାଇବା ନିଷେଧ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ମହାମାରୀ କରୋନା ଭାଇରସ୍‌ ଆତଙ୍କରେ ସାରା ବିଶ୍ୱବାସୀ ଭୟଭୀତ। ଏହି ଭାଇରସ୍‌ ରାଜ୍ୟରେ ଯେଭଳି ସଂକ୍ରମିତ ନ ହେବ ସେଥିଲାଗି ବ୍ୟାପକ ପ୍ରସ୍ତୁତ...

ଦୋଷ ମାନିଲେ ଅନୁପ

ଝାରସୁଗୁଡ଼ା ଅଫିସ,୧୫ା୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଜଣେ ହତ୍ୟାକାରୀ। ଛତିଶଗଡ଼ ରାଜ୍ୟ ରାୟଗଡ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର...

ଯୁକ୍ତ୨ ସିଟ ସଂଖ୍ୟା ବଢ଼ିବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ସିଟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଜିଲାର ଆବଶ୍ୟକତାକୁ ଦେଖି ସିଟ ବଢ଼ାଯିବ ବୋଲି ବିଦ୍ୟାଳୟ ଓ...

ବିଧାୟକ ମୋକିମଙ୍କୁ ମିଳିଲା ଜାମିନ୍‌,୧୩ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧୦: ଭିଜିଲାନ୍ସ କୋର୍ଟ ଦ୍ୱାରା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଦଣ୍ଡାଦେଶ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଏହାକୁ ନେଇ ସୋମବାର...

ପୁରୀରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର

ପୁରୀ ଅଫିସ,୧୭ା୨: ପୁରୀ ଜିଲାର ୨ ସ୍ଥାନରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୃଥକ୍‌ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର...

ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ବର୍ଷେ ପୂରିଲା : ବିପଜ୍ଜନକ ନୌଯାତ୍ରାରେ ଲାଗିଲାନି ଲଗାମ

ଖୋର୍ଦ୍ଧା ଅଫିସ,୧୭ା୬ : ଚିଲିକା ଡଙ୍ଗାବୁଡି ଘଟଣାକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ହେଲେ ବିପଜ୍ଜନକ ନୌଯାତ୍ରାରେ ଲାଗି ପାରିଲାନି ଲଗାମ। ସ୍ଥିତିରେ କିଛିଟା ସୁଧାର ଆସିଥିଲେ...

ଶପଥ ନେଲେ ୩ ନୂଆ ମନ୍ତ୍ରୀ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସୋମବାର ରାଜ୍ୟର ତିନି ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।  ବିକ୍ରମ...

Advertisement
Archives

Model This Week